ଡି-ବ୍ରଦର୍ସ ଲିଙ୍କ୍ ! ପୁଣି ଏକ ଚୋରା ବନ୍ଧୁକ ରାକେଟ୍‌ ଠାବ କଲା କମିସନରେଟ୍‌ ପୁଲିସ; ୭ ବନ୍ଧୁକ ଜବତ, ୧୨ ଗିରଫ

Advertisment
ଡି-ବ୍ରଦର୍ସ ଲିଙ୍କ୍ ! ପୁଣି ଏକ ଚୋରା ବନ୍ଧୁକ ରାକେଟ୍‌ ଠାବ କଲା କମିସନରେଟ୍‌ ପୁଲିସ; ୭ ବନ୍ଧୁକ ଜବତ, ୧୨ ଗିରଫ

Sambad

କଟକ: ଏକ  ଚୋରା ବନ୍ଧୁକ ଓ ଗୁଳି ରାକେଟ୍‌କୁ ଠାବ କରିଛି କମିସ‌ନରେଟ୍‌ ପୁଲିସ। ପୁଲିସର ଚଢ଼ାଉ ବେଳେ ୭ଟି ଦେଶୀ ବନ୍ଧୁକ, ୩୫ଟି ଜୀବନ୍ତ ଗୁଳି, ମାରଣାସ୍ତ୍ର ଓ ଗୋଟିଏ କାର ଚବତ କରାଯାଇଛି। ଏଥି ସହ ୪ ଥାନା ଅଞ୍ଚଳରୁ ୧୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅ‌ାଶ୍ଚର୍ଯ୍ୟର ବିଷୟ  ୧୨ ଜଣଙ୍କ ମଧ୍ୟରେ ତିର୍ତ୍ତୋଲ୍ ଥାନାର ଜଣେ ହୋମଗାର୍ଡ଼ ଡ୍ରାଇଭର ରହିଛନ୍ତି। ଉକ୍ତ ରାକେଟ୍‌ଟି ଡ଼ି-ବ୍ରଦର୍ସ ଗ୍ୟାଙ୍ଗ ସହ ସମ୍ପୃକ୍ତ ଥିବା ସୂଚନା ମିଳିଛି।

publive-image

ସୂଚନା ଅନୁଯାୟୀ, କଟକ ଡ଼ିସିପି ପ୍ରତୀକ୍‌ ସିଂହଙ୍କ ନେତୃତ୍ବରେ ସହରରେ ଥିବା ସମସ୍ତ ଥାନାର ଅଧିକାରୀମାନଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇଥିଲା। ଗତକାଲି ରାତିରେ ବି‌ଶେଷସୂତ୍ରରୁ ଖବର ପାଇ କମିସନରେଟ୍‌ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଏହି ରାକେଟ୍‌କୁ ଠାବ କରିଥିଲା। କିଛିଦିନ ପୂର୍ବରୁ ଡ଼ି ବ୍ରଦର୍ସଙ୍କ ଘରେ କମିସନରେଟ୍‌ ପୁଲିସ ଚଢ଼ାଉ କରିଥିଲା। ସେଠାରେ ଚୋରା ବନ୍ଧୁକ ଓ ଗୁଳି ଜବତ କରାଯାଇଥିଲା। ଧଳସାମନ୍ତ ଗ୍ୟାଙ୍ଗ ସହ ଆଜି ଠାବ କରାଯାଇଥିବା ଚୋରା ବନ୍ଧୁକ ରାକେଟ୍‌ର ସମ୍ପୃକ୍ତି ଥିବା ସୂଚନା ପାଇଛି ପୁଲିସ। ଏ ନେଇ ଅଧିକ ତଦନ୍ତ ଜାରି ରହିଥିବା ଏଡ଼ିସିପି ତ୍ରିନାଥ ମିଶ୍ର ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe