ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା; ଦୋଷୀକୁ ୨୦ ବର୍ଷ ଜେଲ

କଟକ ଅତିରିକ୍ତ ଦୌରା ଜଜ୍ ତଥା ସ୍ବତନ୍ତ୍ର ପୋକସୋ ଅଦାଲତ ବିଚାରପତି ହିମାଂଶୁ ଶେଖର ସିଂହ ୨୦୨୨ର ଏକ ନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ମାମଲାର ଶୁଣାଣି କରି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଅଞ୍ଚଳର ଅବଦୁଲ ରଜାକ୍...

court

କଟକ: କଟକ ଅତିରିକ୍ତ ଦୌରା ଜଜ୍ ତଥା ସ୍ବତନ୍ତ୍ର ପୋକସୋ ଅଦାଲତ ବିଚାରପତି ହିମାଂଶୁ ଶେଖର ସିଂହ ୨୦୨୨ର ଏକ ନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ମାମଲାର ଶୁଣାଣି କରି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଅଞ୍ଚଳର ଅବଦୁଲ ରଜାକ୍ ଓରଫ ଅବଦୁଲ ନାଡି ଖାନ୍‌(୨୫)କୁ ୨୦ ବର୍ଷ ଜେଲ ଦଣ୍ଡ ପ୍ରଦାନ କରିଛନ୍ତି।

ଅଦାଲତ ଆଇପିସିର ଦଫା ୩୬୩, ୩୬୬, ୩୭୬-ଏବି ଓ ପୋକ୍‌ସୋ ଆଇନର ଧାରା ୬ରେ ଅବଦୁଲକୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ଜେଲ ଓ ୬୫ ହଜାର ଟଙ୍କା ଜରିମାନା ଦଣ୍ଡ ପ୍ରଦାନ କରିଛନ୍ତି। ଜରିମାନା ରାଶି ପଇଠ ନ କଲେ ଆସାମୀକୁ ଅଧିକ ୨ ବର୍ଷ ଜେଲ ଦଣ୍ଡ ଭୋଗ କରିବାକୁ ପଡ଼ିବ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି। ଯଦି ଜରିମାନା ବାବଦ ରାଶି ଆଦାୟ ହୁଏ ତେବେ ତାହା ପୀଡ଼ିତାଙ୍କୁ ପ୍ରଦାନ କରାଯିବ। ଏଥି ସହିତ ପୀଡ଼ିତାଙ୍କୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। 

ନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ମାମଲାର ଶୁଣାଣି କରି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଅଞ୍ଚଳର ଅବଦୁଲ ରଜାକ୍ ଓରଫ ଅବଦୁଲ ନାଡି ଖାନ୍‌(୨୫)କୁ ୨୦ ବର୍ଷ ଜେଲ ଦଣ୍ଡ ପ୍ରଦାନ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୧୨ ବର୍ଷିୟା ପୀଡ଼ିତାଙ୍କୁ ଅପହରଣ କରି ନେଇ ସଂପର୍କୀୟଙ୍କ ଘରେ ରଖିଥିଲା। ସେଠାରେ ପୀଡ଼ିତାଙ୍କ ସହିତ ଅବଦୁଲ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ୨୦୨୨, ମାର୍ଚ୍ଚ ୫ରେ ପୀଡ଼ିତଙ୍କ ପରିବାର ତରଫରୁ ଏତଲା ଦିଆଯିବା ପରେ ନିଶ୍ଚିନ୍ତକୋଇଲି ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିଥିଲା।

ପୀଡ଼ିତାଙ୍କୁ ଉଦ୍ଧାର କରାଯିବା ପରେ ତାଙ୍କ ଡାକ୍ତରୀମାଇନା କରାଯାଇଥିଲା। ପୁଲିସ ତଦନ୍ତ କରି ଅବଦୁଲ ବିରୋଧରେ ଅଦାଲତରେ ଚାର୍ଜସିଟ ଦାଖଲ କରବା ପରେ ୨୦୨୩, ଡିସେମ୍ବର ୨୩ରେ ମାମଲାରେ ଚାର୍ଜଫ୍ରେମ୍ ହୋଇଥିଲା। ଅଦାଲତରେ ମାମଲାର ଶୁଣାଣି ବେଳେ ପ୍ରସିକ୍ୟୁସନ ତରଫରୁ ୧୫ଜଣଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା। ସରକାରଙ୍କ ତରଫରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ରମେଶଚନ୍ଦ୍ର ମହାନ୍ତି ଓ ବିଶ୍ବଜିତ ରାୟ ମାମଲା ପରିଚାଳନା କରୁଥିଲେ।

Orissa High Court | Cuttack 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe