ସୋନିଶ୍ରୀଙ୍କ ହାତ ତିଆରି ରାକ୍ଷୀର ଡିମାଣ୍ତ, ରେଜିନ୍‌ ଓ କୁନ୍ଦନ ଉଇଥ୍‌ ଫଟୋ ରାକ୍ଷୀ

Advertisment

ରାକ୍ଷୀ ଦର ୩୦ ଟଙ୍କାରୁ ୧୨୦ ଟଙ୍କା, ଗିଫ୍ଟ ହାମ୍ପର ଦର ୩୫୦ରୁ ୭୦୦, ଅର୍ଡର କଲେ ଘରେ ପହଞ୍ଚିବ ରାକ୍ଷୀ

ରାକ୍ଷୀ ଦର ୩୦ ଟଙ୍କାରୁ ୧୨୦ ଟଙ୍କା, ଗିଫ୍ଟ ହାମ୍ପର ଦର ୩୫୦ରୁ ୭୦୦, ଅର୍ଡର କଲେ ଘରେ ପହଞ୍ଚିବ ରାକ୍ଷୀ

ସୋନିଶ୍ରୀଙ୍କ ହାତ ତିଆରି ରାକ୍ଷୀର ଡିମାଣ୍ତ, ରେଜିନ୍‌ ଓ କୁନ୍ଦନ ଉଇଥ୍‌ ଫଟୋ ରାକ୍ଷୀ

Sambad

କଟକ: ଆସୁଛି ରାକ୍ଷୀ ପୂର୍ଣ୍ଣିମା। ବର୍ଷକୁ ଥରେ ଏହି ଦିନକୁ ଧୁମ୍‌ଧମାରେ ପାଳିବାକୁ ଚାହିଁ ରହିଥାନ୍ତି ଭାଇ ଭଉଣୀମାନେ। ଏହି ଦିନକୁ ଅଧିକ ସ୍ମରଣୀୟ କରିବା ପାଇଁ ଭଳି କି ଭଳି ନୂଆ ଭେରାଇଟିର ରାକ୍ଷୀ ତିଆରି କରୁଛନ୍ତି କଟକର ସୋନିଶ୍ରୀ ବେହେରା। ଗତ ୪ ବର୍ଷ ହେବ ନିଜେ ରାକ୍ଷୀ ତିଆରି କରି ଓଡ଼ିଶା ତଥା ରାଜ୍ୟ ବାହାରେ ଥିବା ଓଡ଼ିଆ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି ରାକ୍ଷୀ। ଖାସ୍‌ କରି କଟକ ସହର ଭିତରୁ ଆସୁଥିବା ଅର୍ଡରଗୁଡ଼ିକୁ ନିଜେ ଡେଲିଭରି ଦେଉଛନ୍ତି ସେ। କୃ‌ଷକବଜାର ଅଞ୍ଚଳର ନାରାୟଣ ବେହେରା ଓ ନମିତା ବେହେରାଙ୍କ ଝିଅ ସୋନିଶ୍ରୀଙ୍କ ବୟସ ୨୩ ବର୍ଷ। ଦୁଇବର୍ଷ ତଳେ ଶୈଳବାଳା ମହିଳା ମହାବିଦ୍ୟାଳୟରୁ ଯୁକ୍ତତିନି ବାଣିଜ୍ୟ ଅଧ୍ୟୟନ ସାରିଛନ୍ତି ସେ। ପାଠପଢ଼ା ସମୟରୁ ହିଁ କ୍ରାଫ୍ଟ ବ୍ୟବସାୟ ଆରମ୍ଭ କରି ପରେ ଆରମ୍ଭ କରିଛନ୍ତି ରାକ୍ଷୀ ବ୍ୟବସାୟ। କ୍ରାଫ୍ଟ ମଧ୍ୟରେ ଏମ୍ବ୍ରୋଡୋରି ହୁକ୍‌, ଷ୍ଟ୍ରିଙ୍ଗ ଆର୍ଟ, କ୍ରଞ୍ଚିଜ୍‌, ମିନିଏଚର୍‌ ଫ୍ରେମ୍‌ ଇତ୍ୟାଦି ତିଆରି କରିଥାନ୍ତି ସେ। ସେହିପରି ରାକ୍ଷୀରେ ରହିଛି ରେଜିନ୍‌ ରାକ୍ଷୀ(ନେମିଙ୍ଗ ରାକ୍ଷୀ, ଫଟୋ ରାକ୍ଷୀ), କୁନ୍ଦନ ରାକ୍ଷୀ ଉଇଥ ଫଟୋ, ପ୍ଲେନ୍‌ ନେମିଙ୍ଗ ରାକ୍ଷୀ, ମାଳି ଓ ଷ୍ଟୋନ ରାକ୍ଷୀ ଇତ୍ୟାଦି। ଏଗୁଡ଼ିକର ୩୦ରୁ ଆରମ୍ଭ କରି ୧୩୦ ଯାଏ ରହିଛି।

publive-image Sambad

ଏହାସହ ଭଉଣୀମାନଙ୍କୁ ଦେବା ପାଇଁ ରହିଛି ଗିଫ୍ଟ ହ୍ୟାମ୍ପର। ଏଥିରେ ବକ୍ସ ଭିତରେ ରେଜିନ୍‌ ଫେଣ୍ତଣ୍ଟ, ଚକୋଲେଟ୍‌, କ୍ରଞ୍ଚିଜ୍‌ ଇତ୍ୟାଦି ରହିଛି। ଫୁଡ୍‌ ଗିଫ୍ଟ ହ୍ୟାମ୍ପର୍‌ ରହିଛି ଯେଉଁଥିରେ ଗୋଟିଏ ବାକ୍ସେଟରେ ଜାର କେକ୍‌, ମଫିନ୍‌ସ, ଚକୋଲେଟ୍‌ ଇତ୍ୟାଦି ରହିଛି ଯାହାର ଦର ୬ରୁ ୭ଶହ ଟଙ୍କା ରହିଛି। ସିଡିଏ ସେକ୍ଟର୍‌-୬ରେ ଥିବା ନିଜ ଦୋକାନ ପାଇଁ ଏହି ରାକ୍ଷୀ ତିଆରି କରିବା ସହ ଅନ୍‌ଲାଇନ୍‌ରେ ବି ବିକ୍ରି କରିଥାନ୍ତି ସୋନିଶ୍ରୀ। ଦିନକୁ ୨୦ରୁ ଅଧିକ ରାକ୍ଷୀ ତିଆରି କରୁଥିବାବେଳେ ୨ ହଜାରରୁ ଅଧିକ ରାକ୍ଷୀ ତିଆରି କରିବା ପାଇଁ ରଖିଛନ୍ତି ଲକ୍ଷ୍ୟ। କଟକ ସହର ପାଇଁ ଡେଲିଭରି ଚାର୍ଜ ୩୦ ଟଙ୍କା ରଖିଛନ୍ତି। ଇନଷ୍ଟାଗ୍ରାମ୍‌ ଓ ୯୯୩୭୭୫୪୮୫୫ ନମ୍ବର ମୋବାଇଲ୍‌ ମାଧ୍ୟମରେ ସେ ରାକ୍ଷୀ ଅର୍ଡର ନେଉଛନ୍ତି।

ଏ ନେଇ ସୋନିଶ୍ରୀ କହନ୍ତି

ରାକ୍ଷୀ ହେଉଛି ଭାଇ ଭଉଣୀଙ୍କ ନିବିଡ଼ ସମ୍ପର୍କର ପ୍ରତୀକ। ଏହାକୁ ଧୁମ୍‌ଧାମରେ ପାଳିବାକୁ ସମସ୍ତେ ଚାହିଁଥାନ୍ତି। ଗ୍ରାହକମାନେ ହାତ ତିଆରି ରାକ୍ଷୀକୁ ଅଧିକ ପସନ୍ଦ କରୁଛନ୍ତି। ଗତ ୧୦ ଦିନ ହେବ ଭଲ ଅର୍ଡର ଆସିଛି। ବାହାରେ ରହୁଥିବା ଓଡ଼ିଆ ଭାଇଭଉଣୀମାନେ ଯେମିତି ଏହି ଉତ୍ସବକୁ ଆଗ୍ରହ ଓ ଖୁସିର ସହ ପାଳନ କରିବେ ସେଥିପାଇଁ ସେମାଙ୍କ ପାଖରେ ରାକ୍ଷୀ ପହଞ୍ଚାଇବା ଲକ୍ଷ୍ୟ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe