ପାଣି ପାଇପ ଫାଟି ଦବିଲା ରାସ୍ତା: ନୂଆପଡ଼ାରୁ ଖାନନଗର ରାସ୍ତାରେ ଯାତାୟତ ପ୍ରଭାବିତ

Advertisment
ପାଣି ପାଇପ ଫାଟି ଦବିଲା ରାସ୍ତା: ନୂଆପଡ଼ାରୁ ଖାନନଗର ରାସ୍ତାରେ ଯାତାୟତ ପ୍ରଭାବିତ

କଟକ: ହଠାତ୍ ଦବିଗଲା ରାସ୍ତା। ପାଣି ପାଇପ ଫାଟି ଦବିଲା ରାସ୍ତା। କଟକ ନୂଆପଡ଼ା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ରାସ୍ତା ତଳେ ପାଣି ପାଇପ ଫାଟି ସୃଷ୍ଟି ହୋଇଛି ବିରାଟ ଗାତ। ଫଳରେ ଯାତାୟତ ପ୍ରଭାବିତ ହୋଇଛି। ନୂଆପଡ଼ାରୁ ଖାନନଗର ରାସ୍ତାରେ ଯାତାୟତ ପ୍ରଭାବିତ ହୋଇଛି। ଏହି ରାସ୍ତାଟି ନୂଆପଡ଼ାରୁ ଲିଙ୍କ ରୋଡକୁ ସଂଯୋଗ କରୁଛି। ଏବେ ଏହି ରାସ୍ତା ଦେଇ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ରହିଛି। ବର୍ତ୍ତମାନ ଦୁଇପଟେ ରାସ୍ତା ବ୍ଲକ ହୋଇ ମରାମତି କାମ ଚାଲିଛି। ଘଟଣା ସ୍ଥଳରେ କଟକ ମେୟର ପହଞ୍ଚି ସ୍ଥିତି ଯାଞ୍ଚ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe