ମୁମ୍ବାଇ ଢାଞ୍ଚାରେ କଟକରେ ଆରମ୍ଭ ହେଲା ରୁଟି ବ୍ୟାଙ୍କ

ମୁମ୍ବାଇ ଢାଞ୍ଚାରେ କଟକରେ ଆରମ୍ଭ ହେଲା ରୁଟି ବ୍ୟାଙ୍କ

Sambad

କଟକ: ମୁମ୍ବାଇ ରୁଟି ବ୍ୟାଙ୍କ ଢ଼ାଞ୍ଚାରେ କଟକରେ ଆରମ୍ଭ ହୋଇଛି ‌ରୁଟି ବ୍ୟାଙ୍କ। କଟକରେ ଆରମ୍ଭ ହୋଇଥିବା ଏହି ରୁଟି ବ୍ୟାଙ୍କକୁ ମୁମ୍ବାଇ ରୁଟି ବ୍ୟାଙ୍କ ସହାୟତା ଯୋଗାଇବ। ଗରିବ ଅସହାୟ ଲୋକଙ୍କୁ ସ୍ବାସ୍ଥ୍ୟକର ଖାଦ୍ୟ ଯୋଗାଇ ଦେବା ଉଦ୍ଦେଶ୍ୟରେ ଏହି ରୁଟି ବ୍ୟାଙ୍କ କଟକର ଆଜି ଶୁଭାରମ୍ଭ ହୋଇଛି। ଆସ୍ଥା ଆଲୋକ ଟ୍ରଷ୍ଟ ପକ୍ଷରୁ ରୁଟି ବ୍ୟାଙ୍କ କଟକର ଗଡ଼ଚଣ୍ତୀ ମନ୍ଦିର ପ୍ରାଙ୍ଗଣ‌ରେ ଉଦ୍‌ଘାଟିତ ହୋଇଛି। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଏସସିବି ମେଡ଼ିକାଲ ହୃଦରୋଗ ବିଭାଗର ପ୍ରାକ୍ତନ ପ୍ରଫେସର ଡାକ୍ତର ହୃଦାନନ୍ଦ ମିଶ୍ର, ଆଚାର୍ଯ୍ୟ ହରିହର କ୍ୟାନ୍‌ସର ହସ୍ପିଟାଲର ନିର୍ଦେଶକ ଡାକ୍ତର ଲଲାଟେନ୍ଦୁ ଷଡ଼ଙ୍ଗୀ, ରେଭେନ୍ସା କଲେଜର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ପ୍ରଭାତ ମିଶ୍ର, ଟ୍ରଷ୍ଟର ଅଧ୍ୟକ୍ଷ ତଥା ପୂର୍ବତନ ପୁଲିସ ଡ଼ିଜି ପ୍ରକାଶ ମିଶ୍ର, ମୁମ୍ବାଇ ରୁଟି ବ୍ୟାଙ୍କ ନିର୍ଦେଶକ ଡକ୍ଟର ଶିବାନନ୍ଦନ, ରୁଚି ମସଲାର ପରିଚାଳନା ନିର୍ଦେଶକ ଶରତ କୁମାର ସାହୁ, ମାରଓ୍ବାଡ଼ି ସମାଜ ମୁଖ୍ୟ କାର୍ଯ୍ୟକର୍ତ୍ତା କମଲ ଅଗ୍ରୱାଲ, ଆନନ୍ଦ ଫ୍ୟାବ୍ରିକେଟର ମୁଖ୍ୟ ଅରୁଣ ‌ବାଗେଡ଼ିଆ, ଓଡ଼ିଶା ତେଲୁଗୁ ସମାଜ ସଭାପତି ଡକ୍ଟର କୈଳାସ ଜି, ଗୁଜୁରାଟୀ ସମାଜ ମୁଖ୍ୟ କାର୍ଯ୍ୟକର୍ତ୍ତା ରୋହିତ ଗାନ୍ଧୀ, ଚାର୍ଟାର୍ଡ ଆକାଉଣ୍ଟ ଆସୋସିଏସନ ପୂର୍ବତନ ସଭାପତି ସୂର୍ଯ୍ୟ ମହାପାତ୍ର, ଅଲ ଓଡ଼ିଶା ଏଲଆଇସି ଏଜେଣ୍ଟ ଆସୋସିଏସନର ପୂର୍ବତନ ସଭାପତି ଶମ୍ଭୁ ଗୋଏଙ୍କା, ଅଭିନେତ୍ରୀ ବୈଶାଳୀ ପରିଡା, ସମାଜସେବୀ ବାବୁଲା ପଟ୍ଟନାୟକ ଯୋଗ ଦେଇଥିଲେ। ଟ୍ରଷ୍ଟର ଉପାଧ୍ୟକ୍ଷ ତଥା ଓଡ଼ିଶା ଘରୋଇ ଯାନ୍ତ୍ରିକ ମହାବିଦ୍ୟାଳୟ ସଂଘର ଅଧ୍ୟକ୍ଷ ବିନୋଦ ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଟ୍ରଷ୍ଟର କୋଷାଧ୍ୟକ୍ଷ ଡକ୍ଟର ମୃଣ୍ମୟ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିବା‌ବେଳେ ଟ୍ରଷ୍ଟର ସମ୍ପାଦକ ତଥା ଓଡ଼ିଶା ‌ଲୋକସେବା ଆୟୋଗର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ସତ୍ୟକାମ ମିଶ୍ର, ଯୁଗ୍ମ ସମ୍ପାଦକ ଯଶୋବନ୍ତ ଦାସ ଓ ନିରଞ୍ଜନ ଅଗ୍ରୱାଲଙ୍କ ସମେତ ଟ୍ରଷ୍ଟର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

ଆଜି ପ୍ରଥମ ପର୍ଯ୍ୟାୟରେ ଗୋଟିଏ ଦିନ ପାଇଁ ଆଚାର୍ଯ୍ୟ ହରିହର କ୍ୟାନ୍‌ସର ହପ୍ସିଟାଲରେ ରାତ୍ରି ଭୋଜନ ଦିଆଯିବ ଓ ଆସନ୍ତାକାଲି ଠାରୁ ପ୍ରତ୍ୟେକଦିନ ପ୍ରାତଃ ଭୋଜନ ପ୍ରଦାନ କରାଯିବ। ପ୍ରତ୍ୟେକ ଦିନ ୧ଶହ ଲୋକଙ୍କୁ ଖାଦ୍ୟ ବଣ୍ଟନ କରିବାର ବ୍ୟବସ୍ଥା ରହିଥିବା‌ ବେଳେ ଅଗାମୀ ଦିନରେ ଏହି ଖାଦ୍ୟ କଟକ ସହରର ସମସ୍ତ ଅଞ୍ଚଳ ମାନଙ୍କରେ ବଣ୍ଟନ କରାଯିବ। ଆନନ୍ଦ ଫ୍ୟାବ୍ରିକେଟର ମୁଖ୍ୟ ଅରୁଣ ‌ବାଗେଡ଼ିଆ ଖାଦ୍ୟ ବଣ୍ଟନ କରିବା ପାଇଁ ଟ୍ରଷ୍ଟକୁ ଏକ ଗାଡ଼ି ପ୍ରଦାନ କରିଥିବା‌ ବେଳେ ରୁଚି ପରିଚାଳନା ନିର୍ଦେଶକ ଶରତ କୁମାର ସାହୁ ଆଜି ପ୍ରଥମ ଦିନରେ ୨ଶହ ରୁଟି ପ୍ରଦାନ କରିଛନ୍ତି। ଏହାସହ ସହରରେ କୌଣସି ଭୋଜିରେ କିମ୍ବା ହୋଟେଲରେ ବଳକା ଖାଦ୍ୟ ସଂଗ୍ରହ କରି ଲୋକଙ୍କୁ ସ୍ବାସ୍ଥ୍ୟକର ଢ଼ଙ୍ଗରେ ବିତରଣ କରାଯିବ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe