ଆଜିଠାରୁ ‘ସମ୍ବାଦ’ ଗ୍ରାଣ୍ଡ୍ ପୂଜା ଫେଷ୍ଟିଭାଲ୍

Advertisment

ଖାଦ୍ୟପେୟ, ନାଚଗୀତ, ଆକର୍ଷଣୀୟ ଉପହାର ଜିତିବାର ସୁଯୋଗ

ଖାଦ୍ୟପେୟ, ନାଚଗୀତ, ଆକର୍ଷଣୀୟ ଉପହାର ଜିତିବାର ସୁଯୋଗ

ଆଜିଠାରୁ ‘ସମ୍ବାଦ’ ଗ୍ରାଣ୍ଡ୍ ପୂଜା ଫେଷ୍ଟିଭାଲ୍

କଟକ: ଏଥର ଦଶହରାକୁ ଭିନ୍ନ ଢଙ୍ଗରେ ଆକର୍ଷଣୀୟ କରିବାକୁ ଯାଉଛି ସମ୍ବାଦ ଗ୍ରାଣ୍ଡ୍ ପୂଜା ଫେଷ୍ଟିଭାଲ। ରିହାତି ଦରରେ ମନ ପସନ୍ଦର ବିଭିନ୍ନ ସାମଗ୍ରୀ କିଣିବାର ସୁଯୋଗ ଦେବା ଏବଂ ଗ୍ରାହକଙ୍କ ପାଇଁ ଦଶହରାକୁ ଉତ୍ସବମୁଖର କରିବା ଉଦ୍ଦେଶ୍ୟରେ ଆସନ୍ତାକାଲିଠାରୁ ଧୁମ୍‌ଧାମ୍‌ରେ ଆରମ୍ଭ ହେବାକୁ ଯାଉଛି ଏହି କାର୍ଯ୍ୟକ୍ରମ। ଗ୍ରାହକ ମାନେ ଖାଦ୍ୟପେୟ, ନାଚଗୀତ ଆଉ ଦାଣ୍ଡିଆର ମଜା ନେବା ସହ କାର୍ଯ୍ୟକ୍ରମରେ ନିଜ ପ୍ରତିଭା ପ୍ରଦର୍ଶନ କରି ପାରିବେ। ଓଲିଉଡ୍‌ର ଲୋକପ୍ରିୟ ଅଭିନେତା, ଅଭ‌ିନେତ୍ରୀ ମାନଙ୍କ ସହ ମିଶି ପାରିବେ।

କଟକ-ଭୁବନେଶ୍ବର ଜାତୀୟ ରାଜପଥର ଫୁଲନଖରା ଛକ ରାସ୍ତା ପାର୍ଶ୍ବରେ ଥିବା ଗ୍ରାଣ୍ଡ୍ ବଜାରରେ ଅକ୍ଟୋବର ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଦିନ ୧୧ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଚାଲିବ ଏହି ଫେଷ୍ଟିଭାଲ୍। ଏଥିରେ ଗ୍ରାହକ ମାନଙ୍କ ପାଇଁ ଅପରାହ୍ନ ୫ଟାରୁ ବିଭିନ୍ନ ଆକର୍ଷଣୀୟ କାର୍ଯ୍ୟକ୍ରମର ମଜା ନେବାର ବ୍ୟବସ୍ଥା ରହିଛି। ପ୍ରତି ଘଣ୍ଟାରେ ଲକି ଡ୍ର ଜରିଆରେ ଗ୍ରାହକ ମାନଙ୍କୁ ଚୟନ କରାଯାଇ ଆକର୍ଷଣୀୟ ଉପହାର ପ୍ରଦାନର ବ୍ୟବସ୍ଥା ବି କରାଯାଇଛି। ଗ୍ରାଣ୍ଡ ବଜାରରେ ପହଞ୍ଚି ଯେ କୌଣସି ବ୍ୟକ୍ତି ବି ଏହି ଫେଷ୍ଟିଭାଲ୍‌ରେ ନିଜକୁ ସାମିଲ କରି ପାରିବେ। ଏ ସଂପର୍କରେ ଅଧିକ ସୂଚନା ପାଇଁ ସମିତେଶ (୮୪୫୫୯୩୭୧୩୭) ଏବଂ ଆଶୁତୋଷ (୯୭୭୭୬୯୦୬୩୨)ଙ୍କ ସହ ଯୋଗାଯୋଗ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe