ଶିଖରପୁର ଅଣ୍ଡର ପ୍ୟାସେଜ୍‌ ନିର୍ମାଣ କେବେ?

Advertisment

ଦୁଇ ବର୍ଷରେ ସରିବାକୁ ଥିଲା, ଏଯାଏ ଇଟା ଖଣ୍ଡେ ବି ପଡ଼ିଲାନି; ପ୍ରକଳ୍ପ ପାଇଁ ହୋଇଛି ୧୭ କୋଟିର ଟେଣ୍ଡର

ଦୁଇ ବର୍ଷରେ ସରିବାକୁ ଥିଲା, ଏଯାଏ ଇଟା ଖଣ୍ଡେ ବି ପଡ଼ିଲାନି; ପ୍ରକଳ୍ପ ପାଇଁ ହୋଇଛି ୧୭ କୋଟିର ଟେଣ୍ଡର

ଶିଖରପୁର ଅଣ୍ଡର ପ୍ୟାସେଜ୍‌ ନିର୍ମାଣ କେବେ?

sambad

କଟକ: ୧୬ ନମ୍ବର ଜାତୀୟ ରାଜପଥର ଶିଖରପୁର-ଗଣ୍ଡରପୁର ଛକରେ ପ୍ରସ୍ତାବିତ ଅଣ୍ଡର ପ୍ୟାସେଜ୍‌ (ରାସ୍ତା)କୁ ନେଇ ଅନିଶ୍ଚିତତା ଦେଖାଦେଇଛି। ‌ଦୁଇ ବର୍ଷ ତଳେ ଏହାର ଶିଳାନ୍ୟାସ ହୋଇଥିଲେ ବି ଏଯାଏ ଇଟା ଖଣ୍ଡେ ପଡି ପାରି ନାହିଁ। ୧୭ ‌କୋଟି ଟଙ୍କା ବ୍ୟୟ ଅଟକଳରେ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ଟେଣ୍ଡର ବି ହୋଇଛି। କିନ୍ତୁ ଦୁର୍ଘଟଣା ପ୍ରବଣ ଏହି ସ୍ଥାନରେ ଅଧିକାଂଶ ସମୟରେ ଲୋକ ମୃତାହତ ହେଉଥିବା ବେଳେ ଏହି ପ୍ରକଳ୍ପକୁ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଆଇ) ଝୁଲାଇ ରଖି ଅନ୍ୟ ଉପରେ ଦୋଷ ଲଦି ଖସିଯିବାକୁ ବସିବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି।

ଶିଖରପୁର ଛକରେ ପ୍ରତିଦିନ ବଢୁଥିବା ଦୁର୍ଘଟଣାକୁ ଦୃଷ୍ଟିରେ ରଖି ସେଠାରେ ଏକ ଅଣ୍ଡର ପ୍ୟାସେଜ ରାସ୍ତା କରିବାକୁ ଜାତୀୟ ରାଜପଥ କର୍ତୃପକ୍ଷଙ୍କୁ ପ୍ରସ୍ତାବ ଦିଆଯାଇଥିଲ‌ା। କର୍ତୃପକ୍ଷ ମଧ୍ୟ ତୁରନ୍ତ ପ୍ରସ୍ତାବକୁ ଗ୍ରହଣ କରିଥିଲେ। ୨୦୧୯ ଫେବ୍ରୁଆରି ୨୮ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୬ ନଂ ଜାତୀୟ ରାଜପଥର ଶିଖରପୁର ଓ ବାଲିକୁଦା ଛକ ଉପରେ ନିର୍ମାଣ ହେବାକୁ ଥିବା ଦୁଇଟି ଅଣ୍ଡର ପା‌ସେଜ ରାସ୍ତା ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହି ଦୁଇ ପ୍ରକଳ୍ପ ପାଇଁ ୩୦.୮ କୋଟି ଟଙ୍କା ମଂଜୁର ହୋଇଥିଲା। ଶିଖରପୁର ପାଇଁ ୧୬.୭୫ କୋଟି, ବାଲିକୁଦା ପାଇଁ ୧୪.୫ କୋଟି ଟଙ୍କା ମଂଜୁର କରାଯାଇଥିଲା।

ଏପରିକି ଏହି କାମ ପାଇଁ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଚୂଡାନ୍ତ ହୋଇଥିଲା। ତେବେ ଶିଳାନ୍ୟାସ ଦୁଇବର୍ଷ ପରେ ଶିଖରପୁର ଛକରେ ନିର୍ମାଣ ହେବାକୁ ଥିବା ଅଣ୍ଡର ପ୍ୟ‌ା‌ସେଜ‌ ରାସ୍ତା ଆରମ୍ଭ ମଧ୍ୟ ହୋଇନାହିଁ। ଏହି ପ୍ରକଳ୍ପ କେବେ ଆରମ୍ଭ ହେବ ‌ସେ ନେଇ ମଧ୍ୟ ଅନିଶ୍ଚିତତା ଦେଖା ଦେଇଛି। ଅଣ୍ଡର ପ୍ୟାସେଜ ରାସ୍ତ‌ା ହୋଇ ନଥିବାରୁ କଟକ ପୂର୍ବାଞ୍ଚଳରେ ରହୁଥିବା ମହାନଦୀବିହାର, ଚାଉଳିଆଗଂଜ, ନୂଆବଜାରେ, ପଶ୍ଚିମ‌ରେ ଶିଖରପୁର, ଯୋବ୍ରା ଲୋକଙ୍କୁ ହୀନସ୍ତା ହେବାକୁ ପଡୁଛି। ପ୍ରତିଦିନ ଏହି ଛକରେ ଦୁର୍ଘଟଣା ମଧ୍ୟ ଘଟୁଛି।

ସେପଟେ ବାଲିକୁଦା ଅଣ୍ଡର ପ୍ୟାସେଜ କାମ କିନ୍ତୁ ଆରମ୍ଭ ହୋଇଯାଇଛି। ଶିଖରପୁର ପ୍ରକଳ୍ପକୁ ନେଇ ସିଟି ଟ୍ରାଫିକ ମ୍ୟାନେଜମେଣ୍ଟ କମିଟି ଓ ଏନଏଚଏଆଇ ମଧ୍ୟରେ ସହମତି ହୋଇପାରୁନଥିବାରୁ ଏଭଳି ସମସ୍ୟା ଉପୁଜିଥିବା କୁହାଯାଉଛି। ସହରର ଟ୍ରାଫିକ ମ୍ୟାନେଜମେଣ୍ଟ୍ କମିଟି ବିକଳ୍ପ ରାସ୍ତା ଦେଇ ପ‌‌ାରୁନଥିବ‌ାରୁ କାମ ଆରମ୍ଭ ହୋଇପାରୁନଥିବା କର୍ତୃପକ୍ଷ ଦୋଷ ଲଦି ଦେଇ ଖସିଯାଉଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ‌ଲୋକ ଦାବି କରିଛନ୍ତି। ଦୁଇବର୍ଷ ଭିତରେ ସରିବାକୁ ଥିବା କାମ ଦୁଇ ବର୍ଷ ଭିତରେ ଆରମ୍ଭ ‌ହୋଇ ନପାରିବାକୁ ନେଇ ଅସନ୍ତୋଷ ଦେଖ‌ାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe