ରକ୍ତଦାନ ଶିବିର ବନ୍ଦକୁ ନେଇ ରେଭେନ୍ସାରେ ଉତ୍ତେଜନା, ବିଳମ୍ବିତ ରାତିରେ ଛାତ୍ରଙ୍କ ଧାରଣା

ରକ୍ତଦାନ ଶିବିର ବନ୍ଦକୁ ନେଇ ରେଭେନ୍ସାରେ ଉତ୍ତେଜନା, ବିଳମ୍ବିତ ରାତିରେ ଛାତ୍ରଙ୍କ ଧାରଣା

Sambad

କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟର ‘ମହାନଦୀ’ ଓ ‘ଲଳିତ ଗିରି’ ହଷ୍ଟେଲରେ ହେବାକୁ ଥିବା ସ୍ବେଚ୍ଛାକୃତ ରକ୍ତଦାନ ଶିବିରକୁ କର୍ତ୍ତୃପକ୍ଷ ବନ୍ଦ କରି ଦେବା ଘଟଣାକୁ ନେଇ ବିଶ୍ବବିଦ୍ୟାଳୟ ପରିସରରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି। ଛାତ୍ରମାନେ ଆଜି ବିଳମ୍ବିତ ରାତିରେ ବିଶ୍ବବିଦ୍ୟାଳୟର ୨ ନମ୍ବର ଗେଟ୍ ସମ୍ମୁଖରେ ଧାରଣା ଦେଇଛନ୍ତି। କୁଳପତି ରକ୍ତଦାନ କାର୍ଯ୍ୟକ୍ରମ ପାଇଁ ଅନୁମତି ନ ଦେବା ଯାଏ ସେମାନେ ଧାରଣା ଜାରି ରଖିବେ ବୋଲି ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ ଆସନ୍ତା ୨୬ ତାରିଖ, କାରଗିଲ୍ ବିଜୟ ଦିବସ ଉପଲ‌କ୍ଷେ ଏହି ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା ବେଳେ କର୍ତ୍ତୃପକ୍ଷ ତାହାକୁ ଆଜି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ରକ୍ତଦାନ ଭଳି କାର୍ଯ୍ୟକ୍ରମକୁ ବନ୍ଦ କରିବାର ଉଦ୍ଦେଶ୍ୟ କ’ଣ ବୋଲି ଛାତ୍ରମାନେ ପ୍ରଶ୍ନ କରିବା ସହିତ ଏଭଳି ନିଷ୍ପତ୍ତିର ସମାଲୋଚନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe