କିଶନନଗର ଥାନା ପରିସରରେ ଆତ୍ମାହୁତି ଉଦ୍ୟମ, ୪ ଦିନ ହେବ ଏତାଲା ଧରି ବସିଥିଲା ପୁଲିସ

Advertisment
କିଶନନଗର ଥାନା ପରିସରରେ ଆତ୍ମାହୁତି ଉଦ୍ୟମ, ୪ ଦିନ ହେବ ଏତାଲା ଧରି ବସିଥିଲା ପୁଲିସ

Twitter

କିଶନନଗର: ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ କଟକ ଜିଲ୍ଲା କିଶନନଗର ଥାନା ପରିସରରେ ଜଣେ ବ୍ୟକ୍ତି ଦେହରେ ପେଟ୍ରୋଲ ଢ଼ାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଯାଇଛି। ଆତ୍ମାହୁତି ଉଦ୍ୟମ କରିଥିବା ବ୍ୟକ୍ତି ଜଣକ ସ୍ଥାନୀୟ ଇଶାଣୀ ବ୍ରହ୍ମପୁର ଗ୍ରାମର ଗୁଣନିଧି ବିଶୋଇ (୫୨) ବୋଲି ଜଣାପଡିଛି।

ଘଟଣାରୁ ପ୍ରକାଶ ଯେ ତାଙ୍କୁ ଜଣେ ଯୁବକ ମାଡ଼ମାରି ଆହତ କରିଥିଲେ। ଏହାକୁ ନେଇ ଗୁଣନିଧି କିଶନନଗର ପୁଲିସ ନିକଟରେ ଅଭିଯୋଗ କରିଥିଲେ। ନ୍ୟାୟ ପାଇବା ପାଇଁ ୪ ଦିନ ହେଲା ସେ ଥାନାକୁ ଦୌଡୁଥିଲେ। ତେବେ ଶେଷରେ ନିରାଶ ହୋଇ ଆଜି ସେ ଆତ୍ମାହୁତି ପରି ଚରମ ପଦକ୍ଷେପ ନେଇଥିବା କୁହାଯାଉଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସର କାର୍ଯ୍ୟ ପଦ୍ଧତି ଉପରେ ଆଙ୍ଗୁଳି ଉଠିଛି। ଖବରପାଇ ସାଲେପୁର ଏସଡି ପିଓ ବିମଲ ବାରିକ ଓ କଟକ ଏଏସପି କୃଷ୍ଣ ପ୍ରସାଦ ପଟ୍ଟନାୟକ କିଶନ ନଗର ଥାନାରେ ପହଞ୍ଚିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe