ଆବେଦନ ଓ ଲାଇସେନ୍ସ ଷ୍ଟାଣ୍ଡିଂ କମିଟି‌ର ନିଷ୍ପତ୍ତି

Advertisment

୬ ମାସରେ ଆଦାୟ ହେବ ବକେୟା ଦେଢ଼ କୋଟି ହୋର୍ଡିଂ ଟିକସ

୬ ମାସରେ ଆଦାୟ ହେବ ବକେୟା ଦେଢ଼ କୋଟି ହୋର୍ଡିଂ ଟିକସ

ଆବେଦନ ଓ ଲାଇସେନ୍ସ ଷ୍ଟାଣ୍ଡିଂ କମିଟି‌ର ନିଷ୍ପତ୍ତି

Sambad

କଟକ: ପୌର ନିଗମରେ ହୋର୍ଡିଂ ଟିକସ ଆଦାୟକୁ ଗୁରୁତ୍ବ ଦେବାକୁ ନିଗମର ଆବେଦନ ଓ ଲାଇସେନ୍ସ ‌ଷ୍ଟାଣ୍ଡିଂ କମିଟିର ବୈଠକରେ ନିଷ୍ପତ୍ତି ନିଆଯାଇଛି। ନିଗମରେ ହୋର୍ଡିଂ ଟିକସ ବାବଦରେ ଦୀର୍ଘ ବର୍ଷ ଧରି ବାକ ପଡିଥିବା ଦେଢ କୋଟିରୁ ଅଧିକ ଟଙ୍କାକୁ ଆସନ୍ତା ଡିସେମ୍ବର ସୁଦ୍ଧା ଆଦାୟ କରିବାକୁ କୁହାଯାଇଛି। ଏହାସହ ହୋର୍ଡିଂରେ ବିଜ୍ଞାପନ ସଂସ୍ଥାର ନାମ, ମୋବାଇଲ ନମ୍ବର ସହ ୟୁନିକ୍‌ କୋଡ୍‌ ଲେଖିବାକୁ ବାଧ୍ୟତାମୂଳକ କରାଯାଇଛି। ନିଗମର ସମ୍ମିଳନୀ କକ୍ଷରେ କମିଟିର ଅଧ୍ୟକ୍ଷା ଏ.ଶ୍ରୀଦେବୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସିଏମ୍‌ସିର ସମସ୍ତ କଲ୍ୟାଣ ମଣ୍ଡପର ମରାମତି କରାଯାଇ ଖୁବ ଶିଘ୍ର ସହରବାସୀଙ୍କ ପାଇଁ ଖୋଲିବାକୁ ଏଥିରେ କୁହାଯାଇଛି। ସେହିପରି ସହରରେ ୭୪ଟି କଲ୍ୟାଣ ମଣ୍ଡପ ଥିବା ସିଏମ୍‌ସିର ରେକର୍ଡ କହୁଥିବା ବେଳେ ସେମାନଙ୍କ ମଧ୍ୟରୁ ୩୬ଟି ମଣ୍ଡପ ୟୁଜର୍ସ ଫି ଦେଉଛନ୍ତି।

ବାକି ମଣ୍ଡପ ଗୁଡିକ ଠାରୁ ୟୁଜର୍ସ ଫି ଆଦାୟ କରିବା ସହ ସାଧରଣ ଲୋକେ ୫ଶହରୁ କମ ଲୋକଙ୍କ ପାଇଁ ଭୋଜି ଆୟୋଜନ କଲେ ଫି ବାବଦରେ ୫ଶହ ଓ ୫ଶହରୁ ଅଧିକ ଲୋକଙ୍କ ପାଇଁ ଭୋଜି କଲେ ଏକ ହଜାର ଟଙ୍କା ୟୁଜର୍ସ ଫି ଦେବାକୁ କୁହାଯାଇଛି। ସିଏମ୍‌ସିର ସମସ୍ତ ଦୋକାନ ଘରୁ ବାକି ଟଙ୍କା ଆଦାୟ କରିବାକୁ ବୈଠକରେ ସ୍ଥିର ହୋଇଛି। ୩ ମାସ ମଧ୍ୟରେ ବାକି ରଖିଥିବା ଘର ଭଡା ନିଗମରେ ପୈଠ କରିବ‌ାକୁ ବ୍ୟବସାୟୀଙ୍କୁ କୁହାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ସେହିପରି ପୌର ନିଗମର ଯେଉଁ ପାର୍କିଂ ସ୍ଥାନ ଗୁଡିକ ଟେଣ୍ଡରେ ପ୍ରକ୍ରିୟାରେ ଯାଉନାହିଁ, ସେଗୁଡିକୁ ଆପୋଷ ବୁଝାମଣାରେ ଦେବାକୁ ସ୍ଥିର ହୋଇଛି। ବୈଠକରେ କମିଟିର ସଦସ୍ୟ ଭାନୁ ସେନାପତି, ପୁଷ୍ପିତା ମହାନ୍ତି, ରବି ନାରାୟଣ ସାହୁ, ବସନ୍ତ ବେହେରା, ଗଗନ ଓଝା, ପ୍ରଦୀପ୍ତ ସାହୁ, ସ୍ବର୍ଣ୍ଣପ୍ରଭା ପଶାୟତ, ଡେପୁଟି କମିସନର ଅଜୟ କୁମାର ମହାନ୍ତି, ଅମୀୟ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe