ନାବାଳିକାକୁ ଅପହରଣ ନେଇ ଉତ୍ତେଜନା

Advertisment
ନାବାଳିକାକୁ ଅପହରଣ ନେଇ ଉତ୍ତେଜନା

argusnews

ଫୁଲନଖରା: କଟକ ସଦର ଥାନା ଅଞ୍ଚଳରେ ନାବାଳିକାକୁ ଅପହରଣ ଉଦ୍ୟମ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବାର ଖବର ମିଳିଛି। କଟକ ସଦର ଥାନା ଅନ୍ତର୍ଗତ ଦକ୍ଷିଣ ଉଷୁମା ଅଞ୍ଚଳରେ ଥିବା ଏକ ଆଶ୍ରମ ଭିତରକୁ ଜଣେ ନାବାଳିକାକୁ ମନ୍ଦ ଉଦ୍ଦେଶ୍ୟରେ ଉଠାଇ ଅଣାଯାଇଥିବା ସନ୍ଦେହରେ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଶତାଧିକ ଲୋକ ସେଠାରେ ପହଞ୍ଚି ଆଶ୍ରମକୁ ଘେରାଉ କରି ରଖିଥିଲେ।

ଖବର ପାଇ ସଦର ଥାନା ପୁଲିସ ସେଠାରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାର ଅନୁସନ୍ଧାନ କରୁଛନ୍ତି। ଏନେଇ ଥାନାରେ କିନ୍ତୁ ବିଳମ୍ବିତ ରାତି ଯାଏ କୌଣସି ଅଭିଯୋଗ ହୋଇ ନାହିଁ। ଆଶ୍ରମ ନିକଟସ୍ଥ ସାହିର ନାବାଳିକାକୁ ଆଶ୍ରମରେ କାମ କରୁଥିବା ଜଣେ ଶ୍ରମିକ ଉଠାଇ ଆଣିଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe