ଗୀତ ‘ଉଡ଼ରେ ତ୍ରିରଙ୍ଗା ଉଡ଼’; ଆଜି ୟୁଟ୍ୟୁବ୍‌ରେ ରିଲିଜ୍

Advertisment
ଗୀତ ‘ଉଡ଼ରେ ତ୍ରିରଙ୍ଗା ଉଡ଼’; ଆଜି ୟୁଟ୍ୟୁବ୍‌ରେ ରିଲିଜ୍

Sambad

କଟକ: ଆଜାଦି କା ଅମୃତ  ମହୋତ୍ସବ ଓ 'ହର ଘର ତ୍ରିରଙ୍ଗା'ର ପ୍ରଚାର ପ୍ରସାର ନେଇ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିବା ବେଳେ କଟକରେ ଏନେଇ ରେକର୍ଡ ହୋଇଛି ଗୀତ। ତେବେ 'ହର ଘର ତ୍ରିରଙ୍ଗା'ର ପ୍ରଚାର ପ୍ରସାର ପାଇଁ ଗୀତର ନାମ ରହିଛି 'ଉଡ୍‌ରେ ତ୍ରିରଙ୍ଗା ଉଡ୍‌'। ଅରୁଣୋଦୟନଗର ଠାରେ ଥିବା ଏସଆର ଷ୍ଟୁଡିଏରେ ପାରଂପରିକ ଧୂନ୍‌ରେ 'ଉଡରେ ତ୍ରିରଙ୍ଗା ଉଡ' ଗୀତ ରେକର୍ଡ ହୋଇଛି। ଗୀତିକାର ବିଭୁତି ସ୍ୱାଇଁ ଗୀତ ଲେଖିଥିବା ବେଳେ ଏଥିରେ କଣ୍ଠଦାନ କରିଛନ୍ତି କଣ୍ଠଶିଳ୍ପୀ ତଥା ବିଜେପି ନମାମି ଗଙ୍ଗାର ଷ୍ଟେଟ ଏକଜିକ୍ୟୁଟିଭ, ଓଡ଼ିଆ ଚଳଚିତ୍ର ସେନସର ବୋର୍ଡର ଅଧକ୍ଷା ନନ୍ଦିନୀ ଶତପଥୀ ଓ କଣ୍ଠଶିଳ୍ପୀ ନେହା। ସମ୍ପୂର୍ଣ୍ଣ ଗୀତ ଆଜି ରେକର୍ଡିଂ ସାରି ଥିବା ବେଳେ ଆସନ୍ତାକାଲି ଗୁରୁବାର ଏହି ଗୀତଟି ବିଭୁତି ସ୍ୱାଇଁ ୟୁଟ୍ୟୁବ ଚ୍ୟାନେଲରେ ରିଲିଜ ହେବ।

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଏହି ଗୀତଟିକୁ ଲେଖିଛି। ଏହି ଗୀତଟିକୁ ଲେଖିବାରେ ସମସ୍ତ ସହଯୋଗ କରିଛନ୍ତି କୋରାପୁଟ ଜିଲ୍ଲା ବିଜେପି ସଭାପତି ସୁମନ୍ତ କୁମାର ପ୍ରଧାନ। ଏହି ଗୀତ ନିଶ୍ଚୟ ଘରେ ଘରେ ପହଞ୍ଚିବ ଓ ଦେଶବାସୀଙ୍କୁ ଦେଶ ପ୍ରେମରେ ବାନ୍ଧି ରଖିବ ବୋଲି କହିଛନ୍ତି ଗୀତିକାର ବିଭୁତି ସ୍ୱାଇଁ। ପ୍ରଥମକରି ଏପରି ଦେଶ ପାଇଁ ଗୀତ ଗାଇଛି। ଏଥିପାଇଁ ଗର୍ବ ବି ଅନୁଭବ କରୁଛି। ଆଗାମୀ ଦିନରେ ସୁଯୋଗ ମିଳିଲେ ଏପରି ଗୀତ ନିଶ୍ଚିତ ଗାଇବି। ଏହି ଗୀତ ସମସ୍ତ ବର୍ଗର ଲୋକଙ୍କ ମନକୁ ଛୁଇଁବ ବୋଲି କହିଛନ୍ତି କଣ୍ଠଶିଳ୍ପୀ ନନ୍ଦିନୀ ଶତପଥୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe