ପିଚୁ ଉପରେ କଂକ୍ରିଟ୍, କଂକ୍ରିଟ୍ ଉପରେ ପିଚୁ, ପିଚୁ ଉପରେ ଏବେ ପୁଣି କଂକ୍ରିଟ୍‌

Advertisment

ରାସ୍ତା ନିର୍ମାଣ ଆଳରେ ଅର୍ଥ ହରିଲୁଟ୍‌, ସମସ୍ତେ ସବୁ ଜାଣି ଚୁପ୍‌

ରାସ୍ତା ନିର୍ମାଣ ଆଳରେ ଅର୍ଥ ହରିଲୁଟ୍‌, ସମସ୍ତେ ସବୁ ଜାଣି ଚୁପ୍‌

ପିଚୁ ଉପରେ କଂକ୍ରିଟ୍, କଂକ୍ରିଟ୍ ଉପରେ ପିଚୁ, ପିଚୁ ଉପରେ ଏବେ ପୁଣି କଂକ୍ରିଟ୍‌

କଟକ: ପ୍ରଥମେ ପିଚୁ, ତା’ ଉପରେ କଂକ୍ରିଟ୍, କଂକ୍ରିଟ୍ ଉପରେ ପିଚୁ ଆଉ ପୁଣି ପିଚୁ ଉପରେ କଂ‌କ୍ରିଟ। ଏହା ଶୁଣିବାକୁ ବଡ଼ ବିଚିତ୍ର ଲାଗୁଥିଲେ ବି ଏଭଳି ଢଙ୍ଗରେ ରାସ୍ତା ନିର୍ମାଣ ହେଉଛି କଟକର ସିଡିଏ ଅଞ୍ଚଳରେ। ଏ ସଂପର୍କରେ ମେୟରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ମେୟର ଅଧିକାରୀଙ୍କୁ ଏ ସଂପର୍କରେ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ କହିଥିଲେ। କିନ୍ତୁ ଘଟଣାକୁ ନେଇ ଏବେ ସମସ୍ତେ ଚୁପ୍ ହୋଇଯାଇଛନ୍ତି। ରାସ୍ତା ନିର୍ମାଣ ଆଳରେ ଏଭଳି ଅର୍ଥ ହରିଲୁଟ୍ ଘଟଣାକୁ ନେଇ ଅଞ୍ଚଳରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ସିଡିଏ ସେକ୍ଟର-୬ ସ୍ଥିତ ଡିଏଭି ସ୍କୁଲ୍ ନିକଟରେ ଥିବା ରାସ୍ତା ପ୍ରଥମେ ପିଚୁରେ ତିଆରି ହୋଇଥିଲା।

publive-image Sambad

କିଛି ବର୍ଷ ପରେ ରାସ୍ତା ଖରାପ ହେବାରୁ ସେହି ରାସ୍ତା ଉପରେ କଂକ୍ରିଟ ଢାଳି ରାସ୍ତା ନିର୍ମାଣ କରାଗଲା। କିନ୍ତୁ ସେହି ରାସ୍ତା ଉପରେ ପୁଣି ଥରେ ପିଚୁ ପକାଇ ରାସ୍ତା କରାଗଲା। ଏବେ ସେହି ରାସ୍ତାକୁ ପୁଣି କଂକ୍ରିଟ କରାଯାଇଛି। ରାସ୍ତା ତିଆରିରେ ଏଭଳି ବିଚିତ୍ର କାର୍ଯ୍ୟ ଲୋକଙ୍କୁ ଚକିତ କରିଛି। ପ୍ରଶାସନ କିଭଳି ଏ ପ୍ରକାର କାର୍ଯ୍ୟକୁ ଆଖିବୁଜି ପ୍ରୋତ୍ସାହିତ କରୁଛି, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଥିବା ବେଳେ ଏହାର ବିଧିବଦ୍ଧ ତଦନ୍ତ ପାଇଁ ଦାବି ହୋଇଛି। ଗଲା କିଛି ଦିନ ତଳେ ମେୟର ସୁବାସ ସିଂହ ସିଡିଏ ଅଞ୍ଚଳ ପରିଦର୍ଶନରେ ଆସିଥିବା ବେଳେ ସେହି ରାସ୍ତା ସଂପର୍କରେ ତାଙ୍କର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତାଙ୍କ ସହ ଥିବା ସିଏମସି ଅଧିକାରୀ ମାନଙ୍କୁ ଏପରି ଘଟଣା କିଭଳି ହେଲା ବୋଲି ମେୟର ପ୍ରଶ୍ନ କରିଥିଲେ। କିନ୍ତୁ ସିଏମସିର ଅଧିକାରୀ ମାନେ କୌଣସ ସନ୍ତୋଷଜନକ ଉତ୍ତର ଦେଇ ନ ପାରି ଚୁପ୍ ରହିଥିଲେ। ଏ ସଂପର୍କରେ ଅନୁଧ୍ୟାନ କରି ତାଙ୍କୁ ଜଣାଇବା ପାଇଁ ମେୟର କହିଥିଲେ। କିନ୍ତୁ ଏହି ଘଟଣା ଉପରେ କୌଣସି କାର୍ଯାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ସରକାରୀ ଅର୍ଥକୁ ଏଭଳି ହରିଲୁଟ୍ କରୁଥିବା ବ୍ୟକ୍ତିବିଶେଷ ଓ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe