କଟକ ବାରବାଟୀରେ ଏଥର ଭଲ ଲଢ଼େଇ ହେବ: ପ୍ରକାଶ ବେହେରା

କଟକ ବାରବାଟୀରେ ଏଥର ଭଲ ଲଢ଼େଇ ହେବ: ପ୍ରକାଶ ବେହେରା

odishabytes.com

କଟକ: କଟକ- ବାରବାଟୀ ବିଧାନସଭା  ଆସନରୁ ବିଜେଡି ପ୍ରାର୍ଥୀ ହେବା ପରେ ପ୍ରକାଶ ବେହେରା ନିଜର ମତ ରଖିଛନ୍ତି। ସେ କହିଛନ୍ତି, ମୋ ପାଇଁ କଟକ ବାରବାଟୀ ନୂଆ ନୁହେଁ । ଗତ ୨୦ ବର୍ଷ ହେବ ମୁଁ ଏଠାରେ ରାଜନୀତି କରୁଛି। ବିଭିନ୍ନ ରାଜନୈତିକ ଦାୟିତ୍ୱ ଓ ପଦପଦବୀରେ ଏଠାରେ ଥିଲି। କିନ୍ତୁ ସିଧାସଳଖ ଭାବେ କଟକ ବାରବାଟୀରୁ ନିର୍ବାଚନ ଲଢ଼ି ନାହିଁ। କଟକରେ ସଂଗଠନ ରହିଛି। ରାଜନୈତିକ କାର୍ଯ୍ୟକ୍ରମ ଚାଲିଛି।

ସେ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ଏକ ସମ୍ମାନସ୍ପଦ ସ୍ଥାନରେ ପ୍ରାର୍ଥୀ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋ ଉପରେ ଯେଉଁ ଆଶା ଓ ଆକାଂକ୍ଷା ରଖିଛନ୍ତି, ତାକୁ ପୂରଣ କରିବାକୁ ଚେଷ୍ଟା କରିବି। ମୁଖ୍ୟମନ୍ତ୍ରୀ କଟକ ସମେତ ସାରା ରାଜ୍ୟରେ ବିକାଶମୂଳକ କାର୍ଯ୍ୟ ହୋଇଛି। ବିକାଶ ଓ ଦଳୀୟ କର୍ମୀଙ୍କୁ ସାଙ୍ଗରେ ନେଇ ଏହାକୁ ସଫଳ କରିବି। କଟକ ବାରବାଟୀରେ ଏକ ଭଲ ଲଢ଼େଇ ନିଶ୍ଚୟ ହେବ। ଦଳୀୟ ନେତା ଓ କର୍ଯ୍ୟକର୍ତ୍ତାଙ୍କୁ ସାଙ୍ଗରେ ନେଇ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଲୋକଙ୍କ ଯାହା ଆବଶ୍ୟକତା ରହିଛି, ତାହା ବୁଝି ଠିକ ଫୋରମରେ ପହଞ୍ଚାଇବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe