କ୍ୟାନ୍‌ସର୍‌ ପୀଡ଼ିତଙ୍କୁ ଚୁଟି ଦାନ କରି ଚର୍ଚ୍ଚାରେ ୧୫ବର୍ଷୀୟା ସମୀକ୍ଷା

Advertisment
କ୍ୟାନ୍‌ସର୍‌ ପୀଡ଼ିତଙ୍କୁ ଚୁଟି ଦାନ କରି ଚର୍ଚ୍ଚାରେ ୧୫ବର୍ଷୀୟା ସମୀକ୍ଷା

କଟକ: ୧୫ ବର୍ଷ ବୟସରେ ନିଆରା ଉଦ୍ୟମ କରି ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି କଟକର ସମୀକ୍ଷା ନାୟକ। କ୍ୟାନ୍‌ସର ପୀଡ଼ିତଙ୍କୁ ସେ ଦାନ କରିଛନ୍ତି ନିଜ ଚୁଟି। ୧୨ ଇଞ୍ଚ ଅଥବା ତା’ଠାରୁ ଅଧିକ ଲମ୍ବା ଚୁଟି ଦାନ କରିବାର ନିୟମ ରହିଥିବା‌ବେଳେ ସମୀକ୍ଷା ୧୩.୫ ଇଞ୍ଚ ଲମ୍ବର ଚୁଟିକୁ ଦାନ କରିଛନ୍ତି। ମୁମ୍ବାଇସ୍ଥିତ ମଦର୍ସ ଚାରିଟେବୁଲ୍‌ ଟ୍ରଷ୍ଟ ସହ ଯୋ‌ଗାଯୋଗ କରି ସେ ଆଜି ଏହି ଚୁଟି ଦାନ କରିଛନ୍ତି। କଟକ କଲ୍ୟାଣନଗରର ସୁରେଶ ଚନ୍ଦ୍ର ନାୟକ ଓ ମାନସୀ ନାୟକଙ୍କ ୧୫ବର୍ଷର ଝିଅ ସମୀକ୍ଷା ମୁଣ୍ତଳୀସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟରେ ଦଶମଶ୍ରେଣୀର ଛାତ୍ରୀ। କ୍ୟାନ୍‌ସର୍‌ ପୀଡ଼ିତଙ୍କୁ ଆର୍ଥିକ ସହାୟତା କରି ପାରି ନଥିବାରୁ ନିଜ ଚୁଟି ଦାନ କରି ସେ ଆପଣାଇଛନ୍ତି ସାହାଯ୍ୟର ନିଆରା ରାସ୍ତା।

publive-image Sambad

ଆଗାମୀ ଦିନରେ ମଧ୍ୟ ସେ ନିଜ ଚୁଟିକୁ ଏପରି ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି କୋରିଅର୍‌ରେ ସେ ନିଜ ଚିଠି ମଦର୍ସ ଚାରିଟେବୁଲ୍‌ ଟ୍ରଷ୍ଟକୁ ପଠାଇଥିବା କହିଛନ୍ତି। ଏ ନେଇ ସେ କହନ୍ତି, ବହୁ ଲୋକ ଅଙ୍ଗଦାନ କରିବା କଥା ଶୁଣି ମୁଁ ନିଷ୍ପତ୍ତି ନେଇଥିଲି ଯେ ଚୁଟି ଦାନ କରିବାକୁ। ଏବେ ପାଠ ପଢ଼ୁଛି, ଅନ୍ୟମାନଙ୍କ ଭଳି ଆର୍ଥିକ ସହାୟତା କରି ପାରିବି ନାହିଁ। କ୍ୟାନ୍‌ସର୍‌ ପୀଡ଼ିତମାନେ ଚିକିତ୍ସା ସମୟରେ ଚୁଟି ହରାଉଥିବାରୁ ଚୁଟି ଦାନ କରି ସେମାନଙ୍କ ସୌନ୍ଦାର୍ଯ୍ୟ ବଢ଼ାଇବି। ଭବିଷ୍ୟତରେ ଡାକ୍ତର ହୋଇ ନିଶୁକ୍ଳ ରୋଗୀ ସେବା କରିବାକୁ ଲକ୍ଷ୍ୟ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe