ବାଲିଯାତ୍ରା ନେଇ ଉପୁଜିଥିବା ବିବାଦର ସମାଧାନ ଦିଗରେ ଅଗ୍ରସର ହେବା ଆବଶ୍ୟକ: ସୌମ୍ୟରଞ୍ଜନ

Advertisment
ବାଲିଯାତ୍ରା ନେଇ ଉପୁଜିଥିବା ବିବାଦର ସମାଧାନ ଦିଗରେ ଅଗ୍ରସର ହେବା ଆବଶ୍ୟକ: ସୌମ୍ୟରଞ୍ଜନ

Sambad

କଟକ: ବାଲିଯାତ୍ରା ବିବାଦକୁ ନେଇ ଭିନ୍ନ ମତ ରଖିଲେ ଖଣ୍ଡପଡା ବିଧାୟକ ତଥା ‘ସମ୍ବାଦ’ର ସମ୍ପାଦକ ସୋମ୍ୟରଞ୍ଜନ ପଟ୍ଟନାୟକ। ବାଲିଯାତ୍ରାରେ ଯେଉଁ ବିବାଦ ସାମ୍ନାକୁ ଆସିଛି ତାହାକୁ ନେଇ ବିବ୍ରତ ନ ହୋଇ ଏହାର ସମାଧାନ ଦିଗରେ ଅଗ୍ରସର ହେବା ଆବଶ୍ୟକ। କାରଣ ହଜାର ବର୍ଷର ସହରରେ ଏହି ଐତିହାସିକ ବାଲିଯାତ୍ରା ପ୍ରତି ଏପରି ପ୍ରଶ୍ନ ଉଠିବା ଠିକ ନୁହେଁ। ଯଦିଓ ପୂଜା କମିଟି ଓ ଶାନ୍ତି କମିଟି ବାଲିଯାତ୍ରାରେ ଅନୁପସ୍ଥିତ ରହିଲେ ତାହା ନିଶ୍ଚୟ ପ୍ରଶ୍ନ ପରିସର ଭୁକ୍ତ ହେବ। କିନ୍ତୁ ବାଲିଯାତ୍ରା ଭଳି ବଡ଼ ମେଳାରେ ସମସ୍ତେ ମିଶିକି ଆୟୋଜନ କରିଲେ ମେଳାର ଶୋଭା ଆହୁରି ବୃଦ୍ଧି ପାଇବ।

ତେଣୁ ଏପରି ବିବାଦରୁ ଦୂରେଇ ରହି ମେଳା ଆୟୋଜନ କରିବା ନିତାନ୍ତ ଆବଶ୍ୟକ। ଏହାଛଡା ମଞ୍ଚରେ ‘ନବୀନ ତୁମ ଫ୍ୟାନ୍‌’ ଗୀତ ଗାଇବା କୌଣସି ରାଜନୈତିକ ଦୃଷ୍ଟି ଭଙ୍ଗୀ ନୁହେଁ। ଯିଏ ଚାହିଁବ ସେଇ ନବୀନ କ’ଣ ମୋଦୀ ଗୀତ ବି ଗାଇ ପାରିବ ବୋଲି କହିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ। ତେଣୁ ବାଲିଯାତ୍ରାରେ ନବୀନଙ୍କ ଗୀତ ଗାଇବା ରାଜନୀତି ନୁହେଁ ବୋଲି କହିଛନ୍ତି ସେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe