ରଜନୀକାନ୍ତଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ, ଲୋଡ଼ା ଦେଢ଼ କୋଟି; ସହାୟତା ଲୋଡ଼ିଲେ ପତ୍ନୀ

Advertisment
ରଜନୀକାନ୍ତଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ, ଲୋଡ଼ା ଦେଢ଼ କୋଟି; ସହାୟତା ଲୋଡ଼ିଲେ ପତ୍ନୀ

Sambad

କଟକ: ୪ ବର୍ଷ ହେବ ଫୁସ୍‌ଫୁସ୍‌ ସଂକ୍ରମଣ ରୋଗରେ ଆକ୍ରାନ୍ତ ହୋଇ ନାହିଁନଥିବା କଷ୍ଟ ଭୋଗୁଛନ୍ତି ଫିରିଙ୍ଗିବଜାର ଅଞ୍ଚଳର ରଜନୀକାନ୍ତ ମହାନ୍ତି। ଦୁଇଟିଯାକ ଫୁସ୍‌ଫୁସ୍‌ ନଷ୍ଟ ହୋଇଯାଇଥିବାରୁ ଯଥାଶୀଘ୍ର ଫୁସ୍‌ଫୁସ୍‌ ପ୍ରତିରୋପଣ କରିବା ଜରୁରୀ ବୋଲି ଡାକ୍ତର କହିବା ସହ ଦେଢ଼ ମାସ ସମୟ ଦେଇଛନ୍ତି। ଚିକିତ୍ସା ପାଇଁ ‌ଦେଢ଼ କୋଟି ଟଙ୍କା ଆବଶ୍ୟକ ପଡ଼ିବ ହେବ ‌ବୋଲି ବି ଡାକ୍ତର କହିଛନ୍ତି। ପରିବାରର ଆର୍ଥିକ ସ୍ଥିତି ଭଲ ନଥିବା ବେଳେ ଏତେଟଙ୍କା କେଉଁଠାରୁ ଯୋଗାଡ଼ କରିବେ ତାକୁ ନେଇ ଚିନ୍ତାରେ ପଡ଼ିଯାଇଛି ତାଙ୍କ ପରିବାର। ଏନେଇ ରଜନୀକାନ୍ତଙ୍କ ପତ୍ନୀ ସନ୍ତୋଷୀ ମହାନ୍ତି ଲୋଡ଼ିଛନ୍ତି ଜନସାଧାରଣଙ୍କ ସହାୟତା। ୪୫ବର୍ଷ ବୟସ୍କ ରଜନୀକାନ୍ତ ପେସାରେ ଜଣେ ସେଲସ୍‌ମ୍ୟାନ୍‌। ପତ୍ନୀ ସନ୍ତୋଷୀ ଓ ୬ ବର୍ଷର ଝିଅ ସୁସ୍ମିତାଙ୍କୁ ନେଇ ତାଙ୍କ ପରିବାର। ୨୦୧୯ ମସିହା ମଧ୍ୟଭାଗରେ ପ୍ରଥମେ ଜ୍ବର ଓ କାଶ ହେବାରୁ ପତ୍ନୀ ସନ୍ତୋଷୀ ତାଙ୍କୁ ଡ଼ାକ୍ତରଙ୍କୁ ଦେଖାଇଥିଲେ। ରୋଗ ନ କମିବାରୁ ପରୀକ୍ଷା ନିରୀକ୍ଷା ପରେ ତାଙ୍କ ରୋଗର କୌଣସି ଔଷଧ ନଥିବା ଡାକ୍ତର କହିଥିଲେ। ସବୁଆଡୁ ନିରାଶ ହେବା ପରେ ଗତ ଏପ୍ରିଲ୍‌ ମାସରେ ସେ ଚାନ୍ଦିନୀଚୌକ ଅଞ୍ଚଳରେ ଜଣେ ଡାକ୍ତରଙ୍କୁ ଦେଖାଇଥିଲେ।

ରିପୋର୍ଟ ଦେଖି ତାଙ୍କର ଦୁଇଟିଯାକ ଫୁସ୍‌ଫୁସ୍‌ ନଷ୍ଟ ହୋଇଯାଇଥିବା ଡାକ୍ତର କହିଥିଲେ। ଓଡ଼ିଶାରେ ଚିକିତ୍ସା ନଥିବାରୁ ରାଜ୍ୟ ବାହାରେ ଫୁସ୍‌ଫୁସ୍‌ ପ୍ରତିରୋପଣ କରିଲେ ଦେଢ଼ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହୁଛନ୍ତି। ଗତ ୪ର୍ବଷ ଭିତରେ ପରିବାରର ସମଗ୍ର ସଞ୍ଚୟ ରାଶି ଓ ଗହଣା ବିକି ୮ ରୁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ସରିଥିବା ବେଳେ ଏବେ ଏତେ ଖଙ୍କା କେଉଁଠୁ ଆଣିବେ ତା’କୁ ନେଇ ପରିବାର ଚିନ୍ତାରେ। ସ୍ବାମୀଙ୍କ ଚିକିତ୍ସା ପାଇଁ ସହାୟତା କରିବାକୁ ଜନସାଧାରଣଙ୍କୁ ଆକୁଳ ନିବେଦନ କରିଛନ୍ତି ପତ୍ନୀ ସନ୍ତୋଷୀ ମହାନ୍ତି। ଇଚ୍ଛୁକ ବ୍ୟକ୍ତି ଓ ଅନୁଷ୍ଠାନ ରଜନୀକାନ୍ତଙ୍କୁ ସାହାଯ୍ୟ କରିବା ପାଇଁ ୯୮୫୩୩୪୦୭୫୦ ନମ୍ବରରେ ଯୋଗାଯୋଗ କରିବାକୁ ତାଙ୍କ ପତ୍ନୀ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe