ଏସ୍‌ସିବିରେ ହେବ ରୁଫ୍ ଟପ୍ ସୋଲାର୍‌ ପ୍ରକଳ୍ପ, ମାସକୁ ଆସୁଛି ୭୦ଲକ୍ଷରୁ ଅଧିକ ବିଦ୍ୟୁତ୍‌ ବିଲ୍‌

Advertisment
ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ

Sambad

କଟକ: ସରକାର ବିଦ୍ୟୁତ୍‌ ବିଭ୍ରାଟ ସମସ୍ୟାର ସମାଧାନ, ଖର୍ଚ୍ଚ ରୋକିବା ପାଇଁ ଏବେ ସୋଲାର୍‌ ପ୍ରକଳ୍ପ ଉପରେ ଗୁରୁତ୍ବାରୋପ କରୁଛନ୍ତି। ଆଗକୁ କଟକ ବଡ଼ ଡାକ୍ତରଖାନାରେ ରୁଫ୍‌ ଟପ୍‌ ସୋଲାର୍‌ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏଭଳି ପ୍ରକଳ୍ପ କାର୍ଯ୍ୟକାରୀ କରିବା ନେଇ ରାଜ୍ୟ ସରକାରଙ୍କ ଅତିରିକ୍ତ ଶାସନ ସଚିବ ଏସ୍‌ସିବି ମେଡିକାଲ୍‌କୁ ଏକ ଚିଠି ଲେଖିଥିବା ଜଣାପଡ଼ିଛି। ସନ୍‌ସ ବ୍ଲେସିଂ ଆଣ୍ଡ ହେଲ୍‌ଥ(ସୁବହ) ପ୍ରକଳ୍ପ ଅଧୀନରେ ଉକ୍ତ ଯୋଜନା କାର୍ଯ୍ୟକାରୀ କରାଯିବ। ଏହାଛଡ଼ା ଓରେଡ଼ାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ଚିଠି ଲେଖାଯାଇଛି। ଅତିରିକ୍ତ ଶାସନ ସଚିବଙ୍କ ଚିଠି ପାଇବା ପରେ ଏସ୍‌ସିବି ପକ୍ଷରୁ ଯୋଜନାକୁ କେମିତି କାର୍ଯ୍ୟକାରୀ କରାଯିବ ସେ ସଂପର୍କରେ ପ୍ରସ୍ତୁତି ଆରମ୍ଭ ହୋଇଛନ୍ତି। ଏସ୍‌ସିବି ହେଉଛି ରାଜ୍ୟର ସବୁଠାରୁ ବଡ଼ ରେଫରାଲ୍‌ ହସ୍ପିଟାଲ୍‌।

ଏଠାରେ ମାସକୁ ୭୦ରୁ ୮୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିଦ୍ୟୁତ୍‌ ବିଲ ଆସୁଥିବା ବେଳେ ବର୍ଷକୁ ଏହା ୮କୋଟି ୪୦ଲକ୍ଷ ପାଖାପାଖି ରହୁଛି। ଅନେକ ସମୟରେ ବିଦ୍ୟୁତ୍‌ ବିଭ୍ରାଟ ଯୋଗୁଁ ରୋଗୀ ସେବା ବାଧାପ୍ରାପ୍ତ ହୋଇଥାଏ। ଏପରିକି କୋଭିଡ୍‌ ସମୟରେ ମଧ୍ୟ କିଛି ସମୟ ଧରି ବିଦ୍ୟୁତ୍‌ ବିଭ୍ରାଟ ଯୋଗୁଁ ଆକ୍ରାନ୍ତ ହନ୍ତସନ୍ତ ହୋଇଥିଲେ। ଯାହାକୁ ନେଇ ଏସ୍‌ସିବି ପରିସରରେ ଉତ୍ତେଜନା ଦେଖାଦେଇଥିଲା। ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ଏହି ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ପ୍ରାକ୍‌ ପ୍ରସ୍ତୁତି କରାଯାଇଥାଏ। ତେବେ ଏହି ସୋଲାର୍‌ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ବିଦ୍ୟୁତ୍‌ ବିଲ୍‌ ଓ ବିଭ୍ରାଟ ସମସ୍ୟାରୁ ଏସ୍‌ସିବି କର୍ତ୍ତୃପକ୍ଷ ମୁକ୍ତି ପାଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe