ମାସକରେ ଗୋଟିଏ ଦିନ ହୋଇ ପାରିବ ଫୁଲକୋର୍ଟ ରେଫରେନ୍ସ୍‌

Advertisment

ହାଇକୋର୍ଟ ରେଜିଷ୍ଟ୍ରିର ପରାମର୍ଶ

ହାଇକୋର୍ଟ ରେଜିଷ୍ଟ୍ରିର ପରାମର୍ଶ

୧୦ ଜିଲ୍ଲାରେ ଖୋଲିଲା ଭର୍ଚୁଆଲ୍ ହାଇକୋର୍ଟ

ThePrint

କଟକ: ବାର୍‌ର ପରଲୋକଗତ ସଦସ୍ୟଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ହେଉଥିବା ଫୁଲ‌୍‌ କୋର୍ଟ ରେଫରେନ୍ସ ଏଣିକି କେବଳ ମାସକୁ ଗୋଟିଏ ନିର୍ଦ୍ଦିଷ୍ଟ ଦିନ କରାଯାଉ। ମାସକୁ ଖୁବ ବେଶିରେ ଗୋଟିଏଥର ଫୁଲ କୋର୍ଟ ରେଫରେନ୍ସ ହେଉ ଏବଂ ସେଥିପାଇଁ ମାସର ଶେଷ କାର୍ଯ୍ୟ ଦିବସ ଅଥବା ମାସର ଶେଷ ସପ୍ତାହର ‌ଯେକୌଣସି ଦିନ, ବିଶେଷକରି ଶୁକ୍ରବାର ଦିନ ୩ଟା ପରେ ଫୁଲ୍ କୋର୍ଟ ରେଫରେନ୍ସ କରାଯାଉ। ହାଇକୋର୍ଟ ରେଜିଷ୍ଟ୍ରି ତରଫରୁ ଏଭଳି ପରାମର୍ଶ ଦିଆଯାଇ ହାଇକୋର୍ଟ ବାର୍ ଆସୋସିଏସନ୍‌କୁ ଚିଠି ଲେଖାଯାଇଛି। ଫୁଲ୍‌ କୋର୍ଟ ରେଫରେନ୍ସ ନିର୍ଦ୍ଦିଷ୍ଟ ଦିନ କରିବାକୁ ସୁପ୍ରିମକୋର୍ଟ ୨୦୨୨, ଡିସେମ୍ବର ୧୪ରେ ଦେଇଥିବା ନିର୍ଦ୍ଦେଶ ଆଧାରରେ ହାଇକୋର୍ଟ ରେଜିଷ୍ଟ୍ରି ଏଭଳି ପରାମର୍ଶ ଦେଇଛନ୍ତି। କୋର୍ଟର ସ୍ବାଭାବିକ କାର୍ଯ୍ୟ ବାଧାପ୍ରାପ୍ତ ନ କରିବା ପାଇଁ ଫୁଲ କୋର୍ଟ ରେଫରେନ୍ସ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି। ତେଣୁ ଏହାକୁ ନିର୍ଦ୍ଧାରିତ ଢଙ୍ଗରେ କାର୍ଯ୍ୟକାରୀ କରିବା ପାଇଁ ହାଇକୋର୍ଟ ରେ‌ଜିଷ୍ଟ୍ରି ବାର୍‌କୁ ପରାମର୍ଶ ଦେଇଛି।

ଏଠାରେ ଉଲ୍ଲେଖଯୋଗ୍ୟ, ବାର୍ ଆସୋସିଏସନ୍‌ର ସଦସ୍ୟଙ୍କ ପରଲୋକ ହେଲେ ତାଙ୍କୁ ସମ୍ମାନ ଜଣାଇ ଫୁଲ୍‌ କୋର୍ଟ ରେଫରେନ୍ସ ଅନୁଷ୍ଠିତ ହୋଇଥାଏ। ସାଧାରଣ ଭାବେ ଦିନ ୨ଟା ବେଳେ ହାଇକୋର୍ଟରେ ଫୁଲ୍‌ କୋର୍ଟ ରେଫରେନ୍ସ ଅନୁଷ୍ଠିତ ହେଉଥିବା ବେଳେ ଏହା ପରେ ସଂପୃକ୍ତ ଦିନ ଅଦାଲତ କାର୍ଯ୍ୟ ବନ୍ଦ ରଖାଯାଇଥାଏ। ପରଲୋକଗତ ବାର୍ ସଦସ୍ୟ ଆଇନଜୀବୀଙ୍କୁ ସମ୍ମାନ ଜଣାଇବାକୁ ଏପରି ବ୍ୟବସ୍ଥା ରହିଛି। ସୁପ୍ରିମକୋର୍ଟ ଓ ଓଡ଼ିଶା ହାଇକୋର୍ଟର କାର୍ଯ୍ୟରତ ଓ ଅବସରପ୍ରାପ୍ତ ବିଚାରପତିଙ୍କ ପରଲୋକ କ୍ଷେତ୍ରରେ ମଧ୍ୟ ଫୁଲ୍‌ କୋର୍ଟ ରେଫରେନ୍ସ ଅନୁଷ୍ଠିତ ‌ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe