ଏସ୍‌ସିବି ହୃଦ୍‌ରୋଗ ବିଭାଗରେ ଅଭାବନୀୟ ସ୍ଥିତି

Advertisment
ଏସ୍‌ସିବି ହୃଦ୍‌ରୋଗ ବିଭାଗରେ ଅଭାବନୀୟ ସ୍ଥିତି

Sambad

କଟକ: କଟକ ବଡ଼ ମେଡିକାଲର ହୃଦ୍‌ରୋଗ ବିଭାଗରେ ବି ବାରଣ୍ଡାରେ ଗଡୁଛନ୍ତି ଗୁରୁତର ରୋଗୀ। ତଳେ ଶୋଇଥିବା ରୋଗୀଙ୍କ ପାଇଁ ବାରଣ୍ଡାରେ ପଙ୍ଖା ବ୍ୟବସ୍ଥା ବି ନାହିଁ। ପ୍ରବଳ ଗରମରେ ତଳେ ପଡ଼ିଥିବା ରୋଗୀଙ୍କ ଦେହରେ ଲାଗିଛି ସାଲାଇନ୍‌। ବର୍ଷ ବର୍ଷ ହେଲା ଲାଗି ରହିଥିବା ଏହି ସମସ୍ୟା କେବେ ଦୂର ହେବ, ତାହାକୁ ନେଇ ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏସ୍‌ସିବି ହୃଦ୍‌ରୋଗ ବିଭାଗରେ ୬୦ଟି ବେଡ୍‌ ରହିଥିବାବେଳେ ଓ ୨୦ଟି ବେଡ୍‌ ଆଇସିୟୁରେ ରହିଛି। କିନ୍ତୁ ପ୍ରତିଦିନ ଏସ୍‌ସିବି ହୃଦ୍‌ରୋଗ ବିଭାଗ ଓପିଡିକୁ ୨ଶହରୁ ଅଢ଼େଇ ଶହ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ସେଥିରୁ ପ୍ରତିଦିନ ୧୫ଜଣ ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି ହେଉଛନ୍ତି। ହୃଦ୍‌‌ରୋଗ ବିଭାଗରେ ଶଯ୍ୟା ସଂଖ୍ୟା ବୃଦ୍ଧି ପାଇଁ ବାରମ୍ବାର ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ଚିଠି କରାଯାଇଛି। ଆବଶ୍ୟକତା ଅନୁଯାୟୀ ଶଯ୍ୟା‌ ସଂଖ୍ୟା ୧୨୦ ରୁ ୧୫୦କୁ ବୃଦ୍ଧି କରାଯିବାକୁ ଚିଠି କରାଯାଇଛି।

publive-image Sambad

ଏଥିପାଇଁ ଡିଏମ୍‌ଇଟିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରତିନିଧିମଣ୍ଡଳୀ ହୃଦ୍‌ରୋଗ ବିଭାଗରେ ପହଞ୍ଚି ସ୍ଥିତି ଯାଞ୍ଚ କରିଥିଲେ ବି ଆଜି ପର୍ଯ୍ୟନ୍ତ ବେଡ୍‌ ବୃଦ୍ଧି ନେଇ କୌଣସି ନିଷ୍ପତ୍ତି ନିଆଯାଇନି। ବିଭାଗର ଗୋଟିଏ ଭାଗକୁ ଏକ୍‌ମୋ ମାଡ଼ିବସିଥିବା ବେଳେ ‘ଗ୍ରାଉଣ୍ଡ୍‌ ଫ୍ଲୋର୍‌’ରେ ଓପିଡି, କାର୍ଡିଓଥୋରାସିସ୍‌ ବିଭାଗର ଓପିଡି, ଇସିଜି, ଇକୋ ରହିଛି। ପ୍ରଥମ ମହଲାରେ ବିଶେଷଜ୍ଞଙ୍କ କୋଠରି, ସେମିନାର ହଲ୍‌ ଆଦି ରହିଛି। ୨ୟ ମହଲାରେ ପୁରୁଷ ଓ ମହିଳା ରୋଗୀଙ୍କ ପାଇଁ ୱାର୍ଡ ରହିଥିବା ବେଳେ ୩ୟ ମହଲାରେ ଆଇସିୟୁ, ଏଚ୍‌ଡିୟୁ ଓ କ୍ୟାଥ୍‌ ଲାବ୍‌ ରହିଛି। ହୃଦ୍‌ରୋଗ ବିଭାଗରେ ଦିନକୁ ଦିନ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ସେହି ଅନୁସାରେ ଭିତ୍ତିଭୂମିର ବିକାଶ କରାଯାଉନି। ତେବେ ୨ୟ କ୍ୟାଥ୍‌ ଲାବ୍ କାମ ଖୁବ୍‌ ଶୀଘ୍ର ଆରମ୍ଭ ହେବାକୁ ଥିବା ବେଳେ ଯୋଗାଣକାରୀ ସଂସ୍ଥା ଏହାର ଭିତ୍ତିଭୂମି ଅନୁଧ୍ୟାନ ସାରିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe