ଅସରାଏ ବର୍ଷାରେ ବୁଡ଼ିଲା ମାଲ୍‌ଗୋଦାମ; ୧୫ ଲକ୍ଷ ଟଙ୍କାର ଚାଉଳ, ଡାଲି ନଷ୍ଟ

Advertisment
ଅସରାଏ ବର୍ଷାରେ ବୁଡ଼ିଲା ମାଲ୍‌ଗୋଦାମ; ୧୫ ଲକ୍ଷ ଟଙ୍କାର ଚାଉଳ, ଡାଲି ନଷ୍ଟ

Sambad

କଟକ: ଗତକାଲି  ଅପରାହ୍ନରେ ହୋଇଥିବା ଅସରାଏ ବର୍ଷା ଯୋଗୁଁ ମାଲଗୋଦାମ ଅଞ୍ଚଳ‌ରେ ଜଳବନ୍ଦୀ ସମସ୍ୟା ଦେଖାଯାଇଛି। ତାଳଦଣ୍ଡା କେନାଲ ଉନ୍ନତୀକରଣ ପାଇଁ କାମ ଚାଲିଥିବା ବେଳେ ମାଲଗୋଦାମରୁ କେନାଲକୁ ସଂଯୋଗ କରୁଥିବା ସମସ୍ତ ଡ୍ରେନ୍‌ ବନ୍ଦ ରଖାଯାଇଛି। ଏ ପରିସ୍ଥିତିରେ ଟିକିଏ ବର୍ଷାରେ ମାଲଗୋଦାମରୁ ବର୍ଷାଜଳ ନିଷ୍କାସନ ନହୋଇ ଜମି ରହିଛି। ବର୍ଷାଜଳ ନିଷ୍କାସନର କୌଣସ ବ୍ୟବସ୍ଥା ନକରି ତାଳଦଣ୍ଡା କେନାଲକୁ ସଂଯୋଗ କରୁଥିବା ଡ୍ରେନ୍‌କୁ ବନ୍ଦ କରାଯିବାରୁ ମାଲଗୋଦାମର ଡାଲି, ଚାଉଳ, ଚିନି, ଅମୁଲ ସ୍ପ୍ରେ ପରି ସାମଗ୍ରୀ ଥିବା ଅନେକ ଗୋଦାମରେ ପାଣି ପଶି ୧୫ ଲକ୍ଷରୁ ଅଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି। ସେହିପରି ବର୍ଷାପାଣି ଯୋଗୁଁ ୩୦ରୁ ଅଧିକ ଗୋଦାମ କ୍ଷତିଗ୍ରସ୍ତ ହୋଇଛି। ମାଲଗୋଦାମରୁ ବ‌ର୍ଷାଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରିବାକୁ କଟକ ଚ୍ୟାମ୍ବର୍‌ ଅଫ୍‌ କମର୍ସ ପକ୍ଷରୁ ପ୍ରଶାସନର ବିଭିନ୍ନ ଅଧିକାରୀଙ୍କୁ ଫୋନ୍‌ ମାଧ୍ୟମରେ ଯୋଗାଯୋଗ କରାଯାଇଥିବା ବେଳେ କୌଣସି ସୁଫଳ ମିଳି ନଥିବା ଅଭିଯୋଗ କରାଯାଇଛି।

ବନ୍ୟା, ବାତ୍ୟାରୁ ଆରମ୍ଭ କରି କୋଭିଡ୍‌ ମହାମାରୀ ସମୟରେ ପ୍ରଶାସନକୁ ସବୁ ସମୟରେ କଟକ ଚ୍ୟାମ୍ବର୍‌ ଅଫ୍‌ କମର୍ସ ସହଯୋଗ‌ର ହାତ ବଢାଇ ଆସୁଛି। ତେବେ ଏପରି ଏକ ଅସମୟରେ ପ୍ରାଶସନ ନିରବ ରହିବା ଆମକୁ ବ୍ୟଥିତ କରୁଛି ବୋଲି ଅନୁଷ୍ଠାନର ସଂପାଦକ ପ୍ରଫୁଲ୍ଲ ଛାଟୋଇ କହିଛନ୍ତି। ପ୍ରଶାସନ ପକ୍ଷରୁ ୨ଦିନ ମଧ୍ୟରେ ବର୍ଷାଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରା ନ‌ଗଲେ ଆମ ତରଫରୁ ଏହାର ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ଏକ ବୈଠକରେ ସ୍ଥିର ହୋଇଛି। ଏଥିରେ କୌଣସି ସମସ୍ୟା ହେଲେ ସରକାର ସେଥିପାଇଁ ଦାୟୀ ରହିବେ ବୋଲି ଶ୍ରୀ ଛାଟୋଇ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe