ପୁଣି ଦୁଇ ବିଷ କାରଖାନା ଠାବ, ନକଲି ଘିଅ କାରଖାନାରେ ପୁଲିସ୍‌ର ଚଢ଼ଉ

Advertisment

୫୦ ଲକ୍ଷର ଘିଅ, ୨୦ରୁ ଅଧିକ ମେସିନ୍‌ ଜବତ

୫୦ ଲକ୍ଷର ଘିଅ, ୨୦ରୁ ଅଧିକ ମେସିନ୍‌ ଜବତ

ପୁଣି ଦୁଇ ବିଷ କାରଖାନା ଠାବ, ନକଲି ଘିଅ କାରଖାନାରେ ପୁଲିସ୍‌ର ଚଢ଼ଉ

କଟକ: ଗତ କିଛି ଦିନ ହେଲା କଟକ ସହର ଓ ଏହାର ଆଖପାଖ ଅଞ୍ଚଳରୁ ଗୋଟିକ ପରେ ଗୋଟିଏ ନକଲି କାରଖାନା ଠାବ କରାଯାଇଥିବା ବେଳେ ଆଜି ସେହି କ୍ରମରେ ଆଉ ଦୁଇଟି ନକଲି ଘିଅ କାରଖାନା ଠାବ କରାଯାଇଛି। ଚଢ଼ଉ ସମୟରେ ପୁଲିସ ସେଠାରୁ ପ୍ରାୟ ୫୦ଲକ୍ଷ ଟଙ୍କା ମୂଲ୍ୟର ଘିଅ ଓ ଘିଅ ତିଆରି ସାମଗ୍ରୀ ଜବତ କରାଯାଇଛି। ପୁଲିସ ଉକ୍ତ କାରଖାନାର ମାଲିକ ଓ ମ୍ୟାନେଜରଙ୍କୁ ଅଟକ ରଖି ପଚରାଉଚରା କରୁଛି।

ମିଳିଥିବା ସୂଚନା ମୁତାବକ, ୪୨ ମୌଜା ବ୍ରହ୍ମପୁର ପଞ୍ଚାୟତ ଅନ୍ତର୍ଗତ ଶ୍ରୀରାମବଜାରରେ ବିପୁଳ ପରିମାଣର ନକଲି ଘିଅ କାରବାର ହେଉଥିବା ଖବର ପାଇ କଟକ ଗ୍ରାମାଞ୍ଚଳ ଏସ୍‌ପି ସତ୍ୟରଂଜନ ମଲ୍ଲିକଙ୍କ ନେତୃତ୍ବରେ ଆଜି ପୂର୍ବାହ୍ନରେ ପୁଲିସ ସେଠାରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଭୀମେଶ୍ବର ଭଣ୍ତାର ଓ ବାଲାଜୀ ଦୁର୍ଗା ଟ୍ରେଡର୍‌ କାରଖାନାରେ ବହୁସଂଖ୍ୟକ ଲୋକ କାର୍ଯ୍ୟରେ ନିୟୋଜିତ ଥିଲେ। ପୁଲିସ୍‌ ଚଢ଼ଉ ଦେଖି ସେମାନେ କାରଖାନାର ବିଭିନ୍ନ ଗଳାବାଟ ଦେଇ ଡେଇଁ ପଳାଇଥିଲେ। ପୁଲିସ ଯାଞ୍ଚ କରିବାରେ କାରଖାନା ଭିତରୁ ପ୍ରାୟ ୫୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଅପମିଶ୍ରିତ ଘିଅ, ରାଶିତେଲ, ଜଡ଼ାତେଲ, ବନସ୍ପତି, ନକଲି ଲେବୁଲ, ନକଲି ପ୍ୟାକେଟ୍‌ ଓ ଛୋଟ-ବଡ଼ କରି ୨୦ରୁ ଅଧିକ ମେସିନ୍‌ ମିଳିଥିଲା। କର୍ମଚାରୀମାନେ ପଳାଇ ଯାଇଥିବାରୁ ପୁଲିସ୍‌ କରାଖାନାର ମାଲିକ ଅର୍ଜୁନ ପଣ୍ଡା ଓ ମ୍ୟାନେଜର ସୌମ୍ୟରଂଜନ ପଣ୍ଡାଙ୍କୁ ପଚାରାଉଚରା କରୁଛି।

ସୂଚନା ଅନୁସା‌ରେ, ପ୍ରାୟ ୧୫ ବର୍ଷ ଧରି ଏହି କାରଖାନା ଚାଲୁଥିଲା। ଚଢ଼ଉ ପରେ ପୁଲିସ ସମସ୍ତ ସାମଗ୍ରୀ ଜବତ କରିବା ସହ କାରଖାନାକୁ ସିଲ୍ କରିଦେଇଛି। ଚଢ଼ଉରେ କଟକ ଗ୍ରାମାଞ୍ଚଳ ଏସ୍‌ପି ସତ୍ୟରଜଂନ ମଲ୍ଲିକ, ସଦର ଥାନା ଆଇଆଇସି ସୁଧାଂଶୁ ଭୂଷଣ ଜେନା, କଟକ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ରାକେଶ ସାହୁ, ୪୨ମୌଜା ଫାଣ୍ଡି ଅଧିକାରୀ କୃପାସିନ୍ଧୁ ବରାଡ଼, ହୃଷୀକେଶ ରଥ, ରବିନାରାୟଣ ସିଂ ପ୍ରମୁଖ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe