ସିଏମସି ପକ୍ଷରୁ କଟକରେ ସୁପରମାର୍କେଟ ସିଲ୍‌

ସିଏମସି ପକ୍ଷରୁ କଟକରେ ସୁପରମାର୍କେଟ ସିଲ୍‌

Sambad

କଟକ: ସହରରେ କୋଭିଡ଼ ନିୟମକୁ ଉଲ୍ଲଂଘନ କରିବା ପଡ଼ିଛି ମହଙ୍ଗା। କଟକ ମହାନଗର ନିଗମ ରାଣୀହାଟ ସ୍ଥିତ ହିନ୍ଦ୍ ସିନେମା ହଲ ସୁପର ମାର୍କେଟକୁ ସିଲ କରିଛି। ଜିଲ୍ଲାରେ ସଂକ୍ରମଣରେ ବୃଦ୍ଧି ଘଟୁଥିବାରୁ ସିଏମସି ‌ପକ୍ଷରୁ ଜିଲ୍ଲାରେ କୋଭିଡ ଉଲ୍ଲଂଘନ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରାଯାଇଛି। ଏହି ମାର୍କେଟରେ ଲୋକମାନେ ସାମାଜିକ ଦୂରତା ନିୟମକୁ ଉଲ୍ଲଂଘନ କରିବାରୁ ସିଏମସି ‌ଏହି ପଦକ୍ଷେପ ଗ୍ରହଣ କରିଛି।

publive-image Sambad

ସିଏମସି ଅଧିକାରୀଙ୍କ ଉପସ୍ଥତିରେ ଏହି ସୁପରମାର୍କେଟକୁ ସିଲ କରାଯାଇଛି। ସେପଟେ ରାଜ୍ୟ ସମେତ କେତେକ ଜିଲ୍ଲାରେ ମଧ୍ୟ କୋଭିଡ ସଂକ୍ରମଣରେ ବୃଦ୍ଧି ଘଟିଛି। ଗତ ୨୪ ଘଣ୍ଟାରେ କଟକ ଜିଲ୍ଲାରେ ନୂଆ ୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହିତ ରେଭେନ୍ସା ବିଶ୍ବବିଦ୍ୟାଳୟର ହଷ୍ଟେଲରେ ୨ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପୁଣି କରୋନାର ଅଣାୟତ୍ତ ସ୍ଥିତିକୁ ଏଡାଇବା ପାଇଁ ସହରରେ ସିଏମସି ‌କଡାକଡି ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe