ସ୍କୁଲ ଖୋଲିବା ପ୍ରସ୍ତାବକୁ ସ୍ବାଗତ, ପାଠପଢ଼ାକୁ ନେଇ ଦ୍ବନ୍ଦ୍ବ

Advertisment

ଜୁଲାଇ ୨୬ ପୂର୍ବରୁ ପାଠ୍ୟକ୍ରମ; ଶିକ୍ଷକଙ୍କୁ ଦ୍ବିତୀୟ ‌ଡୋଜ୍ ଟିକା ଦେବାକୁ ଦାବି

ଜୁଲାଇ ୨୬ ପୂର୍ବରୁ ପାଠ୍ୟକ୍ରମ; ଶିକ୍ଷକଙ୍କୁ ଦ୍ବିତୀୟ ‌ଡୋଜ୍ ଟିକା ଦେବାକୁ ଦାବି

କରୋନା ଟିକା ନେବାପରେ  ବୃଦ୍ଧଙ୍କ ମୃତ୍ୟୁ

Image Courtesy of India Today

କଟକ: ସବୁ ମହଲରେ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ସ୍ବାଗତ କରାଯାଉଥିବା ବେଳେ ପାଠପଢ଼ାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ସେପ୍ଟେମ୍ବର ଦ୍ବିତୀୟ ସପ୍ତାହରେ ପ୍ରଥମ ଫର୍ମାଟିଭ୍ ଆସେ‌ସ୍‌ମେଣ୍ଟ କରିବା ପାଇଁ ସରକାର ବିଜ୍ଞପ୍ତି ପ୍ରକାଶ କରିଥିବାବେଳେ ସେଥିରେ କେଉଁ ବିଷୟରୁ କେତେ ପଡ଼ିବ, ପ୍ରଶ୍ନପତ୍ରର ଶୈଳୀ କିଭଳି ରହିବ, କିଏ ପ୍ରଶ୍ନପତ୍ର ପ୍ରସ୍ତୁତି କରିବେ ଆଦି ପ୍ରଶ୍ନକୁ ନେଇ ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷିକା ଅନ୍ଧାରରେ ଅଛନ୍ତି। ଛାତ୍ରଛାତ୍ରୀଙ୍କ କଥା ଛାଡନ୍ତୁ, ଶିକ୍ଷକମାନେ ମଧ୍ୟ ଏ ପ୍ରସଙ୍ଗରେ ପ୍ରଧାନଶିକ୍ଷକଙ୍କୁ ପ୍ରଶ୍ନ କରିବା ଆରମ୍ଭ କଲେଣି। ଅନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗଟି ହେଉଛି, ଏବେ ବି ଅନେକ ଶିକ୍ଷକ ଦ୍ବିତୀୟ ଡୋଜ୍ କରୋନା ଭ୍ୟାକ୍ସିନ୍ ପାଇ ନାହାନ୍ତି। ଏଭଳି ସ୍ଥିତିରେ ସେମାନେ କିଭଳି ଶ୍ରେଣୀରେ ପଢ଼ାଇବେ, ତାହାକୁ ନେଇ ଆଶଙ୍କାରେ ରହିଛନ୍ତି। ସ୍କୁଲ ଖୋଲିବା ପୂର୍ବରୁ ସରକାର ପାଠ୍ୟକ୍ରମ ବିଷୟରେ ସ୍ପଷ୍ଟ ସୂଚନା ଦେବା ସହିତ ଟିକା ନେଇ ନଥିବା ସମସ୍ତ ଶିକ୍ଷକଙ୍କ ପାଇଁ ଟିକାଦାନ ବ୍ୟବସ୍ଥା କରିବାକୁ ବିଭିନ୍ନ ଶିକ୍ଷକ ସଂଘ ପକ୍ଷରୁ ଦାବି ହେଉଛି।

ଆସନ୍ତା ୨୬ ତାରିଖରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏଥିପାଇଁ କୋଭିଡ୍‌ କଟକଣା ବିଷୟରେ ମଧ୍ୟ ସ୍ପଷ୍ଟ ଉଲ୍ଳେଖ କରାଯାଇଛି। ବିଦ୍ୟାଳୟକୁ ସାନିଟାଇଜ୍ କରାଯିବ, ଥର୍ମାଲ ସ୍କାନିଂ କରି ପିଲାଙ୍କୁ କ୍ଲାସ୍‌ରୁମକୁ ଯିବାକୁ ଦେବା, ଗୋଟିଏ ଶ୍ରେଣୀଗୃହ ୨୫ଜଣ ପିଲାରେ ସୀମିତ ରଖିବା ଆଦି ବିଷୟରେ ସରକାର ଗାଇଡ୍‌ଲାଇନ୍ ଜାରି କରିଛନ୍ତି। ଏପରିକି ଓଡ଼ିଆ ମାଧ୍ୟମ ଛାତ୍ରଛାତ୍ରୀମାନେ ବର୍ଷକୁ ୪ଟି ଫର୍ମାଟିଭ୍ ଆସେସ୍‌ମେଣ୍ଟ ଓ ୨ଟି ସମିଟିଭ୍ ଆସେ‌ସ୍‌ମେଣ୍ଟ ପରୀକ୍ଷା ଦେବାକୁ ଚୂଡନ୍ତ ହେବା ସହ ଏଥିପାଇଁ କାର୍ଯ୍ୟସୂଚୀ ମଧ୍ୟ ପ୍ରକାଶ ପାଇଛି। ସ୍କୁଲ ଖୋଲିବା ପରେ ପ୍ରଥମ ଫର୍ମାଟିଭ୍ ଆସେସମେଣ୍ଟ୍‌ ‌ସେପ୍ଟେମ୍ବର ଦ୍ବିତୀୟ ସପ୍ତାହ ଅର୍ଥାତ୍‌ ସେପ୍ଟେମ୍ବର ୬ରୁ ୯ତାରିଖ ମଧ୍ୟରେ କରାଯିବ। କିନ୍ତୁ ଏଥିପାଇଁ କେଉଁ ବିଷୟରୁ କେତେ ପଢ଼ାଯିବ, ପ୍ରଶ୍ନପତ୍ରର ଢ଼ାଞ୍ଚା କିଭଳି ହେବ, କେତେ ମାର୍କର ପରୀକ୍ଷା କରାଯିବ, ପ୍ରଶ୍ନପତ୍ର ବିଦ୍ୟାଳୟ ଦ୍ବାରା ହେବ ନା’ ବୋର୍ଡ ପ୍ରଦତ୍ତ ହେବ, ସେ ବିଷୟରେ ଗଣଶିକ୍ଷା ବିଭାଗ ବା ବୋର୍ଡ କର୍ତ୍ତୃପକ୍ଷ କେହି କିଛି ସ୍ପଷ୍ଟ କରି ନାହାନ୍ତି। ଏଯାଏ ୭୦ ପ୍ରତିଶତ କଟିଥିବା କୋର୍ସ ମଧ୍ୟ ପ୍ରକାଶ ପାଇ ନାହିଁ। ପ୍ରଥମ ଫର୍ମାଟିଭ୍ ଆସେସ୍‌ମେଣ୍ଟକୁ ନେଇ ଶିକ୍ଷକମାନେ ମଧ୍ୟ ପ୍ରଧାନଶିକ୍ଷକଙ୍କୁ ପ୍ରଶ୍ନ କରୁଛନ୍ତି।

ପୁଣି ରାଜ୍ୟର ବହୁ ଜିଲ୍ଲାରେ ଏବେ ବି ସମସ୍ତ ଶିକ୍ଷକ ଦ୍ବିତୀୟ ଡୋଜ୍ ଟିକା ନେଇ ନାହାନ୍ତି, ତେଣୁ ବିଦ୍ୟାଳୟ ଖୋଲିବା ପୂର୍ବରୁ ସେମାନଙ୍କ ଟିକାଦାନ ସଂପୂର୍ଣ୍ଣ ନହେଲେ ଏହା ଉଭୟ ସଂପୃକ୍ତ ଶିକ୍ଷକ ଓ ପିଲାଙ୍କ ଜୀବନ ପ୍ରତି ବିପଦ ସଦୃଶ ହେବ। ଏଥିପାଇଁ ବିଦ୍ୟାଳୟ ଖୋଲିବା ପୂର୍ବରୁ ପ୍ରଥମ ଡୋଜ୍ ଟିକା ନେଇଥିବା ଶିକ୍ଷକଙ୍କ ଦ୍ବିତୀୟ ଡୋଜ୍ ସଂପୂର୍ଣ୍ଣ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି। ଜଣେ ପ୍ରଧାନଶିକ୍ଷକଙ୍କ କହିବା ଅନୁସାରେ, ପ୍ରତି ‌ଆସେସ୍‌ମେଣ୍ଟ ବିଷୟରେ କେତେ ପାଠ ପଢ଼ାଯିବ, କେତେ ନମ୍ବର ପରୀକ୍ଷା କରାଯିବ, ପରୀକ୍ଷାରେ ସବ୍‌ଜେକ୍ଟିଭ୍ ପ୍ରଶ୍ନ ପଡ଼ିବ କି ଅବ୍‌ଜେକ୍ଟିଭ୍ ପ୍ରଶ୍ନ ପଡ଼ିବ, ପରୀକ୍ଷାର ସମୟ କେତେ ରହିବ ଆଦି ବିଷୟରେ ବୋର୍ଡ କର୍ତ୍ତୃପକ୍ଷ ଏକ ମାର୍ଗଦର୍ଶିକା ପ୍ରକାଶ କରି ବୋର୍ଡ ୱେବ୍‌ସାଇଟରେ ଛାଡନ୍ତୁ। ଏହା ନହେଲେ ପିଲା ଓ ଶିକ୍ଷକ ସମସ୍ତେ ଦ୍ବନ୍ଦ୍ବରେ ରହିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe