ବର୍ଷାରେ ଭିଜିଲା କଟକ, ଅସହ୍ୟ ଗରମରୁ ସାମାନ୍ୟ ଆଶ୍ବସ୍ତି ପାଇଲେ ସହରବାସୀ

Advertisment
ବର୍ଷାରେ ଭିଜିଲା କଟକ, ଅସହ୍ୟ ଗରମରୁ ସାମାନ୍ୟ ଆଶ୍ବସ୍ତି ପାଇଲେ ସହରବାସୀ

Sambad

କଟକ: ଅସହ୍ୟ ଗରମ ଗୁଳିଗୁଳିରୁ ମିଳିଲା ଆଶ୍ବସ୍ତି। କଟକରେ ଅପରାହ୍ନ ୩.୩୦ ମିନିଟରୁ ପାଗ ବଦଳିବା ପରେ ବର୍ଷା  ହୋଇଛି। ୧୫ ମିନିଟ୍ ଧରି କଟକରେ ମଧ୍ୟମଧରଣର ବର୍ଷା ହେବା ପରେ ଲୋକଙ୍କୁ ଗରମରୁ ସାମାନ୍ୟ ଆଶ୍ବସ୍ତି ମିଳିଛି।

publive-image Sambad

କଟକ ସହରରେ ଆଜି ଅପରାହ୍ନ ୨ଟା ଯାଏଁ ପ୍ରଚଣ୍ଡ ଖରା ହେଉଥିବା ବେଳେ ଅପରାହ୍ନ ୩.୩୦ ମିନିଟ ବେଳକୁ ପାଗରେ ପରିବର୍ତ୍ତନ ଆସିଥିଲା। ଆକାଶରେ ମେଘ ଘୋଟି ଆସିବା ସହ ସାମାନ୍ୟଧରଣର ଧୂଳି ପବନ ହୋଇଥିଲା। ତେବେ ପରେ ହଠାତ୍ ପାଗରେ ଅଧିକ ପରିବର୍ତ୍ତନ ହୋଇଥିଲା। ବର୍ଷା ଯୋଗୁଁ ଲୋକେ ସାମାନ୍ୟ ଆଶ୍ବସ୍ତି ଅନୁଭବ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe