ଷ୍ଟୋର୍‌ କିରାଣି ନିଲମ୍ବିତ: ଏସ୍‌ସିବି ପିଏଚ୍‌ଡି ଅଫିସ୍‌ରେ ମଦ, ମାଂସର ଆସରର ଭିଡିଓ ଭାଇରାଲ୍‌ ଘଟଣା

Advertisment
ଅଗଷ୍ଟ ୧୦ ସୁଦ୍ଧା ଏସ୍‌ସିବିରେ ‘ମଙ୍କିପକ୍ସ’ ତାଲିମ

କଟକ: ଏସ୍‌ସିବି ପରିସରରେ ଥିବା ପିଏଚ୍‌ଡି ଅଫିସରେ ମଦ, ମାଂସର ଭିଡିଓ ଭାଇରାଲ ହେ‌ବା ଏବଂ ଏ ସଂପର୍କିତ ଖବର ଆଜି ଫଟୋ ସହିତ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଷ୍ଟୋର ଜୁନିୟର କିରାଣି ମନୋଜ କୁମାର ମହାନ୍ତିଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ସରକାରୀ କାର୍ଯ୍ୟାଳୟରେ ଅନୈତିକ କାର୍ଯ୍ୟ କରିବା, ସରକାରୀ କାର୍ଯ୍ୟରେ ଅବହେଳା ଓ ଅବ୍ୟବହୃତ ମନି ରସିଦ୍‌ ବହି ହଜାଇବା ଆଦି ଅଭିଯୋଗରେ ତାଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି ବୋଲି ଜନସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଭାଗ୍ୟଧର ସାହୁଙ୍କ ପକ୍ଷରୁ ଜାରି ନୋଟିସରେ ଉଲ୍ଲେଖ କରାଯାଇଛି। ସେ ଅଧିକାରୀଙ୍କ ଅନୁମତି ବିନା ହେଡ୍‌କ୍ବାର୍ଟର ଛାଡି ପାରିବେ ନାହିଁ ବୋଲି ଉକ୍ତ ନିଲମ୍ବନ ଆଦେଶରେ ଦର୍ଶାଯାଇଛି।

ଏଠାରେ ସୂଚନା ଯୋଗ୍ୟ ଯେ, ମନୋଜ କୁମାର ମହାନ୍ତି ଅଫିସ୍‌ରେ ମଦ, ମାଂସର ଆସର ଜମାଇଥିଲେ। ଏଭଳି କାର୍ଯ୍ୟ ଚାଲିଥିବା ବେଳେ କେହି ଏହାର ଭିଡିଓ ଉତ୍ତୋଳନ କରି ଭାଇରାଲ କରିଥିଲା। ତେବେ ଏହା ଏକ ପୁରୁଣା ଭିଡିଓ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳ‌ୟରେ ଏଭଳି ଆସର ଜମୁଥିବା ନେଇ ଦୀର୍ଘ ଦିନ ହେଲା ଅଭିଯୋଗ ହେଉଥିଲେ ବି ପୂର୍ବରୁ ଅଧିକାରୀମାନେ ଜାଣିଶୁଣି ନିରବ ରହୁଥିଲେ। ଏଭଳି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଅନେକ ଘଟଣା ସାମନାକୁ ଆସି ପାରନ୍ତା ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe