ପ୍ରେମ ପାଇଁ ବିଷ ପିଇଦେଲେ ରେଭେନ୍ସା ଛାତ୍ର

Advertisment
ଥାଲାସେମିଆରେ ଯୁବକ ମୃତ, ବର୍ଷକରେ ଦୁଇ ଭାଇଙ୍କ ଜୀବନ ଗଲା

ThePleasantDream

କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟର ଜଣେ ଛାତ୍ର ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ବିଶ୍ବବିଦ୍ୟାଳୟର ଆଇଟିଏମ୍ ତୃତୀୟ ବର୍ଷ ଛାତ୍ର ଏସ୍ ଅମିତ କୁମାର(୨୨) ବୁଧବାର ସକାଳେ ହଷ୍ଟେଲରେ ଏଭଳି କାଣ୍ଡ ଘଟାଇଛନ୍ତି। ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ସେ ଆତ୍ମହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି। ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଆସ୍କାର ଅମିତ ଜଗନ୍ନାଥ ଛାତ୍ରାବାସରେ ରୁହନ୍ତି। ଗୋଟିଏ ରୁମ୍‌ରେ ଅମିତଙ୍କ ସମେତ ଅନ୍ୟ ଜଣେ ସହପାଠୀ ବି ରୁହନ୍ତି। କିନ୍ତୁ ସମ୍ପୃକ୍ତ ସହପାଠୀ ଛୁଟିରେ ଘରକୁ ଯାଇଥିବାରୁ ଅମିତ ଏକୁଟିଆ ଥିଲେ।

ବୁଧବାର ଦିନ ପ୍ରାୟ ୧୦ଟା ବେଳେ ହଷ୍ଟେଲରେ ବିଷ ପିଇ ଦେଇଥିବା ଅନ୍ୟ ସହପାଠୀମାନେ ଦେଖିବାକୁ ପାଇଥିଲେ। ଘଟଣା ସମ୍ପର୍କରେ ମାଲଗୋଦାମ ଥାନା ପୁଲିସକୁ ଖବର ଦେବା ପରେ ପୁଲିସ ଅମିତଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ପୁଲିସ ହଷ୍ଟେଲରୁ ଏକ ସୁଇସାଇଡ୍ ନୋଟ୍ ଜବତ କରିଥିବା କୁହାଯାଉଥିବା ବେଳେ ପ୍ରେମ ବ୍ୟାପାରକୁ ନେଇ ଅମିତ ଏଭଳି ଚରମ ନିଷ୍ପତ୍ତି ନେଇଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe