Justdial
କଟକ: ଏସ୍ସିବିରେ ଏବେ ତିନି ଜଣ ବ୍ଲାକ୍ ଫଙ୍ଗସ୍ ସନ୍ଦିଗ୍ଧ ରୋଗୀ ଚିହ୍ନଟ ହୋଇ ଚିକିତ୍ସିତ ହେଉଛନ୍ତି। ସେମାନଙ୍କର ସ୍ବତନ୍ତ୍ର ଭାବେ ଚିକିତ୍ସା ଆରମ୍ଭ ହୋଇଥିବାବେଳେ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଆଇସିୟୁରେ ରଖାଯାଇଛି। ଅନ୍ୟଜଣେ ମେଡିସିନ୍ ୱାର୍ଡରେ ରହିଥିବା ଜଣା ପଡିଛି। ତେବେ ସେମାନଙ୍କ ନମୁନା ପରୀକ୍ଷା ରିପୋର୍ଟ ଆସିନଥିବା ଜଣାପଡିଛି। ଉକ୍ତ ୩ଜଣ ସନ୍ଦିଗ୍ଧ କରୋନା ସଂକ୍ରମିତ ହେବାପରେ ହୋମ ଆଇସୋଲେସନ୍ରେ ରହି ଚିକିତ୍ସିତ ହେଉଥିଲେ। ତେବେ ରକ୍ତ ଶର୍କରା ନିୟନ୍ତ୍ରଣରେ ଆସି ନଥିଲା। ସେମାନଙ୍କର ଆଖି ଓ ଶରୀରର ବିଭିନ୍ନ ସ୍ଥାନରେ ବ୍ଲାକ୍ ଫଙ୍ଗସ୍ର ଲକ୍ଷଣ ଥିବା ଜଣାପଡିଛି। ସେଥିରୁ ଜଣଙ୍କର ରିପୋର୍ଟ ନେଗେଟିଭ୍ ଥିବା ବେଳେ ଦୁଇ ଜଣଙ୍କ ରିପୋର୍ଟ ପଜିଟିଭ୍ ରହିଛି। ତେବେ ଆଇସିୟୁରେ ଚିକିତ୍ସିତ ହେଉଥିବା ଦୁଇ ଆକ୍ରାନ୍ତଙ୍କ ଅବସ୍ଥା ସ୍ଥିର ରହିଛି।
ଅନ୍ୟପଟେ ଏସ୍ସିବି ଇଏନ୍ଟି ବିଭାଗରେ ମ୍ୟୁକରମାଇକୋସିସ୍ ବା ବ୍ଲାକ୍ ଫଙ୍ଗସ୍ ରୋଗୀପାଇଁ ୩୦ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର ୱାର୍ଡ ଖୋଲାଯାଇଛି। ଯେଉଁମାନଙ୍କ କରୋନା ସଂକ୍ରମଣ ରିପୋର୍ଟ ନେଗେଟିଭ୍ ଥିବ ସେମାନଙ୍କୁ ସେଠାରେ ଚିକିତ୍ସା କରାଯିବ। ତେବେ ଏହି ନୂତନଭାବେ ଗଠନ ହୋଇଥିବା ୱାର୍ଡରେ କେହି ଏଯାଏ ଚିକିତ୍ସା ପାଇଁ ଭର୍ତ୍ତି ହୋଇ ନଥିବା ଜଣାପଡିଛି। ଅନ୍ୟପଟେ ଇଏନ୍ଟି ଓ ଚକ୍ଷୁ ବିଭାଗ ଓଟିକୁ ଅସ୍ତ୍ରୋପଚାର ପାଇଁ ବ୍ୟବହାର କରାଯିବା ନିମନ୍ତେ ଏସ୍ସିବି ଅଧୀକ୍ଷକ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅନ୍ୟପଟେ ଯେଉଁମାନେ କରୋନା ପଜିଟିଭ୍ ଥାଇ ବ୍ଲାକ୍ ଫଙ୍ଗସ୍ରେ ଆକ୍ରାନ୍ତ ହୋଇଥିବେ ସେମାନଙ୍କୁ ଏସ୍ସିବି କୋଭିଡ୍ ହସ୍ପିଟାଲ-୨ର ୪ର୍ଥ ମହଲାରେ ରଖାଯାଇ ଚିକିତ୍ସିତ କରାଯିବ।
Follow Us