ଡ଼କାୟତି ଉଦ୍ୟମ ବେଳେ ଧରାପଡ଼ିଲେ ଦୁର୍ବୃତ୍ତ : ୩ ଜଣ ଗିରଫ, ବନ୍ଧୁକ ଓ ମୋବାଇଲ ଜବତ କଲା ପୁଲିସ

Advertisment
ଡ଼କାୟତି ଉଦ୍ୟମ ବେଳେ ଧରାପଡ଼ିଲେ ଦୁର୍ବୃତ୍ତ : ୩ ଜଣ ଗିରଫ, ବନ୍ଧୁକ ଓ ମୋବାଇଲ ଜବତ କଲା ପୁଲିସ

Sambad

କଟକ: ଡକାୟତି ପାଇଁ ଉଦ୍ୟମ କରୁଥିବା ଏକ ହାଇଓ୍ବେ ଲୁଟେରା ଗ୍ୟାଙ୍ଗକୁ ଠାବ କରିଛି ପୁଲିସ। ହାଇୱେ ଲୁଟ୍‌ ପାଇଁ ଯୋଜନା କରୁଥିବା ବେଳେ ପୁଲିସ ହାବୁଡରେ ପଡିଛନ୍ତି ଡକାୟତ। ନୂଆବଜାରସ୍ଥିତ ଏକ ନିକାଞ୍ଚନ ଅଞ୍ଚଳରେ ଥିବା ଏକ ଘରେ ଲୁଟ୍‌ କରିବା ପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିଲେ ଏହି ୩ ଜଣ ଦୁର୍ବୃତ୍ତ। ବିଶେଷ ସୂତ୍ରରୁ ଚାଉଳିଆଗଞ୍ଜ ଥାନା ପୁଲିସ ଖବର ପାଇ ଉକ୍ତ ସ୍ଥାନରେ ଚଢ଼ାଉ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି।

publive-image Sambad

ଉକ୍ତ ୩ ଜଣ ଅଭିଯୁକ୍ତ ହେଉଛନ୍ତି ଦିଲ୍ଲୀପ ଭୋଇ, ହରିହର ବେହେରା ଓ ବାଦଲ କୁମାର ସାହୁ। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ପାଖରୁ ଗୋଟିଏ ବନ୍ଧୁକ, ୨ଟି ଅଫୁଟା ଗୁଳି, ଗୋଟିଏ ଛୁରି ଓ ଦୁଇଟି ଦାମୀ ମୋବାଇଲ ପୁଲିସ ଜବତ କରିଥିବା ବେଳେ ଏହି ତିନି ଦର୍ବୃତ୍ତଙ୍କ ନାମରେ ପୂର୍ବରୁ କଟକର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe