କାର୍ ଭଡ଼ାରେ ଦେଉଛନ୍ତି କି? ଓଏଲ୍‌ଏକ୍ସରେ ମାତିଛନ୍ତି ଠକ ଡ୍ରାଇଭର୍

୫କୋଟିର ଗାଡ଼ି ପତ୍ତା ମିଳୁନି; ବାଦାମବାଡ଼ିରେ ୮ ମାମଲା

କାର୍ ଭଡ଼ାରେ ଦେଉଛନ୍ତି କି? ଓଏଲ୍‌ଏକ୍ସରେ ମାତିଛନ୍ତି ଠକ ଡ୍ରାଇଭର୍

Sambad

କଟକ: କାର୍ ଭଡ଼ାରେ ଲଗାଇ ମାସିକ ୩୦ରୁ ୪୦ ହଜାର ଟଙ୍କା ରୋଜଗାର ପାଇଁ ଓଏଲଏକ୍ସରେ ବିଜ୍ଞାପନ ଆସୁଛି। ଏହି ବିଜ୍ଞାପନ ଲୋଭରେ ଫସି ଗାଡ଼ି କୌଣସି ଡ୍ରାଇଭରକୁ ଚଲାଇବାକୁ ଦେଉଛନ୍ତି କି? ଏକ ଅନ୍ତରାଜ୍ୟ ଠକ ଗ୍ୟାଙ୍ଗ୍ ଏବେ ନିଜକୁ ଡ୍ରାଇଭର ପରିଚୟରେ ଗାଡ଼ି ମାଲିକଙ୍କ ଗାଡ଼ି ଲୁଟି ହାଇଦ୍ରାବାଦ, ତେଲେଙ୍ଗାନା, ବେଙ୍ଗାଲୁରରେ ବିକ୍ରି କରୁଛନ୍ତି। ଏହି ଠକ ଗ୍ୟାଙ୍ଗ୍ ଗାଡ଼ି ବିକ୍ରି କରି ୨ରୁ ୩ ଲକ୍ଷ ଟଙ୍କା ଆଣୁଛନ୍ତି। ମାଲିକାନା ହସ୍ତାନ୍ତର ସମୟରେ ଅବଶିଷ୍ଟ ଟଙ୍କା ନେବା କଥା କହି ମାଲିକାନା ହସ୍ତାନ୍ତର କରୁନାହାନ୍ତି। ଫୋନ୍ ସୁଇଚଅଫ୍ କରି ଫେରାର ହୋଇଯାଉଛନ୍ତି। ଗଲା ୪ ବର୍ଷ ଭିତରେ କେବଳ ବାଦାମବାଡ଼ି ଥାନା ପୁଲିସ ୮ଟି ମାମଲାରେ ସମ୍ପୃକ୍ତ ପ୍ରାୟ ୬ କୋଟି ଟଙ୍କାର ଏଭଳି ଚୋରା ଗାଡ଼ି ଜବତ କରିଥିବା ବେଳେ ଏହି ମାମଲାରେ ୩ ଜଣ କୁଖ୍ୟାତ ଅନ୍ତରାଜ୍ୟ ଠକଙ୍କୁ ଗିରଫ କଲାଣି। ଆହୁରି ପାଖାପାଖି ୫ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗାଡ଼ି ରାଜ୍ୟ ବାହାରେ ବିକ୍ରି ହୋଇଥିବା ବେଳେ ଏହାର ପତ୍ତା ମିଳୁନାହିଁ। ଏହି ଠକେଇ ମାମଲାରେ ୫ରୁ ଅଧିକ ଅନ୍ତରାଜ୍ୟ ଠକ ଫେରାର ଅଛନ୍ତି। ଯାହାକି ପୁଲିସ ପାଇଁ ଚିନ୍ତାର କାରଣ ହୋଇଛି। ସୂଚନା ଅନୁଯାୟୀ, ୨୦୧୮ ନଭେମ୍ବରରେ ଓଡ଼ିଆ ବଜାର ଅଞ୍ଚଳର ଅଜୟ ଛୁରିଵାଲାଙ୍କ ଇନୋଭା ଭଡ଼ାରେ କଲ୍ୟାଣୀନଗର ଅଞ୍ଚଳର ଜି. ସ˚ଜୀବ କୁମାର ସ୍ବାମୀ ଏବ˚ ସୁଧା˚ଶୁ ମାନ୍‌ସି˚ ଓରଫ ବାବାଜୀ ନେଇଥିଲେ। ପରେ ଏହାକୁ ହାଇଦ୍ରାବାଦ୍‌ରେ ୧୫ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ। ୨୦୧୮ ଡିସେମ୍ବରରେ ଶିଖରପୁରର ସୁନିଲ କୁମାର ଜେନାଙ୍କ ଇନୋଭା ଏହି ଦୁଇ ଜଣ ଭଡ଼ାରେ େନଇ ବେଙ୍ଗାଲୁର‌୍‌ରେ ୧୦ଲକ୍ଷ ୮୦ ହଜାର ଟଙ୍କାରେ ବିକ୍ରି କରି ଦେଇଥିଲେ। ଓଏଲ୍‌ଏକ୍ସରେ ବିଜ୍ଞାପନ ଦେଖି ଶିଖରପୁରର ସୁନିଲ କୁମାର ଜେନା ଇନୋଭା ଗାଡ଼ି ଗଲା ୨୦୧୮ ଡିସେମ୍ବରରେ ଏମାନଙ୍କୁ ଭଡ଼ାରେ ଦେଇଥିଲେ। ଗାଡ଼ିଟିକୁ ରାଜ୍ୟ ବାହାରେ ବିକ୍ରି କରି ଦେଇଥିଲେ। ୨୦୧୯ ମାର୍ଚ୍ଚ ୨୫ ତାରିଖରେ ବାଦାମବାଡ଼ି ଥାନାରେ ସୁନିଲ ଏତଲା ଦେବା ପରେ ଏହି ଦୁଇ ଠକଙ୍କ କେଳେଙ୍କାରୀ ସାମନାକୁ ଆସିଥିଲା। ୨୦୧୯ ଜାନୁଆରିରେ ନୟାଗଡ଼ର ସୁଶାନ୍ତ ମହାରଣାଙ୍କ ସହିତ ଘଟିଥିଲା।

ସୁଶାନ୍ତଙ୍କ ଇନୋଭାକୁ ଭୁବନେଶ୍ବର ପି.କେ ଅଟୋ ମୋବାଇଲରେ ୪ ଲକ୍ଷ ୮୦ ହଜାର ଟଙ୍କାରେ ଏହି ଦୁଇ ଠକ ବନ୍ଧା ପକାଇଥିଲେ। ୨୦୧୯ ଫେବ୍ରୁଆରିରେ ମହମ୍ମଦିଆ ବଜାରର ନରୋତ୍ତମ ସାହୁଙ୍କ ହୋଣ୍ତା ସିଟି ଅଡ଼ଶପୁରରେ ୨ ଲକ୍ଷ ୮୦ ହଜାର ଟଙ୍କାରେ ବିକ୍ରି କରିଥିଲେ। ୨୦୧୯ ଫେବ୍ରୁଆରିରେ ନିଆଳି ଥାନା କସର୍ଦ୍ଦାର ସୌମ୍ୟ ରଞ୍ଜନ ବିରାଟଙ୍କ ହୋଣ୍ତା ସିଟିକୁ ଗାଏବ୍ କରିଦେଇଥିଲେ। ଏହି ସମସ୍ତ ମାମଲାରେ ବାଦାମବାଡ଼ି ଥାନା ପୁଲିସ ତଦନ୍ତ କରୁଥିବା ବେଳେ ସଂଜୀବକୁ ୨୦୧୯ ଏପ୍ରିଲ ୩ ତାରିଖରେ ଗିରଫ କରିବା ସହିତ ୫ କୋଟି ଟଙ୍କାର ୪ଟି ଦାମି ଗାଡ଼ି ଜବତ ହୋଇଥିଲା। ଆହୁରି ୧୫ରୁ ଅଧିକ ଦାମି ଗାଡ଼ି ରାଜ୍ୟ ବାହାରେ ବିକ୍ରି ହୋଇଥିବା ଜଣାପଡ଼ିଛି। ଗାଡ଼ିର ମୂଲ୍ୟ ୧୦ କୋଟିରୁ ଉର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଉଛି। ବକ୍ସିବଜାର ବେପାରୀସାହିର ଅନନ୍ତ ନାରାୟଣ ସି˚ହଙ୍କ ଇଅନ୍‌ କାରକୁ ୨୦୧୯ ମସିହାରେ ମଞ୍ଚେଶ୍ବର ଚକେଇଶିଆଣିର ଆଲୋକ କୁମାର ଦାସକୁ ଦେଇଥିଲେ। ୨୦୨୧ ଡିସେମ୍ବରରେ ଅନନ୍ତ ବାଦାମବାଡି ଥାନାରେ ଏତଲା ଦେଇଥିଲେ। ଖୋର୍ଧାରେ ଗାଡ଼ିକୁ ୧ଲକ୍ଷ ୪୦ହଜାର ଟଙ୍କାରେ ବିକ୍ରି କରିଥିବା ଜଣାପଡ଼ିଥିଲା। ଆଲୋକ ବିରୋଧରେ କଟକ ବାଦାମବାଡ଼ି ସମେତ ଭୁବନେଶ୍ବର, ଖୋର୍ଦ୍ଧା, ମୟୂରଭଞ୍ଜ, ଜଗତସି˚ହପୁର ଜିଲ୍ଲାର ବିଭିନ୍ନ ଥାନାରେ ମାମଲା ରହିଥିବା ପୁଲିସ ଜାଣିବାକୁ ପାଇଛି। ତେବେ ତାକୁ ଚଳିତ ବର୍ଷ ଜାନୁଆରି ୧୭ ତାରିଖରେ ବାଦାମବାଡ଼ି ଥାନା ପୁଲିସ ଗିରଫ କରିଛି। ଖାନନଗର ଅଞ୍ଚଳର ବିକାଶ ସାହୁଙ୍କୁ ଏକ ମାରୁତି ସୁଇଫଟ ଡିଜାୟାର କାର ୧ ଲକ୍ଷ ଟଙ୍କାରେ ବୟାଳିଶି ମୌଜାର ରଂଜନ ବେହେରା ବିକ୍ରି କରିଥିଲା।

ଅବଶିଷ୍ଟ ୪ ଲକ୍ଷ ଟଙ୍କା ଦେଲେ ଗାଡ଼ିର ମାଲିକାନା ସଂକ୍ରାନ୍ତ କାଗଜପତ୍ର ଦେବାକୁ କଥା ହେଇଥିଲା। ତେବେ ରଂଜନ ଚମ୍ପଟ୍ ମାରିଥିଲା। ଚଳିତ ବର୍ଷ ଗଲା ୨୦ ତାରିଖରେ ବାଦାମବାଡ଼ି ଥାନାରେ ଏତଲା ପରେ ୨୧ ତାରିଖରେ ପୁଲିସ ତାକୁ ଗିରଫ କରିଛି। ରଂଜନ ଖୁଣ୍ଟୁଣୀ ଘଣ୍ଟିଖାଲ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଏହି କାର ଭଡ଼ାରେ ଚଲାଇବାକୁ ଆଣି ଏଭଳି ବିକ୍ରି କରିଥିଲା। ୨୦୧୯ ଏପ୍ରିଲ ୩ ତାରିଖରେ ଗିରଫ ହୋଇଥିବା ଜି.ସଂଜୀବ କୁମାର ସ୍ବାମୀ ଆହୁରି ୧୫ରୁ ଅଧିକ ଦାମୀ ଗାଡ଼ି ରାଜ୍ୟ ବାହାରେ ବିକ୍ରି କରିଥିବା ବେଳେ ଏହି ଗାଡ଼ିଗୁଡ଼ିକର ପତ୍ତା ବର୍ତ୍ତମାନ ସୁଦ୍ଧା ମିଳିପାରୁ ନାହିଁ। ଏହି ମାମଲାରେ ଆଜି ବି ଆହୁରି ୫ରୁ ଅଧିକ ଅନ୍ତରାଜ୍ୟ ଠକ ପୁଲିସ ରେକର୍ଡରେ ଠକ ଫେରାର ଅଛନ୍ତି। ବାଦାମବାଡ଼ି ଥାନା ଆଇଆଇସି ରଶ୍ମିରଞ୍ଜନ ମହାପାତ୍ର କହିଛନ୍ତି ଯେ ଇଏମଆଇ ଦେଇପାରୁନଥିବା ଗାଡ଼ି ମାଲିକଙ୍କୁ ମାସିକ ମୋଟା ଅଙ୍କର ଭଡ଼ା ଦେବାକୁ କହି ଠକମାନେ କାର୍ ଆଣୁଛନ୍ତି। ପରେ ଏହାକୁ ୨ରୁ ୩ ଲକ୍ଷ ଟଙ୍କାରେ ବାହାରେ ଅନ୍ୟ ଲୋକଙ୍କୁ ବିକ୍ରି କରି ଫେରାର ହୋଇଯାଉଛନ୍ତି। ଏଭଳି ଶୈଳୀରେ ଠକେଇ ବାରମ୍ବାର ଘଟୁଥିବା ଦୃଷ୍ଟିକୁ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe