ଏସ୍‌ସିବି କାଜୁଆଲିଟିରୁ ଦଲାଲ ଗାଏବ୍‌; କେବେ ଦଲାଲମୁକ୍ତ ହେବ ଶିଶୁଭବନ?

ଏସ୍‌ସିବି ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ

image source-scbmch.nic.in

କଟକ: କଟକ ବଡ଼ ମେଡିକାଲରୁ ଏକପ୍ରକାର ଗାଏବ ହୋଇଯାଇଛନ୍ତି ଦଲାଲ। ଆଉ ଆଗ ଭଳି ମାଳ ମାଳ ଆମ୍ବୁଲାନ୍ସ ବି ନାହିଁ। ଏସ୍‌ସିବିରେ ରୋଗୀ ସେବା ନାଁରେ ଦଲାଲି କରୁଥିବା ଲୋକଙ୍କୁ ଠାବ ପାଇଁ ପୁଲିସର ଘନ ଘନ ଚଢାଉ ପରେ ଏବେ ଭୟଭୀତ ହୋଇପଡିଛନ୍ତି ଏହି କାରବାର ପଛରେ ଥିବା ଡାକ୍ତରଙ୍କଠାରୁ ଆରମ୍ଭ କରି କର୍ମଚାରୀ। ଠିକା ସଂସ୍ଥାର କର୍ମଚାରୀ, ଆମ୍ବୁଲାନ୍ସ ଡ୍ରାଇଭର ଓ ଆଜି ଏକ ଘରୋଇ ନର୍ସିଂହୋମ ସିଲ୍‌ ହେବା ପରେ ଏସ୍‌ସିବି କାଜୁଆଲିଟିରେ ଘୂରି ବୁଲୁଥିବା ଦଲାଲ ଗାଏବ ହୋଇଯାଇଛନ୍ତି।

ମଙ୍ଗଳାବାଗ ଥାନା ପୁଲିସ ୧୧ଜଣ ଦଲାଲଙ୍କୁ ଗିରଫ କରିବା ପରେ ଏବେ ପ୍ରଶ୍ନ ଉଠୁଛି ଶିଶୁଭବନ କଥା। ସେଠାରେ ରୋଗୀଟିଏ ପହଞ୍ଚିବାମାତ୍ରେ ଟାଣି ନେଉଛନ୍ତି ଦଲାଲ। ସବୁଦିନ ଏହି ଘଟଣା ଘଟୁଥିବା ବେ‌ଳେ ଲାଲବାଗ ଥାନା ପୁଲିସ କେବେ ଶିଶୁଭବନକୁ ଦଲାଲ ମୁକ୍ତ କରିବ ତାରି ଉପରେ ଏବେ ସମସ୍ତଙ୍କ ନଜର। ମଙ୍ଗଳାବାଗ ଥାନା ପୁଲିସ ଗଲା ୨ ତାରିଖରେ ୩ ଜଣ ଆମ୍ବୁଲାନ୍ସ ଡ୍ରାଇଭର‌୍‌ ଏବ˚ ୩ ଜଣ ମେଡିକାଲ୍‌ ଆଟେଣ୍ତାଣ୍ଟଙ୍କୁ ଗିରଫ କରିଥିଲା।

ଏମାନେ ବଡ଼ ମେଡିକାଲ୍‌ରେ ଦଲାଲି କରୁଥିଲେ। ୪ ତାରିଖରେ ଯୋବ୍ରା ଷ୍ଟାର ହସପିଟାଲ୍‌କୁ ରୋଗୀ ସ୍ଥାନାନ୍ତର ଅଭିଯୋଗରେ ପୁଲିସ ୩ ଜଣ ଦଲାଲଙ୍କୁ ଗିରଫ କରିଥିଲା। ଗଜପତିର ଜଣେ ଗରିବ ରୋଗୀଙ୍କୁ ଯୋବ୍ରାର ଷ୍ଟାର‌୍‌ ହସପିଟାଲ୍‌କୁ ପଠାଇବା ଅଭିଯୋଗରେ ପୁଲିସ ବଡ ମେଡିକାଲ୍‌ରେ ନିୟୋଜିତ ଆଉଟସୋର୍ସି˚ ସଂସ୍ଥାର ଆଟେଣ୍ତାଣ୍ଟ ଦୁଇ ଜଣ ଓ ଜଣେ ଆମ୍ବୁଲାନ୍ସ ଡ୍ରାଇଭର‌୍‌ଙ୍କୁ ଗିରଫ କରିଥିଲା। ପୁଲିସ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରି ଦଲାଲ ଧରିବା ଅଭିଯାନ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe