‘ବିଜୟିନୀ’ର ସୁଟିଂ ସେଟ୍‌ରୁ, ଲାଇଟ୍....କ୍ୟାମେରା... ଆକ୍ସନ୍...

Advertisment
‘ବିଜୟିନୀ’ର ସୁଟିଂ ସେଟ୍‌ରୁ, ଲାଇଟ୍....କ୍ୟାମେରା... ଆକ୍ସନ୍...

Sambad

କଟକ: ହଠାତ୍ କଟକ ସିଡିଏ ୯ ନମ୍ବରସ୍ଥିତ ଜୀ-ସାର୍ଥକର ସୁଟିଂ ସେଟରେ ପଶୁ ପଶୁ ଶୁଭିଥିଲା ଡାଏଲଗ୍- “ନାଇଁ, ତମେ ତଳେ ଶୋଇପାରିବନି। ତାଛଡ଼ା ଆମେ ଦୁଇ ଜଣ ବେଡ୍ ଉପରେ ଶୋଇଲେ ଅସୁବିଧା କ’ଣ ଯେ ? କଟ୍...କଟ୍... । ସୁଟିଂ ସେଟ୍ ରେ ଥିଲେ ଲୋକପ୍ରିୟ ମେଗା ଧାରାବାହିକ ‘ବିଜୟିନୀ’ର କଳାକାର ଦୁର୍ଗା ଚରିତ୍ରରେ ଅଭିନେତ୍ରୀ ଦେବସ୍ମିତା ଓ ଅବିନାଶ ଚରିତ୍ରରେ ଅଭିନେତା ସାଗର ମହାନ୍ତି । ଏମାନଙ୍କ ଛଡ଼ା ସୁଟିଂ ସେଟ୍‌ ଥିଲା ଭରପୁର। ଧାରାବାହିକର ସ୍ତୁତି ଚରିତ୍ରରେ ଅଭିନୟ କରୁଥିବା ଅଭିନେତ୍ରୀ ଦୀପିକା ମହାନ୍ତି ଓ ବିଶ୍ବ ଚରିତ୍ରରେ ଅଭିନୟ କରୁଥିବା ସମ୍ଭବଙ୍କ ସମେତ ନିର୍ଦ୍ଦେଶକ ଦିଲୀପ କୁମାର ଦାସ ବି ସୁଟିଂ ସେଟ୍‌ରେ ଉପସ୍ଥିତ ଥିଲେ। ଦମଦାର ଷ୍ଟାରକାଷ୍ଟ ସାଙ୍ଗକୁ ଦମଦାର କାହାଣୀକୁ ନେଇ ‘ବିଜୟିନୀ’ ଗତିଶୀଳ। ପ୍ରତାପଗଡ଼ର ପରମ୍ପରା ଅନୁସାରେ, ପ୍ରତିବର୍ଷ ରଥଯାତ୍ରା ବେଳେ ଗାଁର ଜମିଦାର ଛେରାପହଁରା କରନ୍ତି। ତେବେ ବାହୁବଳୀ ବିଧାୟକ ଇନ୍ଦ୍ରଜିତ ମହାରଥୀ ତାଙ୍କୁ ଏଥିରୁ ବାରଣ କରିବା ପରେ ଏଥିରେ ବିଧାୟକଙ୍କୁ ପ୍ରତିବାଦ କରନ୍ତି ସ୍ଥାନୀୟ ପ୍ରଧାନଶିକ୍ଷକଙ୍କ ଦୁଇ ଝିଅ ସ୍ତୁତି ଓ ଦୁର୍ଗା। ଏହି ଦୁଇ ଭଉଣୀ ସମୟକ୍ରମେ ବିଧାୟକଙ୍କ ଦୁଇ ବୋହୂ ହେଉଛନ୍ତି। ଏହିଭଳି ଭାବରେ ଧାରାବାହିକର କାହାଣୀ ଭିନ୍ନ ଭିନ୍ନମୋଡ଼ ନେଉଛି।

ଦମଦାର କାହାଣୀ ଏହାର ଯେମିତି ବିଶେଷତ୍ବ, ଗମ୍ଭୀର ବାତାବରଣ ଓ ଷ୍ଟାର୍ କାଷ୍ଟ୍ ସହ ଦମଦାର ସଂଳାପ ଏହାର ଅନ୍ୟ ଏକ ଆକର୍ଷଣ। ପ୍ରତି ସୋମବାରରୁ ଶନିବାର ସଂଧ୍ୟା ୬ଟା ୩୦ରେ ଓଡ଼ିଶାର ଲୋକପ୍ରିୟ ମନୋରଂଜନ ଚ୍ୟାନେଲ୍ ଜୀ-ସାର୍ଥକରେ ଏହି ମେଗା ଧାରାବାହିକ ‘ବିଜୟିନୀ’ ପ୍ରସାରିତ ହୋଇ ଧୀରେ ଧୀରେ ବେଶ୍ ଲୋକପ୍ରିୟତା ସାଉଁଟିବାରେ ଲାଗିଛି। କାହାଣୀ ଗତିଶୀଳ ହେବା ସହ ଏହାର ଉତ୍କଣ୍ଠା ବଢ଼ିବାରେ ଲାଗିଛି ଓ ଅଧିକରୁ ଅଧିକ ଦର୍ଶକ ଏହାକୁ ଆପଣେଇବାରେ ଲାଗିଛନ୍ତି। ନିଚ୍ଛକ କାହାଣୀ, ଅଭିନୟ ଓ ମନୋରମ ସେଟ୍ ଏହାର ଅନ୍ୟ ଏକ ଆକର୍ଷଣ। ଏହାର ନିର୍ଦ୍ଦେଶନା ଦେଉଛନ୍ତି ଦିଲ୍ଲୀପ ଦାସ। ଓଡ଼ିଆ ଦର୍ଶକଙ୍କ ଚାହିଦାକୁ ଦୃଷ୍ଟି ରଖି ଜୀ-ସାର୍ଥକ ଏହି ମେଗା ଧାରାବାହିକର ପ୍ରସାରଣ କରି ତାର ଲୋକପ୍ରିୟତା ଆହୁରି ବିସ୍ତୃତ କରିଥିବା ଚ୍ୟାନେଲ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe