ଏସ୍‌ସିବି ଟେଲିମେଡିସିନ୍‌ ବିଭାଗରେ ଅଗ୍ନିକାଣ୍ଡ, ଜଳିଗଲା ପେନାଲ ବୋର୍ଡ

Advertisment
ଏସ୍‌ସିବି ଟେଲିମେଡିସିନ୍‌ ବିଭାଗରେ ଅଗ୍ନିକାଣ୍ଡ, ଜଳିଗଲା ପେନାଲ ବୋର୍ଡ

Sambad

କଟକ: ଏସ୍‌ସିବି ଟେଲିମେଡିସିନ୍‌ ବିଭାଗରେ ଅଗ୍ନିକାଣ୍ଡ ଘଟିଛି। ସର୍ଟସର୍କିଟ ଯୋଗୁଁ ପେନାଲ ବୋର୍ଡ ଜଳିଯାଇଛି। କିନ୍ତୁ ବିଭାଗର କୌଣସି କ୍ଷୟକ୍ଷତି ହୋଇନି। ଖବରପାଇ ଏସ୍‌ସିବି ଦମକଳ ବାହିନୀ ପହଞ୍ଚି ଯାଂଚ କରିବାକୁ ପହଞ୍ଚି ଥିଲେ। ତେବେ ଏସ୍‌ସିବିରେ ବିଭିନ୍ନ ସମୟରେ ଏଭଳି ସର୍ଟସର୍କିଟ ଯୋଗୁଁ ବାରମ୍ବାର ଅଗ୍ନିକାଣ୍ଡ ଘଟୁଛି।

ଯଦିଓ ସେଭଳି ବଡଧରଣର ଅଘଟଣ ଘଟିନି କିନ୍ତୁ ସବୁବେଳେ ଅଗ୍ନିକାଣ୍ଡ ପରେ କର୍ତ୍ତୃପକ୍ଷ ଟିମ୍‌ ଗଠନ କରନ୍ତି, ତଦନ୍ତ ହୁଏ କିନ୍ତୁ ଏହାର ରିପୋର୍ଟ ପ୍ରକାଶ ପାଏନି। ତେବେ ଆଜିର ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇନି କି ଟେଲି ମେଡିସିନ୍‌ ବିଭାଗ ପ୍ରଭାବିତ ହେବ ନାହିଁ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe