ମା’ ବେକରୁ ସୁନା ଚେନ୍‌ ଲୁଟ୍‌ କରି ପୁଅ ଗିରଫ

Advertisment
ମାହାଙ୍ଗା ହତ୍ୟାକାଣ୍ତରେ ଆଉ ଜଣଙ୍କୁ ଗିରଫ କଲା ପୁଲିସ

REUTERS

କଟକ-ମହାନଦୀ ବିହାର: ଟଙ୍କାର ମୋହ ଆଗରେ ସମ୍ପର୍କ କିଭଳି ତୁଚ୍ଛ ହୋଇଯାଏ, ତାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଅପର୍ଣ୍ଣାନଗର କୈବଲ୍ୟ ବିହାର ଅଞ୍ଚଳରେ। ଜଣେ ଶିକ୍ଷିତ ଯୁବକ ନିଜ ମା’କୁ ଟଙ୍କା ମାଗି ବିଫଳ ହେବାରୁ ମା’ ବେକରୁ ଦୁଇ ଭରି ଓଜନର ସୁନା ଚେନ ଛିଡାଇ ନେଇ ପଳାଇବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚାର ବିଷୟ ହୋଇଛି। ପୁଲିସ ଦେଇଥିବା ସୂଚନା ଅନୁଯାୟୀ କୈବଲ୍ୟ ବିହାରର ବାସିନ୍ଦା ମାନସୀ ସେନାପତିଙ୍କ ବଡ଼ ପୁଅ ଦେବାଶିଷ ସେନାପତି ଓରଫ (ବଣ୍ଟି) କିଛି ଦିନ ହେବ ତାର ମା ମାନସୀଙ୍କୁ ବିଭିନ୍ନ ଆଳ ଦେଖାଇ ଟଙ୍କା ମାଗୁଥିଲା।

publive-image Sambad

ସ୍ଥାନୀୟ ଅଞ୍ଚଳରେ ବଣ୍ଟି ବହୁ ଲୋକଙ୍କ ଠାରୁ ଠକେଇ କରି ଟଙ୍କା ନେଇଥିବା ବେଳେ ସବୁ ସମୟରେ ତା’ ଘର ଆଗରେ ଲୋକେ ଧାର ଦେଇଥିବା ଟଙ୍କା ଆଦାୟ କରିବାକୁ ଆସି ନିରାଶ ହେଉଥିଲେ। ଲୋକଙ୍କ ଟଙ୍କା ସୁଝିବାକୁ ବଣ୍ଟି ତାର ମା ମାନସୀଙ୍କ ଠାରୁ ସବୁ ସମୟରେ ଟଙ୍କା ନେଇ ଆଉ ଫେରାଉ ନଥିଲା। ଗତକାଲି ବଣ୍ଟି ଟଙ୍କା ମାଗି ବିଫଳ ହେବା ପରେ ତାର ମା ବେକରୁ ସୁନା ଚେନ ଲୁଟ କରିବାକୁ ଯୋଜନା ପ୍ରସ୍ତୁତ କରିଥିଲା। ତାର ମା ଘର ଗେଟ ପାଖରେ ଛିଡା ହୋଇଥିବା ବେଳେ ବଣ୍ଟି ତାଙ୍କୁ ମାଡ଼ ମାରି ସୁନା ଚେନ ଲୁଟି ନେଇ ପଳାଇ ଯାଇଥିଲା। ଏ ସଂକ୍ରାନ୍ତରେ ମାନସୀ ଚାଉଳିଆଗଞ୍ଜ ଥାନାରେ ଅଭିଯୋଗ କରିବା ପରେ ଥାନା ଏ ଏସ ଆଇ ବାଦଲ କୁମାର ମଲିକ ଘଟଣାର ତଦନ୍ତ କରି ବଣ୍ଟିକୁ ଗିରଫ କରିବା ସହ ତା’ଠାରୁ ସୁନା ଚେନ ଜବତ କରିଛନ୍ତି। ବଣ୍ଟିକୁ ଦଫା ୩୨୩/୩୪୧/୩୭୯/୫୦୬ ରେ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe