କଟକ: ଏକ୍ସପାରି ସାମଗ୍ରୀ ବିକ୍ରି ଅଭିଯୋଗରେ ସପିଂ ମଲରେ ଚଢ଼ାଉ

କଟକ: ଏକ୍ସପାରି ସାମଗ୍ରୀ ବିକ୍ରି ଅଭିଯୋଗରେ ସପିଂ ମଲରେ ଚଢ଼ାଉ

କଟକ: ଜଣେ ଗ୍ରାହକଙ୍କ ଅଭିଯୋଗ ଆଧାରରେ କଟକ ବାଦାମବାଡ଼ି ଥାନା ପୁଲିସ ଭି ବଜାର ସପିଂ ମଲରେ ଚଢ଼ାଉ କରିଛି। ଚଢ଼ାଉ ସମୟରେ ବହୁ ପରିମାଣର ଏକ୍ସପାରି ଜିନିଷ ଜବତ କରିଛି ପୁଲିସ। ଏହା ଭିତରେ ନାମୀଦାମୀ ବ୍ରାଣ୍ଡର ବିସ୍କୁଟ କାଜୁ ମିକଶ୍ଚର୍ ଓ ଅନ୍ୟାନ୍ୟ ଜିନିଷ ରହିଛି। ତେବେ ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ ଯେଉଁ ସବୁ ଜିନିଷ ଗୁଡ଼ିକର ଏକ୍ସପାରି ସରି ଆସିବାକୁ ଖୁବ୍ ଅଳ୍ପ ଦିନ ରହିଥିଲା ସେଗୁଡିକୁ ଲିକୁଇଡ୍ ସ୍ପ୍ରେ କରି ତାକୁ ଲିଭାଯାଇ ପୁଣି ନୂଆ କରି ଷ୍ଟାମ୍ପ କରାଯାଉଥିଲା। ଅର୍ଥାତ୍ ପ୍ୟାକେଟ ଭିତରେ ଥିବା ଜିନିଷ ଏକ୍ସପାରି କରିସାରିଛି। ହେଲେ ଗ୍ରାହକ କିନ୍ତୁ ପ୍ୟାକେଟ ଉପରେ ତାରିଖ ଦେଖି ଏହା ଜାଣିପାରିବ ନାହିଁ। ତେଣୁ ଡିସକାଉଣ୍ଟରେ ଆକର୍ଷିତ ହୋଇ ଏହି ଜିନିଷ କିଣିବ।

ଏବେ ପୁଲିସ ଏହି ସବୁ ବିପୁଳ ପରିମାଣର ଜିନିଷ ଜବତ କରିବା ପରେ ଫୁଡ୍ ସେଫ୍ଟି ଅଫିସରଙ୍କୁ ଘଟଣାସ୍ଥଳକୁ ଆସିବାକୁ ସୂଚନା ଦେଇଛି। ଯାଞ୍ଚ ବେଳେ ଏ ନେଇ କିଛି ତଥ୍ୟ ମିଳିଲେ ଆବଶ୍ୟକ ପଡ଼ିଲେ ଶୋରୁମ୍ ସିଲ୍ କରାଯାଇପାରେ ବୋଲି କମିଶନରେଟ ପୁଲିସ ଏସସିପି ଅମରେନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe