ଚଣ୍ଡୀମନ୍ଦିର ନିକଟରେ ନିର୍ମାଣ ହେବ ୩ ମହଲା କୋଠା, ରହିବ ମନ୍ଦିର କାର୍ଯ୍ୟାଳୟ, ଭକ୍ତ ନିବାସ; ତଳ ମହଲାରେ ଥଇଥାନ ହେବେ ୧୮ ଦୋକାନୀ

Advertisment
ଚଣ୍ଡୀମନ୍ଦିର ନିକଟରେ ନିର୍ମାଣ ହେବ ୩ ମହଲା କୋଠା, ରହିବ ମନ୍ଦିର କାର୍ଯ୍ୟାଳୟ, ଭକ୍ତ ନିବାସ; ତଳ ମହଲାରେ ଥଇଥାନ ହେବେ ୧୮ ଦୋକାନୀ

Sambad

କଟକ: ଚଣ୍ଡୀମନ୍ଦିର ଉନ୍ନତୀକରଣ ଓ ସୌନ୍ଦର୍ଯ୍ୟୀକରଣ ପାଇଁ ଉଚ୍ଛେଦ ‌ହେବାକୁ ଥିବା ଦୋକାନୀଙ୍କୁ ମନ୍ଦିର ପାଖରେ ଥଇଥାନ କରାଯିବ। ଏଥିପାଇଁ ପ୍ରଶାସନ ପକ୍ଷରୁ ଚଣ୍ଡୀ ମନ୍ଦିର ଛକ ନିକଟରେ ଏକ ତିନି ମହଲା କୋଠାର ନିର୍ମାଣ କରାଯିବ। ଉକ୍ତ କୋଠାର ତଳ ମହଲାରେ ଉଚ୍ଛେଦ ‌େହାଇଥିବା ଦୋକାନୀଙ୍କୁ ଥଇଥାନ କରାଯିବା ସହ ପ୍ରଥମ ମହଲାରେ ମନ୍ଦିରର କାର୍ଯ୍ୟାଳୟ ଓ ଉପରମହଲାରେ ଶ୍ରଦ୍ଧାଳୁଙ୍କ ପାଇଁ ଏକ ଭକ୍ତ ନିବାସ ରହିବ। ଚଣ୍ଡୀମନ୍ଦିର ଛକରୁ କନିକାଛକ ଯିବା ରାସ୍ତାରେ ଥିବା ମହାପାତ୍ର ଫର୍ଣ୍ଣିଚର ଦୋକାନ ସମ୍ମୁଖସ୍ଥ ଏକ ଗ୍ୟ‌ାରେଜକୁ ଏଥିପାଇଁ ଭଙ୍ଗା ଯାଇଛି। ସରକାରୀ ଜମି‌େର ନିର୍ମାଣ ହୋଇଥିବା ଉକ୍ତ ଗ୍ୟାରେଜ ଜମିରେ ଏହି କୋଠା ତିଆରି କରାଯିବ। କୋଠାର ଉପର ମହଲାରେ ଶ୍ରଦ୍ଧାଳୁଙ୍କ ପାଇଁ ୮ଟି ଅତିଥି ଗୃହକୁ ନେଇ ଭକ୍ତ ନିବାସ ନିର୍ମାଣ କରାଯିବ। ଏଠାରେ ଶୌଚାଳୟ, ପିଇବା ପାଣି ତଥା ଅନ୍ୟ ମୌଳିକ ସୁବିଧା ରହିବ। ମା’ଙ୍କ ଦର୍ଶନ କରିବାକୁ ଦୂର ସ୍ଥାନରୁ ଆସୁଥିବା ଭକ୍ତ ଇଛା କରିଲେ ଏଠାରେ ରହିବାର ସୁଯୋଗ ପାଇପାରିବେ।

ସେହିପରି ଦ୍ବିତୀୟ ମହଲାରେ ମନ୍ଦିରର କାର୍ଯ୍ୟାଳୟ ରହିବ। ଏଠାରେ ବି ୮ଟି କୋଠରୀ ସହ ଶୌଚାଳୟର ବ୍ୟବସ୍ଥା ରହିବ। ତଳ ତଥା ଗ୍ରାଉଣ୍ଡ ଫ୍ଲୋରରେ ୧୮ଟି ଦୋକାନ ଘର ନିର୍ମାଣ ହେବ। ଏଠି ମନ୍ଦିର ନିକଟରୁ ଉଚ୍ଛେଦ ହେବାକୁ ଥିବା ଦୋକାନୀଙ୍କୁ ଥଇଥାନ କରାଯିବ। ମନ୍ଦିର ଉନ୍ନୟନ ପାଇଁ ଉଚ୍ଛେଦ ହେବାକୁ ଥିବା ଦୋକାନୀଙ୍କୁ ସରକାରୀ ନିୟମ ଅନୁସାରେ କ୍ଷତିପୂରଣ ପ୍ରଦାନ କରାଯିବ। ସରକାରୀ ଜମିକୁ ଜବରଦଖଲରେ ନେଇ ଦୋକାନ କରିଥିବା ଦୋକାନୀଙ୍କୁ ୫୦ ହଜାର ଓ ସରକାରୀ ଘରେ ଦୋକାନ କରିଥିବା ଦୋକାନୀଙ୍କୁ କ୍ଷତିପୂରଣ ଭାବେ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ମନ୍ଦିର ଉନ୍ନତୀକରଣ ପାଇଁ ଆସନ୍ତା ଦିନରେ ଚଣ୍ଡୀମନ୍ଦିର ନିକଟରେ ଉଚ୍ଛେଦ କାମ କରାଯିବ। ଦୋକାନୀଙ୍କୁ ପୂର୍ବ ସୂଚନା ଦେଇ ଏହି କାମ କରାଯିବ ବୋଲି ଡେପୁଟି କମିସନର(ଏନ୍‌ଫୋର୍ସମେଣ୍ଟ) ଅଜୟ କୁମାର ମହାନ୍ତି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe