The New Indian Express
କଟକ: କଟକ ମହାନଗର ନିଗମ କଂଗ୍ରେସରେ ଏକ ପରିବର୍ତ୍ତନ ହୋଇଛି। ମହାନଗର ନିଗମର କଂଗ୍ରେସର ସଭାପତି ଗିରିବାଳା ବେହେରାଙ୍କୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ନୂତନ ସଭାପତି ଭାବେ ସୁରେଶ ମହାପାତ୍ରଙ୍କୁ ଦାୟିତ୍ବ ଦିଆଯାଇଛି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ ଶୁକ୍ରବାର ଏନେଇ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି।
ତେବେ କେଉଁ କାରଣରୁ ବିଧାୟକ ମହମ୍ମଦ ମୋକିମଙ୍କ ଏକାନ୍ତ ଅନୁଗତ ଭାବେ ଜଣାଶୁଣା ଗିରିବାଳାଙ୍କୁ ହଟାଇ ଦିଆଗଲା ତାହାର କାରଣ ସ୍ପଷ୍ଟ ହୋଇନାହିଁ। ସୂଚନାଯୋଗ୍ୟ ଯେ, ଦୀର୍ଘଦିନ ଧରି କଟକ ନଗର କଂଗ୍ରେସ ବିଧାୟକ ମୋକିମଙ୍କ ନିୟନ୍ତ୍ରଣରେ ରହିଥିବା ବେଳେ ବିଭିନ୍ନ ରାଜନୈତିକ କାରଣ ଯୋଗୁ ପିସିସି ସଭାପତି ଏପରି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି।
Follow Us