ନାଥ ସାହୁଙ୍କ ସ୍ପେସାଲ୍‌ ରଜ ପୋଡ଼ପିଠା

Advertisment
ନାଥ ସାହୁଙ୍କ ସ୍ପେସାଲ୍‌ ରଜ ପୋଡ଼ପିଠା

Sambad

କଟକ: ରଜପାନ, ପୋଡ଼ପିଠା ଭଳି ପାରମ୍ପରିକ ଖାଦ୍ୟର ଆଦର ଗାଁଠୁ ସହର ଯାଏ ସବୁଠି ରହିଛି। ରଜ ଆସିଲେ ଏସବୁ ଖାଦ୍ୟର ଚାହିଦା ବଢ଼େ। ରଜ ପୋଡ଼ପିଠା ପାଇଁ ଖାନନଗର ରିଙ୍ଗବନ୍ଧସ୍ଥିତ ‘ନାଥ ସାହୁ ସୁଇଟ୍ ଷ୍ଟଲ’ର ସ୍ବତନ୍ତ୍ର ପରିଚୟ ରହିଛି। ପାରମ୍ପରିକ ପ୍ରସ୍ତୁତି ପ୍ରଣାଳି, ଘର ତିଆରି ସାମଗ୍ରୀ ପୋଡ଼ପିଠା ପ୍ରସ୍ତୁତି ପାଇଁ ଉପଯୋଗ ହେଉଥିବାରୁ ନାଥ ସାହୁଙ୍କ ପୋଡ଼ପିଠାର ଚାହିଦା ବଢ଼ିବାରେ ଲାଗିଛି। ସବୁ ପ୍ରକାର ଛେନା ମିଠା ପ୍ରସ୍ତୁତି କରୁଥିବା ‘ନାଥ ସାହୁ ସୁଇଟ୍‌ ଷ୍ଟଲ’ ପକ୍ଷରୁ ୨୦୧୫ରୁ ପ୍ରଥମ କରି ରଜ ଅବସରରେ ପୋଡ଼ପିଠା ତିଆରି କରାଗଲା। ପୋଡ଼ପିଠା ସ୍ବାଦ ତଥା ଗୁଣାତ୍ମକ ମାନ ପାଇଁ ପ୍ରଥମ ବର୍ଷ ଭଲ ବ୍ୟବସାୟ ହେଲା। ସେହିବର୍ଷରୁ ପୋଡ଼ପିଠା ତିଆରି ଆଉ ବିକ୍ରି ହେଉଛି। ପ୍ରଥମ ବ‌ର୍ଷ ପାଖାପାଖି ଗୋଟିଏ କ୍ବିଣ୍ଟାଲ ପିଠା ବିକ୍ରି କରିଥିବା ଅନୁଷ୍ଠାନ ଏବର୍ଷ ରଜ ପୂର୍ବରୁ ୨କ୍ବିଣ୍ଟାଲ୍ ପାଇଁ ଅଗ୍ରୀମ ରଖିଥିବା ସୂଚନା ମିଳିଛି। ‘ନାଥ ସାହୁ ସୁଇଟ୍‌ ଷ୍ଟଲ’ ସ୍ବତ୍ବାଧିକାରୀ ପ୍ରତାପ ସାହୁ (ମିଲୁ)ଙ୍କ ସୂଚନା ଅନୁସାରେ, ପ‌ୋଡ଼ପିଠା ପାଇଁ ଭଲ ଅରୁଆ ଚାଉଳ ଗୁଣ୍ଡ, ଚିନି, କାଜୁ, କିସମିସ୍, ଲବଙ୍ଗ, ଗୁଜୁରାତି, ଅଳେଇଚ, ଲବଙ୍ଗ, ଘର ପ୍ରସ୍ତୁତି ଗୁଆଘିଅ ଆଦି ବ୍ୟବହାର କରାଯାଉଛି।

publive-image Sambad

ଚାଉଳଗୁଣ୍ଡରେ ଆବଶ୍ୟକ ପରିମାଣରେ ଚିନି ଓ ଲୁଣ ପକାଇ ଯନ୍ତା ଯାଏ। ଏଥିରେ କାଜୁ, କିସମିସ୍ ସମେତ ଅନ୍ୟ ମସଲାକୁ ଗୁଣ୍ଡ କରି ମିଶାଯାଏ। ଏହି ଯନ୍ତାକୁ ଛୋଟ ଛୋଟ ପାତ୍ରରେ ଶାଳପତ୍ର ଦେଇ ଚୁଲିରେ ଅଳ୍ପ ତାପମାତ୍ର‌ାରେ ବସାଇ ପୋଡ଼ପିଠା ତିଆରି କରାଯାଏ। ପିଠା ତିଆରିରେ ସ୍ବାଦ ଓ ଗୁଣାତ୍ମକ ମାନରେ କୌଣସି ସାଲିସ୍ କରାଯାଏ ନାହିଁ ବୋଲି କହିଛନ୍ତି ପ୍ରତାପ ସାହୁ। ଏଥି ପାଇଁ ପ୍ରତିବର୍ଷ ଗ୍ରାହକଙ୍କ ଚାହିଦା ବଢ଼ି ଚାଲିଛି। ‌କଟକ ସହରରୁ ଓଡ଼ିଶାର ବିଭିନ୍ନ ଅଞ୍ଚଳ ସମେତ ହାଇଦ୍ରାବାଦ୍, ଦିଲ୍ଲୀ ଆଦି ସ୍ଥାନକୁ ପିଠା ଯାଏ। ସବୁ ଦରଦାମ ବଢ଼ିଯାଇଥିବାରୁ ଚଳିତ ବର୍ଷ ପୋଡ଼ପିଠା କିଲୋକୁ ୩ଶହ ଟଙ୍କା ରଖାଯାଇଛି। ଚଳିତ ବ‌ର୍ଷ ୨କ୍ବିଣ୍ଟାଲ ପିଠା ପାଇଁ ଅଗ୍ରୀମ ରଖାଯାଇଛି। ରଜଠୁ ଆରମ୍ଭ କରି ଏହି ବ୍ୟବସାୟ ପାଖାପାଖି ୧୫ଦିନ ଚାଲେ ବୋଲି ଶ୍ରୀ ସାହୁ ସୂଚନା‌ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe