ରାସ୍ତା କାମ ପାଇଁ ବାଜିରେ ପିଲାଙ୍କ ଜୀବନ

Advertisment
ରାସ୍ତା କାମ ପାଇଁ ବାଜିରେ ପିଲାଙ୍କ ଜୀବନ

Sambad

କଟକ: ଏସ୍‌ସିବି ମେଡିକାଲ୍‌ ଏମ୍‌ସ ପ୍ଲସ୍‌ ଯୋଜନାରେ ତାଳଦଣ୍ଡା କେନାଲ୍‌ର ଉଭୟପାର୍ଶ୍ବ ରାସ୍ତାକୁ ସଂପ୍ରସାରିତ କରାଯାଉଛି। ସମ୍ପ୍ରସାରଣ କାମ ପାଇଁ କେନାଲ୍‌ ବନ୍ଧରାସ୍ତାକୁ ଗତ କିଛିଦିନ ହେଲା ମାତୃଭବନ ନିକଟ ରେଳପୋଲ ଠାରେ ବନ୍ଦ କରାଯାଇଛି। ତେବେ, ଏହି ରାସ୍ତା ବନ୍ଦ ହେବା ପରଠାରୁ ମାତୃଭବନ ପରିସରସ୍ଥ ସ୍କୁଲ୍‌ର ଛାତ୍ରଛାତ୍ରୀମାନେ ଅତି ବିପଦସଂକୁଳ ଅବସ୍ଥାରେ ପ୍ରତିଦିନ ରେଳ ପୋଲ ଉପରେ ଚଢ଼ି ରେଳଧାରଣା ଅତିକ୍ରମ କରୁଛନ୍ତି।

publive-image Sambad

ଅନେକ ଥର ସ୍କୁଲ୍‌ ଯିବା-ଆସିବା ବେଳେ ଟ୍ରେନ୍‌ ଆସି‌ଯିବା କାରଣରୁ ପିଲାମାନେ ପୋଲ ଉପରେ ରେଳଧାରଣା କଡ଼ରେ ଠିଆହୋଇ ଟ୍ରେନ୍‌ ଯିବା ପର୍ଯ୍ୟନ୍ତ ଅପେକ୍ଷା କରି ରହୁଛନ୍ତି। ଅତ୍ୟନ୍ତ ବିପଦସଂକୁଳ ହୋଇଥିବାରୁ ଏଠାରେ ଯେକୌଣସି ସମୟରେ ଅଘଟଣର ଆଶଙ୍କା ରହିଛି। ବେଳହୁଁ ପ୍ରଶାସନ ଓ ସ୍କୁଲ କର୍ତ୍ତୃପକ୍ଷ ପିଲାଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ନ କରିଲେ ଏଠାରେ ଏକ ବଡ଼ଧାରଣର ଅଘଟଣକୁ ଏଡ଼େଇ ଦିଆଯାଇ ନପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe