ବିଷୁବ ମିଳନର ଦ୍ବିତୀୟ ସନ୍ଧ୍ୟା: ‘ଓଡ଼ିଆ ପତ୍ରିକାର ଚେହେରା ଓ ଚରିତ୍ରରେ ପରିବର୍ତ୍ତନର ଆବଶ୍ୟକତା ରହିଛି’

Advertisment
ବିଷୁବ ମିଳନର ଦ୍ବିତୀୟ ସନ୍ଧ୍ୟା: ‘ଓଡ଼ିଆ ପତ୍ରିକାର ଚେହେରା ଓ ଚରିତ୍ରରେ ପରିବର୍ତ୍ତନର ଆବଶ୍ୟକତା ରହିଛି’

କଟକ: ଆମର ସର୍ବାଧିକ ପ୍ରକାଶିତ ପତ୍ରିକାର ସଂଖ୍ୟା ଦଶହଜାରରୁ ଅଧିକ ନୁହେଁ। ପତ୍ରିକାର ପାଠକ ସଂଖ୍ୟା ମଧ୍ୟ ଉତ୍ସାହଜନକ ନୁହେଁ। ଏଥିପାଇଁ ଅଧିକାଂଶ ପତ୍ରିକା ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି। ପତ୍ରପତ୍ରିକାର ନୂତନ ପାଠକ ଗୋଷ୍ଠୀ ସୃ‌ଷ୍ଟି କରିବା ପାଇଁ ପତ୍ରିକାର ଚେହେରା, ଚରିତ୍ରରେ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବିଶିଷ୍ଟ କଥାକାର ଗୌରହରି ଦାସ। ପ୍ରଜାତନ୍ତ୍ର ପକ୍ଷରୁ ୭୩ତମ ବିଷୁବ ମିଳନ ଉତ୍ସବର ଦ୍ବିତୀୟ ସଂଖ୍ୟାରେ ଆୟୋଜିତ ‘ଏକବିଂଶ ଶତାବ୍ଦୀରେ ଓଡ଼ିଆ ପତ୍ରପତ୍ରିକା ପ୍ରତି ଆହ୍ବାନ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶ୍ରୀ ଦାସ କହିଲେ, ରାଜନୈତିକ ଦଳ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ପାଇଁ ପ୍ରୋତ୍ସାହନ ଦିଆଯାଉଥିବା ବେଳେ ପତ୍ରପତ୍ରିକା ଭଳି ସାରସ୍ବତ ଅନୁଷ୍ଠାନ ସଂକଟରେ ରହିଛନ୍ତି। ଅନୁଷ୍ଠାନ ନ ରହିଲେ, ଆଲୋଚନା କିପରି ହେବ ବୋଲି ସେ ପ୍ରଶ୍ନ କରିଥିଲେ।

କାର୍ଯ୍ୟକ୍ରମରେ ବିଶି‌ଷ୍ଟ ସ୍ତମ୍ଭକାର ଅଧ୍ୟାପକ ବିଶ୍ବରଞ୍ଜନ ଅଧ୍ୟକ୍ଷତା କରିଥିଲେ। ଅନ୍ୟତମ ବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେମିର ଉପସଭାପତି ଡ. ସଂଗ୍ରାମ ଜେନା ଉପସ୍ଥିତ ଥିଲେ। ‘ଝଙ୍କାରର ଅନ୍ୟତମ ସଂପାଦକ ଡକ୍ଟର ତରୁଣ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଝଙ୍କାରର ସଂପାଦକ ସରୋଜ ରଞ୍ଜନ ମହାନ୍ତି ଧନ୍ୟବାଦ ଦେଇଥିଲେ। ‘ପ୍ରଜାତନ୍ତ୍ର’ ସଂପାଦକ ଭର୍ତ୍ତୃହରି ମହାତାବ, କବି ‌ଶୈଳଜ ରବି, ଡ. ଜ୍ଞାନୀ ଦେବାଶିଷ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe