ଦୁଇ ପ୍ରସିକ୍ୟୁଟରଙ୍କ ମଧ୍ୟରେ ଦୈନିକ ଫି’ ଭାଗ ହେବନାହିଁ : ବିଜ୍ଞପ୍ତି ରଦ୍ଦ କଲେ ହାଇକୋର୍ଟ

Advertisment
ଖଣି ଅତିରିକ୍ତ ନିର୍ଦ୍ଦେଶକଙ୍କୁ ହାଇକୋର୍ଟରୁ ଜାମିନ

The New Indian Express

କଟକ : ଗୋଟିଏ ଅଦାଲତରେ ଦୁଇ ଜଣ ପ୍ରସିକ୍ୟୁଟର ନିୟୋଜିତ ହୋଇଥିଲେ ଦୈନିକ ଫି’ ଦୁଇ ଜଣଙ୍କ ଭିତରେ ସମାନୁପାତିକ ଭାବେ ଭାଗ କରାଯିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ଗୋଟିଏ ଅଦାଲତରେ ନିୟୋଜିତ ଏକାଧିକ ପ୍ରସିକ୍ୟୁଟରଙ୍କ ମଧ୍ୟରେ ଦୈନିକ ଦେୟ (ଡେଲି ଫି) ସମାନୁପାତିକ ଭାବେ ଭାଗ କରିବା ସଂପର୍କିତ ବିଜ୍ଞପ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି।

୨୦୦୪, ନଭେମ୍ବର ୧୮ର ଏ ସଂପର୍କିତ ବିଜ୍ଞପ୍ତିରେ ଦୈନିକ ଦେୟ ଏକାଧିକ ପ୍ରସିକ୍ୟୁଟରଙ୍କ ମଧ୍ୟରେ ଭାଗ ପ୍ରସଂଗରେ ରହିଥିବା ନିୟମକୁ ହାଇକୋର୍ଟ ଖାରଜ କରିବା ସହିତ ଆବେଦନକାରୀ ଆସିଷ୍ଟାଣ୍ଟ ପବ୍ଲିକ୍ ପ୍ରସିକ୍ୟୁଟର(ଏପିପି)ଙ୍କୁ ତାଙ୍କ ୫୦ ପ୍ରତିଶତ ଫି ୬ ପ୍ରତିଶତ ସୁଧ ସହିତ ୮ ସପ୍ତାହ ଭିତରେ ପ୍ରଦାନ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ନିର୍ଦ୍ଧାରିତ ସମୟ ଭିତରେ ବକେୟା ପ୍ରାପ୍ୟ ପ୍ରଦାନ କରା ନ ଯାଏ, ତେବେ ବାର୍ଷିକ ୯ ପ୍ରତିଶତ ସୁଧ ସହିତ ଏହି ଅର୍ଥ ଆବେଦନକାରୀଙ୍କୁ ଦିଆଯିବ ବୋଲି ହାଇକୋର୍ଟ କହିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ନାରାୟଣ ମୁନୀଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ବି.ପ୍ରଧାନ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe