ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କୁ କେନ୍ଦ୍ରକୁ ଆଣି ଟିକା ଦେବ ସିଏମ୍‌ସି

Advertisment
୧୮ ଜିଲ୍ଲାରେ ଦ୍ବିତୀୟ ଡୋଜ୍ ଟିକାକରଣ ନୈରାଶ୍ୟଜନକ

Image Courtesy of Zee News

କଟକ: କଟକ ମହାନଗର ନିଗମ ପକ୍ଷରୁ ଦିବ୍ୟାଙ୍ଗ ବ୍ୟକ୍ତି ଓ ୭୦ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକାକରଣ କେନ୍ଦ୍ରକୁ ଅାଣି ଟିକା ଦେବାର ବ୍ୟବସ୍ଥା କରାଯାଇଛି। ପୂର୍ବରୁ ସେମାନଙ୍କ ଘରେ ଟିକା ଦେବାର ବ୍ୟବସ୍ଥା କରାଯାଇ ଥିଲା। ମାତ୍ର ଘରକୁ ଘର ବୁଲି ଟିକାକରଣ କରାଗଲେ ଟିକାକରଣ ନିୟମର ବିରୋଧାଚରଣ କରାଯିବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ  ଚିଠି ଆସିବା ପରେ ସିଏମସି ଏହି କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି। ଏଣିକି ଦିବ୍ୟାଙ୍ଗ ବ୍ୟକ୍ତି ଓ ୭୦ ବର୍ଷରୁ ଅଧିକ ବୟସ୍କ ନିଗମକୁ ‌କଲ୍‌ କଲେ ସେମାନଙ୍କୁ ମହାନଗର ନିଗମ ପକ୍ଷରୁ ଟିକା କେନ୍ଦ୍ରକୁ ଅଣାଯାଇ ଟିକା ଦେବାର ବ୍ୟବସ୍ଥା କରାଯାଇ ଥିବା ସିଏମସି କମିସନର ଅନନ୍ୟା ଦାସ ସୂଚନା ଦେଇଛନ୍ତି। ସେମାନଙ୍କ ପାଇଁ ଟିକା କେନ୍ଦ୍ରରେ ଏକ ନିର୍ଦ୍ଦିଷ୍ଟ ସମୟ ‌ରଖାଯିବ। ଯେଉଁ ସମୟରେ କେନ୍ଦ୍ରରେ ଅନ୍ୟମାନଙ୍କୁ ଟିକା ଦେବାକୁ ବାରଣ କରାଯିବ। ଅନ୍ୟପଟେ ସେମାନଙ୍କ ପାଇଁ ଘରେ କୋଭିଡ୍‌ ପରୀକ୍ଷା କରିବାର ବ୍ୟବସ୍ଥା କରାଯିବ ବୋଲି ଶ୍ରୀମତୀ ଦାସ କହିଛନ୍ତି।

ସୂଚନାଯୋଗ୍ୟ, ଦିବ୍ୟାଙ୍ଗ ବ୍ୟକ୍ତି ଓ ୭୦ ବର୍ଷରୁ ଅଧିକ ବୟସ୍କଙ୍କ କୋଭିଡ୍‌ ପରୀକ୍ଷା ଓ ଟିକାକରଣ ପାଇଁ ସିଏମସି ପକ୍ଷରୁ ବି‌େଶଷ ବ୍ୟବସ୍ଥା କରାଯାଇଛି। କୋଭିଡ୍‌ ଟିକା ପାଇଁ ୯୭୭୭୦୬୭୨୯୭ ଫୋନ୍‌ ନମ୍ବରରେ କଲ୍‌ କଲେ ଦିବ୍ୟାଙ୍ଗ ବ୍ୟକ୍ତି ଓ ୭୦ ବର୍ଷରୁ ଅଧିକ ବୟସ୍କ ବରିଷ୍ଠ ନାଗରିକଙ୍କୁ ଟିକା କେନ୍ଦ୍ରକୁ ଅଣାାଯାଇ ଟିକା ଦେବାର ବ୍ୟବସ୍ଥା କରାଯାଇଛି। ଅନ୍ୟପଟେ କରୋନା ପରୀକ୍ଷା ପାଇଁ ୭୨୦୫୩୩୭୨୧୭ ନମ୍ବରକୁ କଲ୍‌ କଲେ ସେମାନଙ୍କ ଘରେ ସିଏମସି ଗାଡି ପହଞ୍ଚି ସେମାନଙ୍କ କରୋନା ପରୀକ୍ଷା ତାଙ୍କ ଘରେ କରାଇବ।  ନିଗମ ପକ୍ଷରୁ ଦିଆଯାଇଥିବା ଫୋନ୍‌ ନମ୍ବରରେ ବ୍ୟକ୍ତିଙ୍କ ନାମ, ୱାର୍ଡ ନମ୍ବର, ସଂପୂର୍ଣ୍ଣ ଠିକଣା, ଆଧାର ନମ୍ବର, ଫୋନ ନମ୍ବର ଦେବାକୁ କୁହାଯାଇଛି। ତେବେ ସୋମବାରରୁ ଶୁକ୍ରବାର ସକାଳ ୧୦ରୁ ଅପରାହ୍ନ ୩ଟା ମଧ୍ୟରେ ଉକ୍ତ ନମ୍ବରରେ ଫୋନ କରିବାକୁ କୁହାଯାଇଛି। ଫୋନ କରି ନାମ ପଞ୍ଜୀକରଣ କରିବା ପରେ ଟିକା ଓ ପରୀକ୍ଷା ପାଇଁ ସିଏମସି ପକ୍ଷରୁ ତାରିଖ ଓ ସମୟ ବିଷୟରେ ସୂଚନା ଦିଆଯିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe