କମିଶନରେଟ ପୁଲିସକୁ ସଫଳତା; ଲୁଟେରା ଗ୍ୟାଙ୍ଗ ଗିରଫ

Advertisment
କମିଶନରେଟ ପୁଲିସକୁ ସଫଳତା; ଲୁଟେରା ଗ୍ୟାଙ୍ଗ ଗିରଫ

Sambad

କଟକ: ପୁଲିସ କବଜାରେ ଲୁଟେରା ଦଳ। କମିଶନରେଟ ପୁଲିସକୁ ବଡ ସଫଳତା। ଏକ ବଡ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ମଧୁପାଟଣା ଥାନା ପୁଲିସ। ସୂଚନାନୁସାରେ, ଗତକାଲି ଜଣେ ବ୍ୟକ୍ତି ରାସ୍ତାରେ ଯାଉଥିବା ବେଳେ ୬ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ତାଙ୍କୁ ଅଟକାଇବା ସହିତ ତାଙ୍କ ଠାରୁ ମୋବାଇଲ ଓ ଟଙ୍କା ଛଡାଇ ନେଇଥିଲେ। ଏନେଇ ବ୍ୟକ୍ତି ଜଣଙ୍କ ମଧୁପାଟଣା ଥାନାରେ ଅଭିଯୋଗ କରିଥିଲେ।

publive-image Sambad

ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଘଟଣାର ୨୪ ଘଣ୍ଟା ନ ପୁରୁଣୁ ପୁଲିସ ଦୁର୍ବୃତ୍ତଙ୍କୁ ଧରିବାରେ ସଫଳ ହୋଇଛି। ଘଟଣାରେ ୫ଜଣ ଦୁର୍ବୃତ୍ତଙ୍କୁ ଗିରଫ କରିଛି ପୁଲିସ। ଗିରଫ ପାଞ୍ଚ ଜଣଙ୍କ ନାମରେ ପୂର୍ବରୁ ଥାନାରେ ଅନେକ ମାମଲା ରହିଛି। ସେମାନେ କଟକ, କେନ୍ଦ୍ରାପଡା, ଜଗତସିଂହପୁର ଆଦି ଅଞ୍ଚଳରେରେ ଲୁଟପାଟ କରୁଥିବା ଅପରାଧିକ ରେକର୍ଡ଼ ରହିଛି। ବିଶେଷକରି ଏମାନେ ରାସ୍ତାରେ ଯାଉଥିବା ଲୋକଙ୍କୁ ଟାର୍ଗେଟ କରି ଲୁଟ୍‌ କରିଥାନ୍ତି। ତେବେ ସେମାନଙ୍କୁ ପୁଲିସ ଗିରଫ କରିବା ସହ ସେମାନଙ୍କ ନିକଟରୁ କିଛି ନଗଦ ଟଙ୍କା, ୪ଟି ବନ୍ଧୁକ, ୮ ଟି ଅଫୁଟା ଗୁଳି, ୨ ଟି ବାଇକ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe