ସୁମିତ-ତପସ୍ବିନୀ ବିବାଦ, ହାଇକୋର୍ଟରେ ଜିଲ୍ଲା ଜଜଙ୍କ ରାୟକୁ ଚାଲେଞ୍ଜ

Advertisment

ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିଲେ ସୁମିତ

ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିଲେ ସୁମିତ

ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ସମେତ ୨୨ଜଣଙ୍କୁ ହାଇକୋର୍ଟରୁ ଜାମିନ

କଟକ: ସୁମିତ-ତପସ୍ବିନୀ ମାମଲାରେ ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍ ଅଦାଲତ ଜାନୁଆରି ୪ରେ ପ୍ରଦାନ କରିଥିବା ରାୟ ବିରୋଧରେ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ତପସ୍ବିନୀଙ୍କୁ ମାସିକ ୧୭ ହଜାର ଟଙ୍କା ପ୍ରଦାନ ସହିତ ଶ୍ବଶୁରଘରେ ରହିବା ସପକ୍ଷରେ ଜିଲ୍ଲା ଓ ଦୌରା ଜଜ୍ ଅଦାଲତ ପ୍ରଦାନ କରିଥିବା ରାୟକୁ ଚାଲେଞ୍ଜ କରି ଡାକ୍ତର ସୁମିତ କୁମାର ସାହୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଜିଲ୍ଲା ଅଦାଲତଙ୍କ ରାୟ ଗ୍ରହଣୀୟ ନୁହେଁ ଓ ଏହାକୁ ରଦ୍ଦ କରାଯାଉ ବୋଲି ଦର୍ଶାଇ ଏହି ମାମଲା ଦାୟର ହୋଇଛି। ଏହି ଆବେଦନ ସହିତ ଜାନୁଆରି ୪ ତାରିଖର ରାୟ ଉପରେ ମଧ୍ୟବର୍ତ୍ତିକାଳୀନ ରହିତାଦେଶ ପାଇଁ ସୁମିତଙ୍କ ପକ୍ଷରୁ ଏକ ଅନ୍ତରୀଣ ଆବେଦନ ମଧ୍ୟ ଦାଖଲ କରାଯାଇଛି। ହାଇକୋର୍ଟରେ ଆଜି ମାମଲା ଦାୟର କରିବା ଅବସରରେ ସୁମିତ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିଥିଲେ।

ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ସୁମିତ କହିଥିଲେ ଯେ ତାଙ୍କର ଓ ପରିବାରର ମାନ ସମ୍ମାନ ହାନି ହୋଇଛି। ଏ ଜନ୍ମରେ ଆଉ ଏସସବୁ ଭରଣା ହେବା ସମ୍ଭବ ନୁହେଁ। ଆଗକୁ କଣ ହେବ କହି ହେବନାହିଁ। ରିୟୁନିୟନ ବି ହୋଇ ପାରେ। ତା’ ମାନେ ନୁହେଁ ଘର ଭିତରର ଚାରି କାନ୍ଥର କଥା ଦାଣ୍ଡକୁ ଆଣିକି ଡ୍ରାମା ସୃଷ୍ଟି କରିବା ବୋଲି ସୁମିତ କହିଛନ୍ତି। ତାଙ୍କର ମାନସିକ ଅବସ୍ଥା ଭଲ ନାହିଁ। ସେ ଛୁଟିରେ ଅଛନ୍ତି। ମାମଲା ଦାୟର ପାଇଁ ଦସ୍ତଖତ ଆବଶ୍ୟକ ଥିବାରୁ ସେ ଆସିଥିଲେ। ଅଦାଲତ ଓ ନ୍ୟାୟିକ ପ୍ରକ୍ରିୟା ଉପରେ ତାଙ୍କର ସମ୍ପୂର୍ଣ୍ଣ ବିଶ୍ବାସ ଅଛି ବୋଲି ସୁମିତ କହିଛନ୍ତି।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ବ୍ରହ୍ମାନଗର ସ୍ଥିତ ଶ୍ବଶୁରଘରେ ତପସ୍ବିନୀ ରହିବେ ବୋଲି ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍ ଅଦାଲତ ଜାନୁଆରି ୪ରେ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ପ୍ରତିମାସ ୧୦ ତାରିଖ ସୁଦ୍ଧା ତପସ୍ବିନୀଙ୍କୁ ୧୭ ହଜାର ଟଙ୍କା ଭରଣପୋଷଣ ବାବଦରେ ସୁମିତ ପ୍ରଦାନ କରିବେ। ତପସ୍ବିନୀଙ୍କ ପ୍ରତି କୌଣସି ପ୍ରକାର ଘରୋଇ ହିଂସା ଆଚରଣ ଯେପରି ନ ହେବ ତାହା ସୁନିଶ୍ଚିତ କରିବାକୁ ଅଦାଲତ କଡ଼ା ନିର୍ଦ୍ଦେଶ ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe