ବୈଶାଖୀ ମେଳା; ପଡ଼ିଆରେ ପାଣି, ଖୋଲାଗଲା ରାମଦୋଳି

Advertisment
ବୈଶାଖୀ ମେଳା; ପଡ଼ିଆରେ ପାଣି, ଖୋଲାଗଲା ରାମଦୋଳି

Sambad

କଟକ: ବାଣିଜ୍ୟ ମେଳା ପଡ଼ିଆରେ ଜମିଛି ପାଣି। ବାତ୍ୟା ଆଶଙ୍କାରେ ଖୋଲାଗଲା ରାମଦୋଳି। ତଥାପି ଜମୁଛି ଲୋକଙ୍କ ଭିଡ଼ ଆଉ ଜମୁଛି ବ୍ୟବସାୟ। ସୋମବାର ସଂଧ୍ୟାରେ ବର୍ଷା ସତ୍ତ୍ବେ ଆଜି ମେଳା ପଡ଼ିଆରେ ୪୦ହଜାରରୁ ଅଧିକ ଲୋକ ଜମା ହୋଇଥିବା ବେଳେ ପାଖାପାଖି ୫୦ ଲକ୍ଷ ଟଙ୍କାର ବ୍ୟବସାୟ ହୋଇଥିବା ଆକଳନ କରାଯାଉଛି। ବାତ୍ୟା ଆଶଙ୍କା ଥିବାରୁ ଅଘଟଣ ଏଡାଇବାକୁ ପୁଲିସ ପରାମର୍ଶରେ ଆଜି ରାମଦୋଳି ଖୋଲାଯାଇଛି। କିନ୍ତୁ ଆସନ୍ତାକାଲି ବାତ୍ୟା ପ୍ରଭାବ ଟଳିବା ପରେ ପଡ଼ିଆକୁ ସ୍ବାଭାବିକ କରି ମେଳାକୁ ନିର୍ଦ୍ଧାରିତ ୧୫ତାରିଖ ପର୍ଯ୍ୟନ୍ତ ରଖିବାକୁ ଆୟୋଜକଙ୍କ ପକ୍ଷରୁ ସ୍ଥିର ହୋଇଥିବା ସୂଚନା ମିଳିଛି। ଉପର ବାଲିଯାତ୍ରା ପଡ଼ିଆରେ ଚାଲିଥିବା ୧୭ତମ ବୈଶାଖୀ ବାଣିଜ୍ୟ ମେଳାର ସୋମବାର ଅପରାହ୍‌ଣରେ ଲୋକଙ୍କ ଭିଡ଼ ହୋଇଥିଲା। ସବୁ ଷ୍ଟଲ ସମେତ ସାଂସ୍କୃତିକ ମଣ୍ଡପ ସମ୍ମୁଖରେ ମଧ୍ୟ ଲୋକ ରୁଣ୍ଡ ହୋଇଥିଲେ।

କିନ୍ତୁ କାଳବୈଶାଖୀ ପ୍ରଭାବରେ ହୋଇଥିବା ବର୍ଷା ଯୋଗୁଁ ମେଳାରେ ବିଭ୍ରାଟ ସୃଷ୍ଟି ହୋଇଥିଲା। ବର୍ଷା ପାଇଁ ମେଳା ପଡ଼ିଆରେ ପାଣି ଜମା‌ ହୋଇଥିବାରୁ ଲୋକଙ୍କ ବୁଲିବାରେ ସମସ୍ୟା ହୋଇଥିଲା। ଏଥି ସହ ସମ୍ଭାବ୍ୟ ବାତ୍ୟା ପାଇଁ ପୁଲିସ୍ ପ୍ରଶାସନ ପରାମର୍ଶରେ ରାମଦୋଳି ଖୋଲାଯାଇଛି।‌ ବୈଶାଖୀ ମେଳା ଆବାହକ ସଞ୍ଜୀବ ବେହେରାଙ୍କ ସୂଚନା ଅନୁସାରେ, ଆଜି ପାଖାପାଖି ୪୦ହଜାର ଲୋକଙ୍କ ସମାଗମ ହୋଇଥିବା ବେଳେ ମୋଟ ବ୍ୟବସାୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ। ବାତ୍ୟା ଆଶଙ୍କାରେ ରାମଦୋଳି ଖୋଲାଯାଇଛି। ବର୍ଷା ଛାଡ଼ିବା ପରେ ପରେ ଜଳନିଷ୍କାସନ ବ୍ୟବସ୍ଥା କରାଯିବା ସହିତ ରାମଦୋଳି ଲାଗିବ। ଜିଲ୍ଲା ଓ ପୁଲିସ୍ ପ୍ରଶାସନର ପୂର୍ଣ୍ଣ ସହଯୋଗ ଓ ସମର୍ଥନ ରହିଥିବାରୁ ଆମେ ଆସନ୍ତା ୧୫ତାରିଖ ପର୍ଯ୍ୟନ୍ତ ମେଳାକୁ ଚାଲୁରଖିବୁ ‌ବୋଲି ଶ୍ରୀ ବେହେରା ସୂଚନା ଦେଇଛନ୍ତି। ବାଣିଜ୍ୟ ମେଳା ପରିବାରର ସଂଯୋଜକ ଦେବୀପ୍ରସାଦ ଦାଶ, ଦିଲ୍ଲୀପ କୁମାର ସାହୁ ପ୍ରମୁଖ ଏହାକୁ ପରିଚାଳନ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe