ମହାନଦୀର ପୁରୁଣା ସିସୋର୍‌ ପଠାରେ ପୁଣି ହେବ ନୌକାବିହାର

ପୁନରୁଦ୍ଧାର ଆରମ୍ଭ; ନୌକାବିହାର ଖାଦ୍ୟ ବ୍ୟବସ୍ଥା କରିବ ଓଟିଡ଼ିସି

ମହାନଦୀର ପୁରୁଣା ସିସୋର୍‌ ପଠାରେ ପୁଣି ହେବ ନୌକାବିହାର

OdiaLive

କଟକ: ପୁଣି ହେବ ମହାନଦୀରେ ନୌକାବିହାର। ଗଡ଼ଗଡିଆ ପଠା ନିକଟରେ ଯେଉଁଠି ପୂର୍ବରୁ ସିସୋର ସଂସ୍ଥା ପକ୍ଷରୁ ନୌକାବିହାର ବ୍ୟବସ୍ଥା କରାଯାଇଥିଲା, ତାହାର ପୁନରୁଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏଥର କିନ୍ତୁ କୌଣସି ଘରୋଇ ସଂସ୍ଥା ବଦଳରେ ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯାଉଛି।

ଏକଦା ସହରବାସୀ ବିଶେଷକରି ଯୁବବର୍ଗଙ୍କ ପାଇଁ ଅନ୍ୟତମ ଆକର୍ଷଣ ସ୍ଥଳ ପାଲଟି ଥିବା ନୌକାବିହାର ବ୍ୟବସ୍ଥା ପୁନଃ କାର୍ଯ୍ୟକ୍ଷମ ହେଲେ, ପର୍ଯ୍ୟଟନର ବିକାଶ ହୋଇପାରିବ ବୋଲି ଆଶା କରାଯାଉଛି।

publive-image Sambad

ସୂଚନା ଅନୁଯାୟୀ ସେଠାରେ ଓଟିଡିସି ପକ୍ଷରୁ ମହାନଦୀରେ ନୌକାବିହାର ସହିତ ବିଭିନ୍ନ ଜଳକ୍ରୀଡା ବ୍ୟବସ୍ଥା ମଧ୍ୟ ଆୟୋଜନ ହେବ। ଲୋକେ ଏଠାରେ ମହାନଦୀରେ ନୌକାବିହାରର ମଜା ନେବା ସହିତ ବିଭିନ୍ନ ପ୍ରକାର ଖାଦ୍ୟର ସ୍ବାଦ ‌ମଧ୍ୟ ନେଇ ପାରିବେ। ସିସୋର ସଂସ୍ଥା ପକ୍ଷରୁ ୨୦୧୩ରେ ଏହି ପ୍ରକଳ୍ପ ଆରମ୍ଭ ହୋଇଥିବା ବେଳେ ଖୁବ୍ କମ ଦିନରେ ଏହା ଲୋକଙ୍କ ପାଇଁ ପସନ୍ଦର ସ୍ଥାନ ପାଲଟିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସିସୋର ସଂସ୍ଥା ଚିଟଫଣ୍ଡ ମାମଲାରେ ଫସିବା ପରେ ଏହି ପ୍ରକଳ୍ପ ବନ୍ଦ ହୋଇଯାଇଥିଲା।

ପୂର୍ବରୁ ସେହି ସ୍ଥାନରେ ଥିବା ରେ‌ଷ୍ଟୁରାଣ୍ଟ ଓ ଲୋକଙ୍କ ବସିବା ପାଇଁ ଥିବା ବିଶ୍ରାମ ଗୃହ ଓ ହାଇମାଷ୍ଟ୍ ଲାଇଟ ମରାମତି କାମ ଆରମ୍ଭ ହୋଇଯାଇଛି। ଏହା ସହିତ ଏଠାରେ ନୂତନ ଶୌଚାଳୟ, ସୁରକ୍ଷାକର୍ମୀଙ୍କ ପାଇଁ ଘର କାମ ମଧ୍ୟ ପ୍ରାଥମିକ ସ୍ତରରେ ଆରମ୍ଭ  ହୋଇଛି। ଆଗାମୀ ଦିନରେ ଏଠାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ କିଛି ବ୍ୟବସ୍ଥାର ଯୋଜନା ରହିଛି।

ଲୋକଙ୍କ ମନୋରଞ୍ଜନ ତଥା ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ରଖାଯାଇ ସବୁ ବ୍ୟବସ୍ଥା କରଯିବ। ମହାନଦୀ କୂଳରେ ବର୍ଫି ଯୋଜନା ଆରମ୍ଭ କରାଯାଇଥିବା ବେଳେ ନୌକା ବିହାରର ପୁନରୁଦ୍ଧାର କାମ ସହରକୁ ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବ ବୋଲି ଓଟିଡିସିର ଇଂଜିନିୟର ଟି.କେ. ପାଣି ଆଶାପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe