ବିଜୟ ଶଙ୍କରଙ୍କ ବିରୋଧରେ ଅଭିଯୋଗ ନେଇ ମୁହଁ ଖୋଲିଲେ ସୋମାଲିକା, କହିଲେ- ମୋତେ ନ୍ୟାୟ ଦରକାର

Advertisment
ବିଜୟ ଶଙ୍କରଙ୍କ ବିରୋଧରେ ଅଭିଯୋଗ ନେଇ ମୁହଁ ଖୋଲିଲେ ସୋମାଲିକା, କହିଲେ- ମୋତେ ନ୍ୟାୟ ଦରକାର

Sambad

କଟକ: ଜଗତସିଂହପୁର ଜିଲ୍ଳା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ବାନ୍ଧବୀ ସୋମାଲିକା ଦାଶଙ୍କ ବିବାହ ବିବାଦ ମାମଲାରେ ବିଧାୟକଙ୍କ ପାଇଁ ବଢ଼ିଲା ଅଡ଼ୁଆ। ବାନ୍ଧବୀ ସୋମାଲିକାଙ୍କ ଏତଲା ପଞ୍ଜିକୃତ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ସୋମାଲିକା ଯେଉଁ ଥାନାରେ ଏତଲା ଦେବେ ତାଙ୍କ ଏତଲାକୁ ପଞ୍ଜୀକରଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇ‌‌‌କୋର୍ଟଙ୍କ ନିଦ୍ଦେଶ ପରେ ଖୁସି ପ୍ରକାଶ କରିଛନ୍ତି ସୋମାଲିକା।

ସୂଚନା ଅନୁଯାୟୀ, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ଏତଲା ରୁଜୁ କରିବାକୁ ଗତକାଲି ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ତାଙ୍କ ବାନ୍ଧବୀ ସୋମାଲିକା ଦାସ ଆଜି ପ୍ରତିକ୍ରିୟା ଦେଇ ଖୁସି ପ୍ରକାଶ କରିଛନ୍ତି। କହିଛନ୍ତି ବିଧାୟକ ତାଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା ନକରି ଧୋକା ଦେବା ସହ ଅନ୍ୟ ମହିଳାଙ୍କ ସହ ସମ୍ପର୍କରେ ଥିଲେ। ଏ ନେଇ ସେ ଜଗତସିଂହପୁର ଥାନାରେ ଏତଲା ମାଧ୍ୟମରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଏତଲା ଗ୍ରହଣ କରିନଥିଲା। ତେଣୁ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ପୁଲିସ ବିଧାୟକଙ୍କ ବିରୋଧରେ ଏତଲା ରୁଜୁ କରିଛି। ବିଧାୟକଙ୍କୁ ଉପଯୁକ୍ତ ଦଣ୍ଡ ସହ ନ୍ୟାୟ ଚାହୁଁଥିବା କହିଛନ୍ତି ସୋମାଲିକା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe