ଡିସେମ୍ବର ୩୧ରୁ ଜାନୁଆରି ୨: ଶ୍ରଦ୍ଧାଳୁଙ୍କ ପାଇଁ ଧର୍ମାନୁଷ୍ଠାନ ମନା

Advertisment

କେଉଁଠି ବି ଉତ୍ସବ ପାଳନ ପାଇଁ ଜମିବନି ଭିଡ଼, ପିକନିକ୍ ବି ବନ୍ଦ

କେଉଁଠି ବି ଉତ୍ସବ ପାଳନ ପାଇଁ ଜମିବନି ଭିଡ଼, ପିକନିକ୍ ବି ବନ୍ଦ

ଧବଳେଶ୍ୱର ଝୁଲାପୋଲର ମରାମତି ଓ ନବୀକରଣ ପାଇଁ ଫେବ୍ରୁଆରି ୨୦୨୩ ସୁଦ୍ଧା ଟେଣ୍ଡର ଡକାଯିବ: କୃଷି ମନ୍ତ୍ରୀ

Odhisa Bytes

କଟକ: କଟକ ଜିଲ୍ଲାରେ ଡିସେମ୍ବର ୩୧ରୁ ୨୦୨୨ ଜାନୁଆରି ୨ ତାରିଖ ପର୍ଯ୍ୟନ୍ତ ସମସ୍ତ ଧାର୍ମିକ ଅନୁଷ୍ଠାନକୁ ବନ୍ଦ ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। କଟକ ମହାନଗର ଅଞ୍ଚଳରେ ମଧ୍ୟ ସମାନ ନିୟମ ଲାଗୁ କରିବାକୁ ସିଏମସି କମିସନର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଫଳରେ ମା’ କଟକ ଚଣ୍ଡୀଙ୍କ ମନ୍ଦିର ହେଉ ଅଥବା ବାବା ଧବଳେଶ୍ବର, ବାଙ୍କୀର ଚର୍ଚ୍ଚିକା, ବଡମ୍ବାର ଭଟ୍ଟାରିକା ଅଥବା ନେମାଳ ପୀଠ... ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନକୁ ଶ୍ରଦ୍ଧାଳୁଙ୍କ ଯିବା ଉପରେ ଅଙ୍କୁଶ ଲଗାଯାଇଛି। କିନ୍ତୁ କୋଭିଡ୍ ନିୟମ ଭିତରେ ପାରଂପରିକ ନୀତିକାନ୍ତି ଧର୍ମାନୁଷ୍ଠାନରେ ପାଳନ ହେବାକୁ ଅନୁମତି ରହିଛି। ଏଥି ସହ ଘରେ ରହି ସମସ୍ତେ ନୂଆବର୍ଷ ପାଳିବା ଓ ପୂଜାର୍ଚ୍ଚନା କରିବା ପାଇଁ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମନ୍ଦିର, ମସଜିଦ୍‌, ଚର୍ଚ୍ଚ, ଗୁରୁଦ୍ବାର ପରି ଧାର୍ମିକ ଅନୁଷ୍ଠାନକୁ ଭକ୍ତଙ୍କ ଯିବା ଉପରେ ବାରଣ କରାଯାଇଛି।

ଭକ୍ତଙ୍କ ସମାଗମ ଯୋଗୁଁ କୋଭିଡ୍‌ ବ୍ୟାପିବାର ଭୟ ଓ ଆଶଙ୍କାକୁ ଦୃଷ୍ଟିରେ ରଖି ସରକାଙ୍କ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ କୁହାଯାଇଛି। ଏହା ସହିତ କୌଣସି ସ୍ଥାନରେ ବି ଏକାଠି ଭିଡ ଜମାଇ ନୂଆ ବର୍ଷ ଉତ୍ସବ ପାଳନ କରିବା ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି। ପିକନିକ୍ ସ୍ପଟ, ହୋଟେଲ, ମଲ୍‌ କଲ୍ୟାଣ ମଣ୍ଡପ ଇତ୍ୟାଦିରେ ଯେଭଳି ଭିଡ ନ ଜମିବ ତାହା ଉପରେ ପୁଲିସ-ପ୍ରଶାସନର କଡା ନଜର ରହିବ। ନିୟମିତ ଯାଞ୍ଚ ଚାଲିବ। ସାଧାରଣ ସ୍ଥାନରେ କୋଭିଡ ନିୟମ ପାଳନ ବିଶେଷକରି ମାସ୍କ ପରିଧାନ ଓ ସାମାଜିକ ଦୂରତ୍ବକୁ କଡ଼ାକଡି ପାଳନ କରାଯିବ। ସ୍ଥାନୀୟ ପୁଲିସ ଓ ପ୍ରଶାସନ ଏହା ଉପରେ ନଜର ରଖି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe