s9express.com
କଟକ: ରାଣୀହାଟ ଅଞ୍ଚଳରେ ସେକ୍ସ ରାକେଟ୍ ଠାବ ହୋଇଛି । କଟକ ମଙ୍ଗଳାବାଗ ଥାନା ପୁଲିସ ବିଶେଷସୂତ୍ରରୁ ଖବର ପାଇ ଚଢ଼ାଉ କରି ଜଣେ ଯୁବତୀଙ୍କୁ ଉଦ୍ଧାର କରିବା ସହ ୩ ଜଣ ଯୁବକଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, କଟକ ରାଣୀହାଟ ଟ୍ରାଫିକ୍ ଛକ ନିକଟରେ ଦେହ ବ୍ୟବସାୟ ବହୁ ଦିନ ଧରି ଚାଲୁଥିଲା।
ମଙ୍ଗଳାବାଗ ଥାନା ପୁଲିସ ଏ ସଂକ୍ରାନ୍ତରେ ଖବର ପାଇ ଆଜି ସେଠାରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଗର୍ଭ ନିରୋଧକ ଓ କିଛି ଆପତ୍ତିଜନକ ସାମଗ୍ରୀ ପୁଲିସ ପାଇଥିଲା। ଉକ୍ତ ଘଟଣାରେ ମଙ୍ଗଳାବାଗ ଥାନା ପୁଲିସ ଘର ମାଲିକଙ୍କୁ ମଧ୍ୟ ଗିରଫ କରିଛି।
ଗତକାଲି ଭୁବନେଶ୍ବରରେ ମଧ୍ୟ ଏକ ସେକ୍ସ ରାକେଟ୍ ଠାବ ହୋଇଥିଲା। ବିଶେଷ ସୂତ୍ରରୁ ଖବର ପାଇ ଲକ୍ଷ୍ମୀସାଗର ଥାନା ପୁଲିସ ଦୁଇଜଣ ଗ୍ରାହକଙ୍କ ସମେତ ରାଣୀ ମହୁମାଛି କୁହାଯାଉଥିବା ଘର ମାଲିକଙ୍କ ଝିଅକୁ ମଧ୍ୟ ଗିରଫ କରିଛି ଏବଂ ଜଣେ ଦେହଜୀବୀଙ୍କୁ ଉଦ୍ଧାର କରିଛି । ଗିରଫ ଗ୍ରାହକ ହେଉଛନ୍ତି ଗଞ୍ଜାମ ପୁରୁଷୋତ୍ତମପୁରର ମନୋଜ ସାହୁ ଓ ସଚିନ ସାହୁ। ଏମାନେ ସମ୍ପର୍କୀୟ ଭାଇ। ଉଦ୍ଧାର ହୋଇଥିବା ଦେହଜୀବୀ ଓଡ଼ିଆ। ସେମାନଙ୍କଠାରୁ ୩ ହଜାର ନଗଦ ଟଙ୍କା, ବିଦେଶୀ ମଦ, ବିଅର, ସିଗାରେଟ୍ ଓ କଣ୍ଡୋମ୍ ଜବତ କରାଯାଇଛି। ଏମାନଙ୍କ ସହ ସମ୍ପୃକ୍ତ ଫ୍ଲାଟ୍ର ମାଲିକଙ୍କ ଝିଅକୁ ମଧ୍ୟ ଗିରଫ କରାଯାଇଛି। ଦେହଜୀବୀଙ୍କୁ ସ୍ବଧାର ଗୃହକୁ ପଠାଇ ଦିଆଯାଇଛି। ସମ୍ପୃକ୍ତ ଘରକୁ ସିଲ କରାଯାଇଛି।
Follow Us