ଘର କାନ୍ଥରୁ ଲିଭି ନ ଥିଲା ଚିତା ! ବିବାହର ୮ ମାସ ପରେ ସ୍ବାମୀର ଆତ୍ମହତ୍ୟା; ଖବର ପାଇ ଆତ୍ମହତ୍ୟା ଉଦ୍ୟମ କଲା ପତ୍ନୀ

Advertisment
ଘର କାନ୍ଥରୁ ଲିଭି ନ ଥିଲା ଚିତା ! ବିବାହର ୮ ମାସ ପରେ ସ୍ବାମୀର ଆତ୍ମହତ୍ୟା; ଖବର ପାଇ ଆତ୍ମହତ୍ୟା ଉଦ୍ୟମ କଲା ପତ୍ନୀ

Sambad

ମାହାଙ୍ଗା: ମାହାଙ୍ଗା ଥାନା ଭଦ୍ରେଶ୍ବର ଫାଣ୍ଡି ଅଧୀନ ଗୋତରା ପଞ୍ଚାୟତ ପ୍ରହରାଜପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ମାତ୍ର ୮ ମାସ ତଳେ ବିବାହ କରିଥିବା ଜଣେ ଯୁବକଙ୍କ ଆତ୍ମହତ୍ୟା ପରେ ତାଙ୍କ ପତ୍ନୀ ବେକରେ ରଶି ଲଗାଇ ଜୀବନ ହାରିବାକୁ ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ପତ୍ନୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣା ମାହାଙ୍ଗା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ସୂଚନା ମୁତାବକ, ପ୍ରହରାଜପୁର ଗ୍ରାମର ଶିକ୍ଷକ ବସନ୍ତ ବେହେରାଙ୍କ ଏକମାତ୍ର ପୁଅ ମାନସ (୨୮) ୮ମାସ ତଳେ ମାହାଙ୍ଗା ଥାନା ଅନ୍ତର୍ଗତ ବାସୁଦେବପୁର ପଞ୍ଚାୟତ ବାଣପୁର ଗ୍ରାମର ନିରଞ୍ଜନ ବେହେରାଙ୍କ ଝିଅ ଉଷଶ୍ରୀଙ୍କୁ ବିବାହ କରିଥିଲେ। ଉଭୟଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ଥିଲା। ଘର କାନ୍ଥରୁ ଅଳତା ଚିତା ଲିଭି ନ ଥିଲା ବେଳେ ହଠାତ୍‌ ଆଜି ପରିବାର ଉପରେ ଦୁଃଖର କଳା ବାଦଲ ଛାଇ ଯାଇଥିଲା। ପ୍ରତିଦିନ ପରି ମାନସ ଆଜି ସକାଳେ ଗୋତରା ଗ୍ରାମର ଅସଲପୁର ବଜାରସ୍ଥିତ ନିଜ ଲୁହାକଣ୍ଟା ଦୋକାନକୁ ଯାଇଥିଲେ।

publive-image Image Courtesy of India.com

ସେ ଘରୁ ଖାଇକରି ଯାଇ ନ ଥିବାରୁ ସକାଳ ୮ଟାରେ ପରିବାରବର୍ଗ ତାଙ୍କୁ ବାରମ୍ବାର ଫୋନ୍‌ କରିଥିଲେ। ମାତ୍ର ସେ ଫୋନ୍‌ ଉଠାଇ ନ ଥିଲେ। ଶେଷରେ ତାଙ୍କ ବାପା ଖାଇବା ଲାଗି ଘରକୁ ଆସିବା ପାଇଁ ଗ୍ରାମର ଜଣେ ବ୍ୟକ୍ତିଙ୍କ ହାତରେ ଖବର ପଠାଇଥିଲେ। ଉକ୍ତ ବ୍ୟକ୍ତିଜଣକ ମାନସଙ୍କୁ ଦୋକାନରେ ପାଇ ନ ଥିଲେ। ଏ ସମ୍ପର୍କରେ ସେ ତାଙ୍କ ଘରେ ଖବର ଦେଇଥିଲେ। ପରିବାର ଲୋକେ ପହଞ୍ଚି ଦୋକାନ ଘର ଉପର ମହଲାର ଏକ କୋଠରୀରେ ମାନସ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ। ପରେ ମାନସଙ୍କ ମୃତଦେହ ପରିବାରବର୍ଗ ଘରକୁ ନେଇ ଯାଇଥିଲେ। ଏହା ପୂର୍ବରୁ ମାନସଙ୍କ ନବବିବାହିତା ପତ୍ନୀ ସ୍ବାମୀଙ୍କ ମୃତ୍ୟୁ ଖବର ପାଇ ମାନସିକ ଭାରସାମ୍ୟ ହରାଇ ବସିଥିଲେ। ସେ ଘର ଭିତରେ କବାଟ ଦେଇ ଏକ ଟାୱେଲ୍‌ ବେକରେ ଗୁଡ଼ାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ପଡ଼ୋଶୀମାନେ ତାଙ୍କୁ ଗୁରତର ଅବସ୍ଥାରେ ଉଦ୍ଧାର କରି ନିଶ୍ଚିନ୍ତକୋଇଲି ଡାକ୍ତରଖାନା ନେଇଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏ ସ˚ପର୍କରେ ମାନସଙ୍କ ବାପା ଭଦ୍ରେଶ୍ବର ଫାଣ୍ଡିରେ ଲିଖିତ ଭାବେ ଜଣାଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ଏକ ଅପମୃତ୍ୟୁ ମାମଲା (କେସ୍‌ ନଂ-୨୭/୨୦) ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe